Advertisment

ଅପରେସନ ସିନ୍ଦୂର ସମ୍ପର୍କରେ ନୂଆ ତଥ୍ୟ ଦେଲେ ଜେନେରାଲ ଅନୀଲ ଚୌହାନ

ଆଧୁନିକ ଯୁଗର ଯୁଦ୍ଧକୁ କେହି କେହି କେବେ ହେଲେ ଗତକାଲିର ଯୁଦ୍ଧାସ୍ତ୍ର ଦ୍ୱାରା ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
CDS

CDS

Advertisment

ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ୩ ସେନାର ମୁଖ୍ୟ ଜେନେରାଲ ଅନୀଲ ଚୌହାନ ବୁଧବାର କହିଛନ୍ତି ଯେ ପୁରୁଣା ଯୁଗର ଯୁଦ୍ଧାସ୍ତ୍ରରେ ଭାରତ କେବେ ହେଲେ ଆଧୁନିକ ଯୁଗର ଯୁଦ୍ଧ ଜିତି ପାରିବ ନାହିଁ। ସେ ଭବିଷ୍ୟତ ଟେକ୍ନୋଲୋଜିକୁ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବା ସହ ସ୍ୱଦେଶୀ ଯୁଦ୍ଧାସ୍ତ୍ର ଉପରେ ଫୋକସ କରିଛନ୍ତି।

Advertisment

ଏହାବାଦ ସିଡିଏସ୍‌ ଜେନେରାଲ ଚୌହାନ ଭାରତୀୟ ସେନାର ଅପରେସନ ସିନ୍ଦୂର ସମ୍ପର୍କରେ ନୂଆ ତଥ୍ୟ ଦେଇଛନ୍ତି। ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା କେମିତି ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ଓ ଅନ୍ୟ ଯୁଦ୍ଧାସ୍ତ୍ରକୁ ବିନା କ୍ଷତିରେ ନଷ୍ଟ କରି ଦେଇଥିଲା, ସେବିଷୟରେ ସମସ୍ତଙ୍କୁ ଅଗତ କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ପ୍ରତିରକ୍ଷା ୱାର୍କଶପରେ ଜେନେରାଲ ଚୌହାନ କହିଛନ୍ତି, “ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ମେ’ ୧୦ରେ ଯୁଦ୍ଧାସ୍ତ୍ର ନଥିବା ଏକାଧିକ ଡ୍ରୋନ ଓ ଘୂର୍ଣ୍ଣନ ଅବସ୍ଥାରେ ଥିବା ଯୁଦ୍ଧାସ୍ତ୍ରର ବ୍ୟବହାର କରିଥିଲା।

Advertisment

ଏଗୁଡ଼ିକ ଭାରତର କୌଣସି ସାମରିକ କିମ୍ବା ବେସାମରିକ ଭିତ୍ତିଭୂମିରେ କ୍ଷୟକ୍ଷତି କରିପାରି ନାହିଁ। ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରକୁ ବିଭିନ୍ନ ଉପାୟରେ ନିଷ୍କ୍ରିୟ କରାଯାଇଥିଲା। କିଛି ଡ୍ରୋନ ଅକ୍ଷତ ଅବସ୍ଥାରେ ମଧ୍ୟ ଉଦ୍ଧାର ହୋଇଥିଲା।”

ଅପରେସନ ସିନ୍ଦୂର ବେଳେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁଣିଥରେ ଦୋହରାଇଛନ୍ତି ଜେନେରାଲ ଚୌହାନ। ସେ ସ୍ୱଦେଶୀ ଯୁଦ୍ଧାସ୍ତ୍ର ଉପରେ ଫୋକସ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଆଧୁନିକ ଯୁଗର ଯୁଦ୍ଧକୁ କେହି କେହି କେବେ ହେଲେ ଗତକାଲିର ଯୁଦ୍ଧାସ୍ତ୍ର ଦ୍ୱାରା ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି।

CDS Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe