Advertisment

ପାକିସ୍ତାନର ୩ ଯୁଦ୍ଧ ବିମାନକୁ ଖସାଇଲା ଭାରତୀୟ ସେନା

ଆମେରିକା ଠାରୁ ଆଣିଥିବା ଏଫ-୧୬ ଓ ଚାଇନାର ଜେ-୧୭ ଦ୍ୱାରା ହମଲା କରିବାକୁ ଯାଇ ବିଫଳ ହୋଇଛି ପାକିସ୍ତାନ।

ଅଦ୍ୟତନ ହୋଇଛି
F16

F16

Advertisment

ଭାରତର ଅପରେସନ ସିନ୍ଦୂରର ଜବାବ ଦେବାକୁ ଆସି ବ୍ୟାପକ କ୍ଷତି ସହିଛି ପାକିସ୍ତାନ। ଆଜି ସନ୍ଧ୍ୟାରେ ଜମ୍ମୁ, ପଞ୍ଜାବର ଓ ରାଜସ୍ଥାନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ଆକ୍ରମଣ କରିଛି। ପ୍ରଥମେ ମିସାଇଲ, ପରେ ଡ୍ରୋନ ଓ ଶେଷରେ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନ ହମଲା କରିଛି। ଜମ୍ମୁ ସମେତ ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ସେନାର ଏୟାର ଷ୍ଟ୍ରିପକୁ ପାକିସ୍ତାନ ଟାର୍ଗେଟ କରିବାକୁ ଆସିଥିଲା।

Advertisment

ଆମେରିକା ଠାରୁ ଆଣିଥିବା ଏଫ-୧୬ ଓ ଚାଇନାର ଜେ-୧୭ ଦ୍ୱାରା ହମଲା କରିବାକୁ ଯାଇ ବିଫଳ ହୋଇଛି ପାକିସ୍ତାନ। ଭାରତୀୟ ସେନା ପାକିସ୍ତାନର ଗୋଟିଏ ଏଫ ୧୬ ଓ ୨ଟି ଜେ-୧୭ ବିମାନକୁ ଖସାଇ ଦେଇଥିବା ଜଣାପଡ଼ିଛି। ପାକିସ୍ତାନ ଆକ୍ରମଣ କଥା ମାନିଥିବା ବେଳେ ଭାରତ ଗୁଳିରେ କେବଳ ଦୁଇଟି ଜେ-୧୭ ବିମାନ ଖସିଥିବା ସ୍ୱୀକାର କରିଛି। ଭାରତୀୟ ସେନା ଅଖନୁର ଠାରେ ଖସାଇ ଦିଆଯାଇଛି। 

ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଇଛି। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଛି। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିବା ଜଣାପଡ଼ିଛି। ମିସାଇଲକୁ ଭାରତୀୟ ସେନା ନଷ୍ଟ କରିଦେଇଥିଲେ ହେଁ କିଛି ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। 

Advertisment

ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍‌ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ହେଲେ ଏଠାରେ ଭାରତୀୟ ସେନା ଗୁଳି କରି ପାକିସ୍ତାନ ଡ୍ରୋନ ଗୁଡ଼ିକୁ ଖସାଇ ଦେଇଛନ୍ତି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ଗୋଟିଏ ଡ୍ରେନ ପଡ଼ିଥିବା ଖବର ମିଳିଛି। 

ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଛି। ଏହାକୁ ମାତ ଦେବା ପାଇଁ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। କିଛି ସ୍ଥାନରେ ବ୍ଲାକଆଉଟ କରାଯାଇଛି। ବ୍ଲାକଆଉଟ ଯୋଗୁ ପୂରା ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଛି। ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଥିବାରୁ କିଛି ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। 

ଭାରତ ପ୍ରଥମେ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ପାକିସ୍ତାନ ମିସାଇଲକୁ ନଷ୍ଟ କରିଥିଲା। ଏହାପରେ ଏଲ ୭୦ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। 

Operation Sindoor Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe