Advertisment

ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?

ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

LOC

LOC

Advertisment

ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା। ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ପାକିସ୍ତାନ ସେନା ଏପ୍ରିଲ ୧ରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

Advertisment

ଏହାପରେ ପଞ୍ଚୁ ସ୍ଥିତ କ୍ରିଷ୍ଣା ଘାଟିରେ କିଛି ପାକିସ୍ତାନ ସେନା ଓ ଆତଙ୍କବାଦୀ ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଗୁଳି ମାଡ଼ରେ ଅନୁପ୍ରବେଶ ପାଇଁ ଉଦ୍ୟମକ କରୁଥିବା ୪ରୁ ୫ ଜଣ ପାକିସ୍ତାନୀ ନିହତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ସେନାର ଗୋଟିଏ ସୂତ୍ରରେ କୁହାଯାଇଛି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନୀ ସୈନ୍ୟ ଓ ଅନୁପ୍ରବେଶକାରୀ ସୀମାରେ ଗୁଳି ମାଡ଼ କରିଥିଲେ। ଭାରତୀୟ ଯବାନମାନେ ବି ଏହାର ଦୃଢ଼ ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ମାଡ଼ରେ ପାକିସ୍ତାନ ଭୟଙ୍କର କ୍ଷତିର ସମ୍ମୁଖୀନ ହୋଇଛି। ୪ରୁ ୫ ଜଣ ପାକିସ୍ତାନୀ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି।

Advertisment

ଚଳିତ ବର୍ଷ ଫେବୃଆରୀ ପର ଠାରୁ ପାକିସ୍ତାନ ସୀମାରେ କୌଣସି ପ୍ରକାରର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନଥିଲା। ଫେବୃଆରୀ ମାସରେ ପାକିସ୍ତାନ ଏହି କ୍ରିଷ୍ଣା ଘାଟିରେ ଗୁଳି ମାଡ଼ କରିଥିଲା। ଏବେ ପୁଣି ଗୋଟିଏ ମାସର ନୀରବତା ପରେ ପାକିସ୍ତାନ ସେନା ସୀମା ଲଙ୍ଘିଛନ୍ତି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। କିନ୍ତୁ ଏଥିରେ ଭାରତର କୌଣସି କ୍ଷୟକ୍ଷତି ହୋଇନାହିଁ। କ୍ରିଷ୍ଣା ଘାଟିରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଛି।

ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି। ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଠାରୁ ଆରମ୍ଭ କରି ଗୁଳି ମାଡ଼ କରାଯାଉଛି। ହେଲେ ପାକିସ୍ତାନ ସେନାର ସବୁ ପ୍ରକାରର ହରକତକୁ ଭାରତୀୟ ଯବାନମାନେ ବେଶ ଦମଦାର ଢଙ୍ଗରେ ପଣ୍ଡ କରି ଦେଉଛନ୍ତି।

ଆର୍ମି ସୂତ୍ର ଅନୁସାରେ, ପାକିସ୍ତାନୀ ଫୋର୍ସ ଓ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର କ୍ରିଷ୍ଣା ଘାଟି ସେକ୍ଟରରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରି ବିଫଳ ହେଉଛନ୍ତି। ଅନୁପ୍ରବେଶ ଉଦ୍ୟମ ବେଳେ ସେମାନଙ୍କୁ ବିପୁଳ କ୍ଷତି ସହିବାକୁ ବି ପଡ଼ୁଛି। ଫେବୃଆରୀ ମାସ ଆରମ୍ଭରେ ପାକିସ୍ତାନ ଟ୍ରୁପ୍ସ ପକ୍ଷରୁ ଛୋଟ ଧରଣର ଗୁଳି ମାଡ଼ କରାଯିବା ସହ ଏଲଓସିରେ ବିସ୍ଫୋରକ ଖଞ୍ଜି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏ ସମ୍ପର୍କରେ ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯାଇ ଆପତ୍ତି ଦାଖଲ କରାଯାଇଥିଲା। ତଥାପି ସୀମା ଲଙ୍ଘିବା କାମ ପାକିସ୍ତାନ ବନ୍ଦ କରୁନାହିଁ।

ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ବେଲୁଚିସ୍ତାନ ଓ ଖାୟବର ପାଖତୁନଖ୍ୱାରୁ ବିରୋଧର ସ୍ୱର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେଠାରେ ଲୋକଙ୍କ ସ୍ୱର ଚାପି ଦେବାକୁ ପାକିସ୍ତାନ ସେନା ବଳ ପ୍ରୟୋଗ କରୁଛି। ଏହା ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱର ଉଠିବା ପାକିସ୍ତାନ ସମସ୍ୟାକୁ ଆହୁରି ବୃଦ୍ଧି କରୁଛି। ଆର୍ଥିକ ସଙ୍କଟ ଓ ବିଦ୍ରୋହ ତୀବ୍ର ହେଉଥିବାରୁ ଏଥିରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏଭଳି କାରନାମା କରୁଥିବା କୁହାଯାଉଛି। ସେହିପରି ଭାରତରେ ପ୍ରବେଶ କରି ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନ ଏପରି ଅନୁପ୍ରବେଶ କରୁଥିବା ଜଣାପଡ଼ିଛି। 

Pakistan LOC & LAC India Pakistan War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe