Advertisment

ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା; ନିଜକୁ ଦାୟୀ କଲା ଲଶ୍କର-ଏ-ତୋଏବା

ଜମ୍ମୁ-କଶ୍ମୀର ଗନ୍ଦେରବାଲରେ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନର ଲଶ୍କର-ଏ-ତୋଏବା।

The area has been cordoned off by the army and police

The area has been cordoned off by the army and police

Advertisment

ଜମ୍ମୁ-କଶ୍ମୀର ଗନ୍ଦେରବାଲ ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କରିଛି ଲଶ୍କର-ଏ-ତୋଏବା। ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ଲଶ୍କର-ଏ-ତୋଏବାର ହାତ ରହିଛି। 

Advertisment

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପାକିସ୍ତାନ ଲଶ୍କର-ଏ-ତୋଏବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ମୁଖ୍ୟ ଶେଖ୍ ସାଜଜାଦ ଗୁଲ୍ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ। ଗୁଲ୍ ତତ୍ୱାବଧାନରେ କଶ୍ମୀରେର ଥିବା ଆତଙ୍କବାଦୀ ପ୍ରଥମ ଥର ପାଇଁ କଶ୍ମୀର ବାସିନ୍ଦା ଏବଂ ଅଣକଶ୍ମୀର ବାସିନ୍ଦାଙ୍କ ଉପରେ ଆକ୍ରମଣ କରିଛନ୍ତି।

ସୂତ୍ରରୁ ଆହୁରି ସୂଚନା ମିଳିଛି ଯେ, TRF ପୂର୍ବରୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଆସିଛି। ଏଥିରେ ଅନେକ କଶ୍ମୀର ପଣ୍ଡିତଙ୍କର ମଧ୍ୟ ମୃତ୍ୟୁ ହୋଇଛି। କିନ୍ତୁ ଏହି ଆତଙ୍କୀ ସଂଗଠନ ପ୍ରଥମ କରି କଶ୍ମୀର ଏବଂ ଅଣକଶ୍ମୀର ବାସିନ୍ଦାଙ୍କୁ ଟାର୍ଗେଟ କରିଛି।

Advertisment

ପ୍ରକାଶ ଥାଉକି, ଗତକାଲି ସନ୍ଧ୍ୟାରେ ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆଖିବୁଜା ଗୁଳିମାଡ଼ କରିବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି।

ଆତଙ୍କୀ ହମଲା ପରେ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରିରଖି ଥିବାବେଳେ ଲଶ୍କର-ଏ-ତୋଏବା ଏଥିପାଇଁ ନିଜକୁ ଦାୟୀ କରିଛି।  

Lashkar Front J&K; Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe