Advertisment

ପାକିସ୍ତାନ ଜନ୍ମିତ କାନାଡା ଲେଖକ ତାରିକ ଫତହଙ୍କ ଦେହାନ୍ତ

ସେ ଦୀର୍ଘଦିନ ହେଲା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

Tarek Fatah

Tarek Fatah

Advertisment

ପାକିସ୍ତାନରେ ଜନ୍ମିତ ପ୍ରଖ୍ୟାତ କାନାଡା ସ୍ତମ୍ଭକାର ଓ ଲେଖକ ତାରିକ ଫତହ ଆଉ ନାହାନ୍ତି। ପାକିସ୍ତାନରେ ଜନ୍ମ ହୋଇଥିଲେ ମଧ୍ୟ ତାରିକ କାନାଡାରେ ରହୁଥିଲେ। ସେ ଦୀର୍ଘଦିନ ହେଲା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାରିକଙ୍କ ଝିଅ ନତାଶା ଫତହନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।

Advertisment

ନତାଶା ଟ୍ୱିଟ କରି ଏହି ଦୁଃଖଦ ଖବର ଦେବା ସହ ଲେଖିଛନ୍ତି ଯେ “ପଞ୍ଜାବର ସିଂହ। ହିନ୍ଦୁସ୍ତାନର ପୁଅ। କାନାଡାର ପ୍ରେମିକ। ସତ୍ୟର ମୁକସାଖୀ। ନ୍ୟାୟର ଯୋଦ୍ଧା। ପଛୁଆ ବର୍ଗରଙ୍କ ସ୍ୱର। ତାରିକ ଫତହ ଆଉ ନାହାନ୍ତି। ତାଙ୍କ ବିପ୍ଳବ ଜାରି ରହିବ। ତାଙ୍କୁ ଜାଣିଥିବା ଓ ଭଲ ପାଉଥିବା ଲୋକମାନେ ତାଙ୍କ ବିପ୍ଳବକୁ ଆଗକୁ ନେବେ। ଆପଣମାନେ ଆମ ସହ ସାମିଲ ହେବେ? ୧୯୪୯-୨୦୨୩।”

ରବିବାର ମଧ୍ୟ ନତାଶା ଟ୍ୱିଟ କରି ବାପାଙ୍କ ସହ ରବିବାର ଧୀରେଧୀରେ କାଟୁଥିବା କହିଥିଲେ। ସେମାନେ ବଲିଉଡ ଗୀତ ଶୁଣିବା ସହ ନତାଶା ଭାରତ ମାତାଙ୍କୁ ଭୁଲ ପାଇ କମଳା ରଙ୍ଗର ପୋଷାକ ପିନ୍ଧିଥିବା କହିଥିଲେ। ଏଥିସହ କାନାଡା ପାଇଁ ସେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ସୂଚନା ଦେଇଥିଲେ।

Advertisment

ତାରିକ ଫତହ ସବୁବେଳେ ଇସଲାମ ସମ୍ପର୍କରେ ପ୍ରଗତିଶୀଳ ମତ ରଖୁଥିଲେ ଓ ପାକିସ୍ତାନରେ ଘଟୁଥିବା ଘଟଣାକୁ ବିରୋଧ କରୁଥିଲେ। ଭାରତରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକଙ୍କୁ ସେ ସବୁବେଳେ ସମର୍ଥନ କରୁଥିଲେ।

୧୯୪୯ରେ ପାକିସ୍ତାନର କରାଚିରେ ଜନ୍ମ ଗ୍ରହଣ କରିଥିବା ତାରିକ ୮୦ ଦଶରେ କାନାଡାକୁ ଚାଲିଯାଇଥିଲେ। ସେ ଜଣେ ରାଜନୀତିକ ସ୍ୱେଚ୍ଛାସେବୀ, ସାମ୍ବାଦିକ ଓ ଟିଭି ଉପସ୍ଥାପକ ଭାବେ କାମ କରିଥିଲେ। ଏଥିସହ ସେ ଅନେକ ବହି ମଧ୍ୟ ଲେଖିଥିଲେ।

Tarek Fatah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe