Advertisment

ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି

ପାକିସ୍ତାନର କୌଣସି ରାଜନେତା ଶେଷଥର ପାଇଁ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ।

author-image
Hemant Lenka
Bilawal Bhutto Zardari

Bilawal Bhutto Zardari

ଭାରତ ଆସିବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସ୍‌ସିଓ)ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଆସନ୍ତା ମାସରେ ଭାତରତ ଗୋଆରେ ଆୟୋଜନ ହେବ। ଏଥିରେ ଯୋଗ ଦେବାକୁ ବିଲାୱଲ ଆସିବେ ବୋଲି ଆଜି ପାକସ୍ତାନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ ଜହରାହ ବାଲୋଚ କହିଛନ୍ତି, “ବିଲାୱଲ ଭୁଟ୍ଟୋ ଜର୍ଦାରି ଏସ୍‌ସିଓ କାଉସିଲରରେ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ନେବେ। ମେ’ ୪ରୁ ୫ ତାରିଖରେ ଭାରତର ଗୋଆରେ ଏସସିଓ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବୈଠ କରିବେ। ଏସ୍‌ସିଓର ଚାର୍ଟର ଓ ପ୍ରକ୍ରିୟା ପ୍ରତି ପାକିସ୍ତାନ କେମିତି ପ୍ରତିଶ୍ରୁତିବଦ୍ଧ, ସେକଥା ଆମ ଅଂଶଗ୍ରହଣରୁ ସ୍ପଷ୍ଟ ହେଉଛି। ପାକିସ୍ତାନ ତା’ର ବୈଦେଶିକ ନୀତିକୁ ଅତ୍ୟନ୍ତ ଗୁରତ୍ୱ ଦେଉଛି।”

ପାକିସ୍ତାନର କୌଣସି ରାଜନେତା ଶେଷଥର ପାଇଁ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ। ୨୦୧୪ରେ ନୱାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବେ ଭୁଟ୍ଟୋ ଭାରତ ଗସ୍ତରେ ଆସିବେ।

Advertisment

ର୍ତ୍ତମାନ ଏସ୍‌ସିଓର ଅଧ୍ୟକ୍ଷତା ଦାୟିତ୍ୱ ପାଇଥିବା ଭାରତ ପକ୍ଷରୁ ଏସ୍‌ସିଓ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଚାଇନା ଓ ପାକିସ୍ତାନ ରହିଥିଲେ। ଏବେ ଭାରତର ନିମନ୍ତ୍ରଣ ରକ୍ଷା କରି ପାକିସ୍ତାନ ଭୁଟ୍ଟୋଙ୍କୁ ଗୋଆ ପଠାଇବାକୁ ନିଷ୍ପତ୍ତି ନେଇଛି।

୨୦୧୭ ମସିହା ଜୁନ ୯ରେ ଭାରତ ଏସ୍‌ସିଓର ପୂର୍ଣ୍ଣ ସଦସ୍ୟତା ହାସଲ କରିଥିଲା। ଏସ୍‌ସିଓର ୪ ପର୍ଯ୍ୟବେକ୍ଷକ ରାଷ୍ଟ୍ର ହେଲେ ଆଫଗାନିସ୍ତାନ, ବେଲାରୁଷ, ଇରାନ ଓ ମୋଙ୍ଗୋଲିଆ। ସେହିପରି ୬ ଡାଏଲଗ ରାଷ୍ଟ୍ର ହେଲେ, ଆର୍ମେନିଆ, ଅଜେରବୈଜାନ, କାମ୍ବୋଡିଆ, ନେପାଳ, ଶ୍ରୀଲଙ୍କା ଓ ତୁର୍କୀ।

ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ହେଲାଣି ତିକ୍ତତା ଲାଗି ରହିଛି। ୨୦୧୯ ପୁଲୱାମା ଓ ୨୦୧୬ ଉରି ଆକ୍ରମଣ ପରେ ଏହି ତିକ୍ତତା ଆହୁରି ତୀବ୍ର ହୋଇଥିଲା। ଉରି ଓ ପୁଲୱାମା ହମଲା ପରେ ଭାରତ ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

Pakistan India SCO Bilawal Bhutto Zardari