ଲସ୍କର କମାଣ୍ଡର କସୁରି
ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର(Operation Sindoor) ବେଳେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଏକାଧିକ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହୋଇଥିଲା। ପ୍ରଥମଥର ପାଇଁ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ଏହାକୁ ସ୍ୱୀକାର କରିଛି।
ଲସ୍କରର ଟପ କମାଣ୍ଡର ତଥା ପହଲଗାମ ହମଲାର କିଙ୍ଗ ପିନ ସୈଫୁଲ୍ଲା କସୁରି ଏହାକୁ ସ୍ୱୀକାର କରିବା ସହ ଭାରତକୁ ଦେଇଛି ଖୋଲା ଧମକ। ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ କରି ଭାରତ ବଡ଼ ଭୁଲ କରିଛି ଓ ଲସ୍କର କେବେ ବି ନିଜର କଶ୍ମୀର ମିଶନରେ ପଛ ଘୁଞ୍ଚା ଦେବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛି। ହାଫିଜ ସୟିଦ ନେତୃତ୍ୱାଧୀନ ଲସ୍କରର ଡେପୁଟି କମାଣ୍ଡର ହେଉଛି କସୁରୀ। ସେ ଲସ୍କରର ଶହଶହ କ୍ୟାଡର୍ସ ଓ ସମର୍ଥକଙ୍କୁ ନେଇ ଆୟୋଜିକ ଗୋଟିଏ ସାଧାରଣ ସଭାରେ ଭାରତ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଛି।
ସେ କହିଛି ଯେ ଅପରେସନ ସିନ୍ଦୂର ବେଳେ ଭାରତ କେବଳ ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରି ବଡ଼ ଭୁଲ କରିଛି। ନିଜର ବିଷାକ୍ତ ବୟାନ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କସୁରି କହିଛି ଯେ “ମୋର ଶେଷ ଶବ୍ଦ... ନିଜ ଲୋକଙ୍କୁ ଶୁଣ, ବାହାର ଲୋକଙ୍କୁ ଶୁଣ, ସାଙ୍ଗମାନଙ୍କୁ ଶୁଣ, ଶତ୍ରୁମାନଙ୍କୁ ଶୁଣ, ପ୍ରତିବନ୍ଧକ ଲଗାଇଥିବା ଲୋକଙ୍କୁ ଶୁଣ, ବାଧା ସୃଷ୍ଟିକାରୀଙ୍କ ଶୁଣ, ଆମ କଥା ଶୁଣ। ଯେଉଁମାନେ ଆମକୁ ଆତଙ୍କବାଦୀ ଭାବେ ଚିତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଆମ କଥା ଶୁଣନ୍ତୁ।
ପୂରା ବିଶ୍ୱ ଉପର ତଳ ହୋଇ ଯାଇ ପାରେ। ବ୍ୟବସ୍ଥା ବଦଳି ଯାଇ ପାରେ। କିନ୍ତୁ ଆମ ସଂଗଠନ କେବେ ହେଲେ ନିଜ ଲକ୍ଷ୍ୟରୁ ଓହରିବ ନାହିଁ। ଆମେ କେବେ ହେଲେ ଆମର କଶ୍ମୀର ମିଶନରେ ପଛ ଘୁଞ୍ଚା ଦେବୁ ନାହିଁ।”
ଲସ୍କର କମାଣ୍ଡର କସୁରି ଆଉ ଏକ ଅଜବ ଦାବି ମଧ୍ୟ କରିଛି। ଭାରତର କଶ୍ମୀର, ଅମୃତସର, ହୋଶିଆରପୁର, ଗୁରଦାସପୁର, ଜୁନାଗଡ଼, ହାଇଦ୍ରାବାଦ ଡେକା, ବେଙ୍ଗଲ ଭଳି ଅଞ୍ଚଳକୁ ପାକିସ୍ତାନ ଠାରୁ ଛଡ଼ାଇ ନିଆଯାଇଥିବା ସେ କହିଛି। ଏପରି କହି ସେ ସମସ୍ତଙ୍କୁ ଉସକାଇବାକୁ ଚେଷ୍ଟା କରିଛି।
ଏହାପୂର୍ବରୁ କସୁରି କହିଥିଲା ଯେ “ପହଲଗାମ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ଭାବେ ମୋତେ ଦୋଷ ଦିଆଯାଉଛି। ଏହାଦ୍ୱାରା ମୋ ନାଁ ପୂରା ବିଶ୍ୱର ପ୍ରସିଦ୍ଧ ହୋଇଯାଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/01/laskar-2026-01-01-12-00-09.jpg)