Advertisment

ଅପରେସନ ସିନ୍ଦୂର ବେଳେ ଭୟରେ ଥରୁଥିଲା ପାକିସ୍ତାନ ନୌସେନା, କରାଚି ବନ୍ଦରରୁ ପଳାଇଥିଲା!

ଭାରତୀୟ ନୌସନା କାଳେ ଆକ୍ରମଣ କରି ସବୁ କିଛି ଛନଛତ୍ର କରିଦେବ, ସେହି ଭୟରେ ପାକିସ୍ତାନ ନୌସେନା ପଛକୁ ହଟିବା ସହ ଯୁଦ୍ଧ ବିମାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା।

author-image
Hemant Lenka
Pak

Pak

ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ମାସରେ କରିଥିବା ଅପରେସନ ସିନ୍ଦୂରକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାର ଆକ୍ରମଣାତ୍ମକ ରୂପ ଦେଇ ଭୟରେ ଛାନିଆ ହୋଇପଡ଼ିଥିଲା ପାକିସ୍ତାନ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ସେନା କେମିତି ପଛଘୁଞ୍ଚା ଦେଇଥିଲା, ତା’ର ଫଟୋ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି।

Advertisment

ଭାରତ ସହ ତିକ୍ତତା ଚରମସୀମାରେ ରହିଥିବା ବେଳେ ପାକିସ୍ତାନର ସୁରକ୍ଷାକର୍ମୀମାନେ କେମିତି ଭୟରେ ଥରୁଥିଲେ, ତା’ର ଚିତ୍ର ଏବେ ପୂରା ବିଶ୍ୱ ଦେଖିବାକୁ ପାଇଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ସାମ୍ନାକୁ ଆଣିଥିବା ସ୍ୟାଟେଲାଇଟ ଛବି ପାକିସ୍ତାନ ମନରେ ଭାରତ ପ୍ରତି ଥିବା ଭୟର ପର୍ଦ୍ଦାଫାସ କରିଛି। ପାକିସ୍ତାନ ସେନାର ହରକତର ଜବାବ ଭାରତ ଦେଉଥିବା ବେଳେ କରାଚି ବନ୍ଦରରେ ଥିବା ଅନେକ ପାକିସ୍ତାନୀ ଯୁଦ୍ଧ ଜାହଜଗୁଡ଼ିକୁ ଭୟରେ ବ୍ୟବସାୟିକ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଆଉ କିଛି ଯୁଦ୍ଧ ଜାହଜ ଭୟରେ ଇରାନ ସୀମାରେ ଆଶ୍ରୟ ନେଇଥିଲେ। ଭାରତୀୟ ନୌସନା କାଳେ ଆକ୍ରମଣ କରି ସବୁ କିଛି ଛନଛତ୍ର କରିଦେବ, ସେହି ଭୟରେ ପାକିସ୍ତାନ ନୌସେନା ପଛକୁ ହଟିବା ସହ ଯୁଦ୍ଧ ବିମାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ଏହି ଫଟୋରୁ ଭାରତର ଅପରେସନ କେତେ ଘାତକ ଥିଲା ଓ ପାକିସ୍ତାନ କେମିତି ପଛକୁ ଘୁଞ୍ଚିଥିଲା, ତା’ହା ସ୍ପଷ୍ଟ ଭାବେ ଅନୁମେୟ ହେଉଛି।

Advertisment

ଅପରେସନ ସିନ୍ଦୂରରେ ଘାଇଲା ହୋଇଥିବା ପାକିସ୍ତାନ ନିଜର ଛବିକୁ ସୁଧାରିବା ପାଇଁ ବେଶ କିଛି ମାସ ହେଲା ବାହାସ୍ଫଟ ମାରିଚାଲିଛି। ଭାରତର ଜବାବ ପାକିସ୍ତାନ ଦୃଢ଼ ଭାବେ ଦେଇଥିବା ଇସଲାମାବାଦ ପକ୍ଷରୁ ପ୍ରଚାର କରାଯାଉଛି। କିନ୍ତୁ ପ୍ରଥମଥର ପାଇଁ ସ୍ୟାଟେଲାଇଟ ଇମେଜ ପାକିସ୍ତାନର ସବୁ ମିଛର ଗୁମର ଖୋଲି ଦେଇଛି। ଭାରତୀୟ ସେନାର ପରାକ୍ରମ ଯୋଗୁ ପାକିସ୍ତାନ ପଛକୁ ହଟିଥିଲା ବୋଲି ପ୍ରମାଣିତ ହୋଇଛି।

ସ୍ୟାଟେଲାଇଟ ଛବିରୁ ଜଣାପଡ଼ିଛି ଯେ ତିକ୍ତତା ଚରମସୀମାରେ ଥିବା ବେଳେ ପାକିସ୍ତାନ ତା’ର ସମ୍ମୁଖ ଭାଗ ଯୁଦ୍ଧ ଜାହଜଗୁଡ଼ିକ କରାଚି ଠାରୁ ପ୍ରାୟ ୧୦୦ କିମି ଦୂର ଗୱାଦରକୁ ସ୍ଥାନାନ୍ତର କରି ଦେଇଥିଲା। ଏହି ସ୍ଥାନଟି ଇରାନ ସୀମାର ଅତି ନିକଟତର। ଆରବ ସାଗରରେ ଭାରତୀୟ ନୌସେନା ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଖବର ମିଳିବା ପରେ ପାକିସ୍ତାନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା।

ମେ’ ୭ ତାରିଖରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହାର ଦିନକ ପରେ ଅର୍ଥାତ ମେ’ ୮ ତାରିଖର ସ୍ୟାଟେଲାଇଟ ଛବି ପାକିସ୍ତାନର ମିଛକୁ ଧରା ପକାଇଛି। ସ୍ୟାଟେଲାଇଟ ଛବିରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନର ପ୍ରମୁଖ ଯୁଦ୍ଧ ଜାହଜଗୁଡ଼ିକ ସେମାନଙ୍କ ଧାର୍ଯ୍ୟ ନୌସେନା ବେସ୍‌ରେ ନଥିଲା। ନୌସେନା ବେସ ବଦଳରେ ଯୁଦ୍ଧ ଜାହଜଗୁଡ଼ିକ କରାଚିର ବ୍ୟବସାୟିକ ପଣ୍ୟବାହୀ ପୋର୍ଟରେ ରହିଥିଲା। ଗୋଟିଏ ସ୍ଥାନରେ ୩ଟି ଯୁଦ୍ଧ ବିମାନ ରହିଥିବା ବେଳେ ଆଉ ଗୋଟିଏ ସ୍ୱତନ୍ତ୍ର ଭାବେ କରାଚିର ବ୍ୟବସାୟିକ ପୋର୍ଟରେ ରହିଥିଲା।

ସେହିପରି ମେ’ ୧୦ ତାରିଖରେ ଫୋକସ ଗୱାଦର ପୋର୍ଟକୁ ଯାଇଥିଲା। ସେହିଦିନ ପ୍ରାୟ ୭ଟି ପାକିସ୍ତାନୀ ଯୁଦ୍ଧ ବିମାନ ସେଠାରେ ଚଳପ୍ରଚଳ କରୁଥିବା ସ୍ୟାଟେଲାଇଟ ଛବିରୁ ଜଣାପଡ଼ିଛି। ଏହି ୭ଟି ଯୁଦ୍ଧ ଜାହଜ ମଧ୍ୟରେ ଜୁଲଫିକର-କ୍ଲାସ ଫ୍ରିଗେଟ୍ସ ରହିଥିଲା। ଏହା ଗୋଟିଏ ଚାଇନା ନିର୍ମିତ ଯୁଦ୍ଧ ଜାହଜ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୪ଟି ଜୁଲଫିକର-କ୍ଲାସ ଫ୍ରିଗେଟ୍ସ ଚାଇନା ନିକଟରେ ପାକିସ୍ତାନକୁ ଦେଇଥିଲା। ସେହିପରି ଅପରେସନ ସିନ୍ଦୂରର ୬ ମାସ ପୂର୍ବରୁ ଜୁଲଫିକର-କ୍ଲାସ ଫ୍ରିଗେଟ୍ସ କେମିତି ଜାହଜ ବିଧ୍ୱଂସକାରୀ ମିସାଇଲ ମାଡ଼ କରିପାରେ, ତା’ର ଭିଡିଓ ମଧ୍ୟ ପାକିସ୍ତାନ ରିଲିଜ କରିଥିଲା।

ହେଲେ ତିକ୍ତତା ବେଳେ ଏହି ଯୁଦ୍ଧ ଜାଜଗୁଡ଼ିକୁ ନୌସେନା ବେସ୍‌ରୁ ୧୦୦ କିମି ଦୂର ଇରାନ ସୀମାକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଭାରତୀୟ ନୌସେନାର ଆକ୍ରମଣକୁ ଚାଇନା ନିର୍ମିତ ଜୁଲଫିକର-କ୍ଲାସ ଫ୍ରିଗେଟ୍ସ ସାମ୍ନା କରିପାରିବ ନାହିଁ ବୋଲି ଆଶଙ୍କା କରି ପାକିସ୍ତାନ ଭୟରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

Pakistan Operation Sindoor