Advertisment

ପାକିସ୍ତାନର ହମଲାକୁ ପଣ୍ଡ କଲା ଭାରତୀୟ ସେନା, ଗଡ଼ିଲା ୭ ଅନୁପ୍ରବେଶକାରୀଙ୍କ ମୁଣ୍ତ

ଭାରତୀୟ ସେନାର ଗୁଳିରେ ଟଳିଛନ୍ତି ୭ ଅନୁପ୍ରବେଶକାରୀ। ଏମାନଙ୍କ ମଧ୍ୟରୁ ୨ରୁ ୩ ଜଣ ପାକିସ୍ତାନ ସେନାର ଯବାନ ବି ରହିଛନ୍ତି। କିନ୍ତୁ ସେମାନଙ୍କର ସବୁ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
Terrorist

Terrorist

ପାକିସ୍ତାନ ଟାର୍ଗେଟରେ ଥିଲା ସୀମା ନିକଟରେ ଥିବା ଭାରତୀୟ ସେନାର ପୋଷ୍ଟ। ଭାରତୀୟ ସେନା ପୋଷ୍ଟକୁ ଘେରି ଯାଇ ଆକ୍ରମଣ କରିବାକୁ ଚାହୁଁଥିଲା ପାକିସ୍ତାନ। ଏଥିପାଇଁ ୭ ଜଣ ଅନୁପ୍ରବେଶକାରୀ ଏଲଓସି ଡେଇଁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନାର ରଣକୌଶଳ ଯୋଗୁ ପାକିସ୍ତାନ ଯୋଜନା କରିଥିବା ସବୁଠାରୁ ବଡ଼ ଆକ୍ରମଣ ପଣ୍ଡ ହୋଇଯାଇଛି।

Advertisment

ଭାରତୀୟ ସେନାର ଗୁଳିରେ ଟଳିଛନ୍ତି ୭ ଅନୁପ୍ରବେଶକାରୀ। ଏମାନଙ୍କ ମଧ୍ୟରୁ ୨ରୁ ୩ ଜଣ ପାକିସ୍ତାନ ସେନାର ଯବାନ ବି ରହିଛନ୍ତି। କିନ୍ତୁ ସେମାନଙ୍କର ସବୁ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିବାକୁ ସକ୍ଷମ ହୋଇଛି।

ଫେବୃଆରୀ ୪ ତାରିଖ ବିଳମ୍ବିତ ରାତି ଓ ୫ ତାରିଖ ଭୋର ସମୟରେ ଏପରି ଘଟଣା ଘଟଣା ଘଟିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟର ସ୍ଥିତ ଏଲଓସି ନିକଟରେ ଏପରି ଘଟଣା ଘଟିଥିଲା। ପାକିସ୍ତାନ ‘କଶ୍ମରୀ ଏକତା ଦିବସ’ ପାଳନ କରି ଭାରତ ବିରୋଧୀ ଏଜେଣ୍ଡାର ପ୍ରଚାର କରୁଥିବା ବେଳେ ଏଲଓସିରେ ଆକ୍ରମଣ ପାଇଁ ଅନୁପ୍ରବେଶ ହୋଇଥିଲା।

Advertisment

ସୂତ୍ର ଅନୁସାରେ, ସୀମା ପାର ଅପରେସନରେ ସିଦ୍ଧହସ୍ତ ଥିବା ପାକିସ୍ତାନର ବର୍ଡର ଆକ୍ସନ ଟିମ(ବାଟ) ପକ୍ଷରୁ ଭାରତୀୟ ସେନାର ଗୋଟିଏ ଫରୱାର୍ଡ ପୋଷ୍ଟ ଉପରେ ଚାରିପଟୁ ଗୋଟିଏ ସମୟରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ସେମାନେ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ସେମାନଙ୍କୁ ଘେରି ଯାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ୭ ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ନିହତ ୭ ଜଣଙ୍କ ମଧ୍ୟରୁ ୨ରୁ ୩ ଜଣ ପାକିସ୍ତାନ ସେନାର ନିୟମିତ ସଦସ୍ୟ। ବାକି ଆତଙ୍କବାଦୀମାନେ ଅଲ ବଦ୍ର ଗ୍ରୁପର ସଦସ୍ୟ ବୋଲି ଜଣାପଡ଼ିଛି।

ପାକିସ୍ତାନ କଶ୍ମୀର ଏକତା ଦିବସ ପାଳନ କରୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କରିଥିଲେ ଯେ କଶ୍ମୀର ସମେତ ସମସ୍ତ ବିବାଦର ସମାଧାନ ଭାରତ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହି ବୟାନର କିଛି ଘଣ୍ଟା ପରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶରିଫ ଯୋଗ ଦେଇଥିଲେ। ଉକ୍ତ ସଭାରେ ଭାରତ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ସଭେରେ ଜୈଶ ଓ ଲସ୍କର ଭଳି ଆତଙ୍କୀ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ। ଏଥିରୁ ପାକିସ୍ତାନର ଦୋମୁହାଁ ନୀତିର ପର୍ଦ୍ଦାଫାସ ହୋଇଥିଲା।

ଭାରତ ବାରମ୍ବାର କହି ଆସିଛି ଯେ ଜମ୍ମୁ-କଶ୍ମୀର ଓ ଲଦାଖ ଦେଶର ଅବିଚ୍ଛେଦ୍ୟ ଅଙ୍ଗ। ଆତଙ୍କବାଦ ଓ ହିଂସାକୁ ବାଦ ଦେବା ପରେ ହିଁ ପାକିସ୍ତାନ ସହ ସମ୍ପର୍କରେ ସୁଧାର ଆସିବ ବୋଲି ଭାରତ ସରକାର ପୂର୍ବରୁ କହି ସାରିଛନ୍ତି।

Attack On Police Pakistan Terrorist Jammu Kashmir Terror Attack