Advertisment

ପୁଞ୍ଚରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପଛରେ ରହିଛି ବଡ଼ କାରଣ, ପାକିସ୍ତାନ ଓ ଚୀନ ରଚିଛନ୍ତି ଷଡ଼ଯନ୍ତ୍ର

ଗତକାଲି ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଭାରତୀୟ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି।

ଅଦ୍ୟତନ ହୋଇଛି
Indian Army

Indian Army

Advertisment

ଜମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବା ପଛରେ ରହିଛି ପାକିସ୍ତାନ ଓ ଚୀନର ମିଳିତ ଷଡ଼ଯନ୍ତ୍ର। ଲଦାଖ ସୀମାରୁ ଯବାନଙ୍କୁ ହଟାଇ କଶ୍ମୀରକୁ ପଠାଇବାକୁ ଭାରତୀୟ ସେନା ଉପରେ ଚାପ ପକାଇବା ପାଇଁ ଏହି ଦୁଇ ଦେଶ ଏଭଳି ଷଡ଼ଯନ୍ତ୍ର କରିଥିବା ପ୍ରତିରକ୍ଷା ବିଭାଗର ଉପରସ୍ତରରୁ ସୂଚନା ମିଳିଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। 

Advertisment

ଗତକାଲି ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଭାରତୀୟ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟରରେ ଭାରତୀୟ ସେନାର ଯବାନଙ୍କୁ ଆତଙ୍କବାଦୀମାନେ ଅଧିକ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ସେକ୍ଟର ପାକିସ୍ତାନ ସୀମାକୁ ଲାଗିଛି। ଯୋଜନାବଦ୍ଧ ଭାବେ ଏହି ଦୁଇ ସେକ୍ଟର ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି ପାକିସ୍ତାନ ଓ ଚୀନ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ୨୫ରୁ ୩୦ ଜଣ ଆତଙ୍କବାଦୀଙ୍କୁ ପୁଞ୍ଚରେ ଅନୁପ୍ରବେଶ କରାଇଛି। ସେମାନଙ୍କ ମୂଳ ଲକ୍ଷ୍ୟ ହେଉଛି ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା।

Advertisment

୨୦୨୦ ଗଲୱାନ ଘଟଣା ପରେ ଭାରତ ସେଠାରେ ତା’ର ସୈନ୍ୟବଳ ବଢ଼ାଇ ଦେଇଛି, ଯାହା ଚୀନକୁ ବିବ୍ରତ କରିଛି। ତେଣୁ ଭାରତର ସମସ୍ତ ଧ୍ୟାନ ଯେପରି କେବଳ କଶ୍ମୀର ଉପରେ ରହିବ ଓ ଲଦା‌ଖରୁ ଯବାନଙ୍କୁ ହଟାଇ ଭାରତୀୟ ସେନା କଶ୍ମୀରକୁ ନେବ, ସେଥିପାଇଁ ପାକିସ୍ତାନକୁ ପ୍ରବର୍ତ୍ତାଇ ଚୀନ ପୁଞ୍ଚ ଓ ରଜୌରୀ ସେକ୍ଟରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବୃଦ୍ଧି କରିଥିବା କୁହାଯାଉଛି।

ପୁଞ୍ଚ ଓ ରଜୌରୀ ସେକ୍ଟରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଥିବାରୁ ଭାରତୀୟ ସେନା ସେଠାରେ ଅତିରିକ୍ତ ଯବାନଙ୍କୁ ମୁତୟନ କରିଥିବା ସୂଚନା ମିଳିଛି। ସେଠାରେ ନିକଟରେ ହୋଇଥିବା ଅପରେସନଗୁଡ଼ିକରେ ୨୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପାକିସ୍ତାନର ନାଗରିକ ମଧ୍ୟ ଥିଲେ। ଏହି ଦୁଇଟି ଅଞ୍ଚଳରେ ୨୦୦୩ରୁ ୨୦୨୧ ପର୍ଯ୍ୟନ୍ତ ପାଖାପାଖି ଆତଙ୍କବାଦ ମୁକ୍ତ ଥିଲା। କିନ୍ତୁ ତା’ପରଠୁ ନିୟମିତ ଭାବେ ଏନ୍‌କାଉଣ୍ଟର ହେଉଛି।

ଅବସରପ୍ରାପ୍ତ କର୍ଣ୍ଣେଲ ଅଜୟ କୋଠିୟାଲ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବା ପରେ ପାକିସ୍ତାନ ଓ ଚୀନ ବହୁତ ରାଗି ଯାଇଥିଲେ। ତେଣୁ ସେମାନେ କଶ୍ମୀରରେ ସମସ୍ୟା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ପୁଞ୍ଚ ଓ ରଜୌରୀ ଅଞ୍ଚଳରେ। ଏବେ ସୁପ୍ରିମକୋର୍ଟ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିବା ପରେ ଉଭୟ ପାକିସ୍ତାନ ଓ ଚୀନ ବିଚଳିତ ହୋଇପଡ଼ିଛନ୍ତି। ସେମାନେ ଜମ୍ମୁ ଓ କଶ୍ମୀରରେ ପୁଣି ଅଶାନ୍ତି ସୃଷ୍ଟି କରିବେ ବୋଲି ଆଶା କରାଯାଉଥିଲା। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି।

Indian Army Poonch Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe