Advertisment

ପାକିସ୍ତାନର ‘ଅପରେସନ ସିନ୍ଦୂର ଦସ୍ତାବିଜ’: ଆକଳନ ଠାରୁ ଅଧିକ କ୍ଷତି ସହିଛି ଇସଲାମାବାଦ

ଭାରତୀୟ ସେନା ସୂଚନା ଦେଇଥିବା ତଥ୍ୟ ବାଦ ଆହୁରି ଅଧିକ ୮ଟି ଟାର୍ଗେଟରେ ଷ୍ଟ୍ରାଇକ ହୋଇଥିବା ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି।

Drone

Drone

Advertisment

ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଆକଳନ ଠାରୁ ଅଧିକ କ୍ଷତି ସହିଛି। ଆମ ସେନାର ସୂଚନା ବାଦ ଆହୁରି ଅଧିକ ପାକିସ୍ତାନୀ ଟାର୍ଗେଟରେ ହୋଇଥିଲା ଷ୍ଟ୍ରାଇକ୍‌। ଅପରେସନ ସିନ୍ଦୂର ପରେ ପାକିସ୍ତାନ ମଧ୍ୟ ବୁନୟାନ ଉନ ମାର୍ସୁସ ଆରମ୍ଭ କରିଥିଲା। ଏହାକୁ ନେଇ ପାକିସ୍ତାନ ପ୍ରସ୍ତୁତ କରିଥିବା ଦସ୍ତାବିଜରେ ସାଂଘାତିକ ତଥ୍ୟ ରହିଛି। ଏହି ଦସ୍ତାବିଜରେ ପାକିସ୍ତାନ ନିଜର ଗୁମର ନିଜେ ଖୋଲିଛି। ଭାରତୀୟ ସେନାର ପରାକ୍ରମ ଏଥିରେ ଜଳଜଳ ହୋଇ ଦୃଶ୍ୟମାନ ହେଉଛି। ଭାରତୀୟ ସେନା ସୂଚନା ଦେଇଥିବା ତଥ୍ୟ ବାଦ ଆହୁରି ଅଧିକ ୮ଟି ଟାର୍ଗେଟରେ ଷ୍ଟ୍ରାଇକ ହୋଇଥିବା ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି।

Advertisment

ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦସ୍ତାବିଜରେ ଗୋଟିଏ ମ୍ୟାପ ରହିଛି। ଏଥିରେ ପେଶାୱର, ଝାଙ୍ଗ, ସିନ୍ଧରେ ଥିବା ହାଇଦ୍ରାବାଦ, ପଞ୍ଜାବରେ ଥିବା ଗୁଜରାଟ, ଗୁଜରନୱାଲା, ଭାୱଲନଗର, ଅଟ୍ଟୋକ ଓ ଚୋରରେ ଭାରତୀୟ ସେନାର ଡ୍ରୋନ ମାଡ଼ ହୋଇଥିବା ଦର୍ଶାଯାଇଛି। ଏଠାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ପାକିସ୍ତାନ ତା’ର ଦସ୍ତାବିଜରେ ଉଲ୍ଲେଖ କରିଛି।

କିନ୍ତୁ ଏହି ସବୁ ସ୍ଥାନକୁ ଟାର୍ଗେଟ କରାଯାଇଥିବା ଭାରତୀୟ ସେନା ପୂର୍ବରୁ ଆଦୌ କହି ନଥିଲା। ଅପରେସନ ସିନ୍ଦୂର ପରେ ୩ ସେନାର ଡିଜିଏମଓ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ତଥ୍ୟ ଦେଇଥିଲେ। କିନ୍ତୁ କେବେ ବି ପାକିସ୍ତାନର ଉପରୋକ୍ତ ସ୍ଥାନ ଗୁଡ଼କରେ ଷ୍ଟ୍ରାଇକ କରାଯାଇଥିବା କହି ନଥିଲେ। ଏବେ ପାକିସ୍ତାନ ନିଜେ ଏସବୁ ସ୍ଥାନରେ ମଧ୍ୟ ଷ୍ଟ୍ରାଇକ ହୋଇଥିବେ କଥା କହିଛି। 

Advertisment

ନୂଆ ତଥ୍ୟ ପ୍ରମାଣିତ କରିଛି ଯେ ଭାରତ ଆକଳନ ଠାରୁ ଅଧିକ ଭିତରକୁ ଯାଇ ପାକିସ୍ତାନର ବିଭିନ୍ନ ସ୍ଥାନରେ ଷ୍ଟ୍ରାଇକ କରିଛି। ଭାରତୀୟ ସେନା ପାକିସ୍ତାନର ଯେକୌଣସି ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବେଶ କରିପାରେ ବୋଲି ଅପରେସନ ସିନ୍ଦୂର ପ୍ରମାଣିତ କରିଛି। ଭାରତର ଏପରି ହମଲା ଯୋଗୁ ହିଁ ପାକିସ୍ତାନ ଛାନିଆ ହୋଇଥିଲା ଓ ଅସ୍ତ୍ରବିରତି ଲାଗୁ କରିବାକୁ ନେହୁରା ହୋଇଥିଲା।

ପହଲଗାମ ନରସଂହାରର ବଦଲା ନେବାକୁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ହେଲେ ପାକିସ୍ତାନ ସେନା ପାଲଟା ଆକ୍ରମଣ କରିବାରୁ ଏହାର ଜବାବ ଭାରତ ଦେଇଥିଲା। ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ହେଲେ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସମର୍ଥନରେ ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରିବାରୁ ଦୁଇ ଦେଶ ମଧ୍ୟରେ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା।

ପାକିସ୍ତାନର ଡ୍ରୋନ ଓ ମିସାଇଲ ହମଲାର ଜବାବ ଦେବାକୁ ଭାରତୀୟ ସେନା କାଉଣ୍ଟର ଆଟାକ କରିଥିଲା। ଏଥିରେ ପାକିସ୍ତାନର ପ୍ରମୁଖ ସହର ଓ ଏୟାରବେସ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଭାରତ ଏହାର ସ୍ୟାଟେଲାଇଟ ଛବି ଜାରି କରିଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରୁ ନଥିଲା। କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତୀୟ ସେନାର ହମଲାକୁ ୨ ଥର ସ୍ୱୀକାର କରିଥିଲେ। ଏବେ ଭାରତୀୟ ସେନାର ଆକଳନ ବାହାରେ ପାକିସ୍ତାନ ଅଧିକ କ୍ଷତି ସହିଥିବା ଖୋଦ ଇସଲାମାବାଦ ଦସ୍ତାବିଜ ପ୍ରସ୍ତୁତ କରିଛି।

ନୁର ଖାନ ଏୟାରବେସ୍‌ ବ୍ୟତୀତ ରଫିକ୍ୟୁ, ମୁରିଦ, ରହିମ ୟାର ଖାନ, ସୁକୁର ଓ ଚୁନିଆନ ଏୟାର ବେସ୍‌କୁ ମଧ୍ୟ ଭାରତ ଟାର୍ଗେଟ କରିଥିଲା। ଏହାବାଦ ଭାରତର ଷ୍ଟ୍ରାଇକରେ ସକାରଦୁ, ଭୋଲାରି, ଜକୋବାବାଦ ଓ ସରଗୋଧାରେ ଥିବା ଏୟାର ବେସ୍‌ ବି କ୍ଷତିଗ୍ରସ୍ତ ହୋଇଛି।

Pakistan India Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe