Advertisment

ପାକିସ୍ତାନ ଡହଳ ବିକଳ: ଭାରତର ଶରଣ ପଶିଲା

୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ବିଶ୍ୱ ବ୍ୟାଙ୍କ ସହାୟତାରେ ଏହି ଚୁକ୍ତି ସଫଳ ହୋଇଥିଲା।

author-image
Hemant Lenka
Indus

Indus

ଭାରତକୁ ତୋଡ଼ ଦେଖାଉଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେଉଛି। ଗ୍ରୀଷ୍ମ ପ୍ରବାହ ଯେତିକି ବଢ଼ୁଛି ପାକିସ୍ତାନର ଚିନ୍ତା ସେତିକି ଅଧିକ ହେଉଛି। ପହଲଗାମ ନରସଂହାର ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ ଲଗାଇ ଦେଇଥିବାରୁ ପାକିସ୍ତାନରେ ଏବେ ସାଂଘାତିକ ସ୍ଥିତି। ଏଥିସହ ଏକାଧିକ ନଦୀରେ ଥିବା ଗେଟକୁ ମଧ୍ୟ ଭାରତ ସରକାର ନିଜ ଇଚ୍ଛାରେ ବନ୍ଦ କରୁଛନ୍ତି ଓ ଖୋଲୁଛନ୍ତି।

Advertisment

ପୂର୍ବରୁ ଏଥିପାଇଁ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଭାରତର ଶରଣ ପଶିଛି। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପାଇଁ ନେଇଥିବା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବାକୁ ପାକିସ୍ତାନର ଜଳ ସମ୍ପ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ଅନୁରୋଧ କରାଯାଇଛି।

୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ବିଶ୍ୱ ବ୍ୟାଙ୍କ ସହାୟତାରେ ଏହି ଚୁକ୍ତି ସଫଳ ହୋଇଥିଲା। ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକାଧିକ ଥର ଯୁଦ୍ଧ ହୋଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ତଥାପି ଭାରତ ସରକାର କେବେ ହେଲେ ସିନ୍ଧୁ ନଦୀର ଜଳ ପାକିସ୍ତାନ ପାଇଁ କେବେ ବି ଅଟକାଇ ନଥିଲେ।

Advertisment

କିନ୍ତୁ ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କଠୋର ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନ କରିବା ଯାଏ ଭାରି ସରକାର ସିନ୍ଧୁ ଜଳ ଚୁକ୍ତିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ପାକିସ୍ତାନରେ ଏବେ ଚିନ୍ତାରେ ରହିଛି।

ଏବେ ପାକିସ୍ତାନ ଜଳ ସମ୍ପଦ ମନ୍ତ୍ରୀ ଲେଖିଥିବା ଚିଠିରେ କହିଛି ଯେ ଚୁକ୍ତି ଉପରେ ରୋକ ଲଗାଇ ନିଷ୍ପତ୍ତି ଦେଶରେ ସଙ୍କଟମୟ ସ୍ଥିତି ସୃଷ୍ଟି କରିବ। ତେଣୁ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ।

ମଙ୍ଗଳବାର ଭାରତ ସରକାର ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନ ସହ ଅସ୍ତ୍ରବିରତି ବୁଝାମଣା ହୋଇଛି। କିନ୍ତୁ ପାକିସ୍ତାନ ସୀମା ପାର ଆତଙ୍କବାଦ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏ ସିନ୍ଦୁ ଜଳ ଚୁକ୍ତି ବନ୍ଦ ରହିବ।

ସିନ୍ଧୁ ଜଳ ଚୁକ୍ତି କ’ଣ?

ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀରେ ଜଳ ଆବଣ୍ଟନ ପାଇଁ ଦୁଇ ପଡ଼ୋଶ ଦେଶ ମଧ୍ୟରେ ୧୯୬୦ ମସିହା ସେପ୍ଟେମ୍ବର ୧୯ରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହାକୁ ସିନ୍ଧୁ ଜଳ ଚୁକ୍ତି କୁହାଯାଏ। ସିନ୍ଧୁ ନଦୀ ଓ ଏହାର ଶାଖା ନଦୀର ଜଳକୁ ଦୁଇ ଦେଶ ମଧ୍ୟରେ କେମିତି ଠିକ ଭାବେ ଆବଣ୍ଟନ ହେବ, ତାହା ହିଁ ଚୁକ୍ତିର ମୂଳଲକ୍ଷ୍ୟ ଥିଲା। 

ସିନ୍ଧୁ ନଦୀ ପ୍ରଣାଳୀରେ ୬ଟି ନଦୀ ରହିଛି। ସେଗୁଡ଼ିକ ହେଲା- ସିନ୍ଧୁ, ସତଲେଜ, ଝେଲମ, ଚେନାବ, ରବି ଓ ବ୍ୟାସ୍ ନଦୀ। ଏହି ରାଜିନାମା ଅନୁସାରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀର ମାତ୍ର ୨୦ ପ୍ରତିଶତ ପାଣି ବ୍ୟବହାର କରି ପାରିବ। ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ପ୍ରବାହିତ ହୁଏ। ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନ ରେଖା କୁହାଯାଏ।

ପାକିସ୍ତାନର ୮୦ ପ୍ରତିଶତ ଚାଷ ଉପଯୋଗୀ ଜମି ସିନ୍ଧୁ ନଦୀର ପାଣି ଉପରେ ନିର୍ଭର କରନ୍ତି। ଏହି ପାଣିର ୯୩ ପ୍ରତିଶତ ଅଂଶ ଜଳସେଚନ ପାଇଁ ବ୍ୟବହାର କରାଯାଏ। ଏହା ବିନା ଚାଷ ଅସମ୍ଭବ। ସିନ୍ଧୁ ଓ ଏହାର ଶାଖା ନଦୀ ଉପରେ ପାକିସ୍ତାନର ପ୍ରମୁଖ ସହର କରାଚି, ଲାହୋର ଓ ମୁଲତାନ ନିର୍ଭରଶୀଳ।

Pakistan India Pakistan War Indus Treaty