Advertisment

ତାଲିବାନ ଗୁଳିରେ ଟଳିଲେ ଅଭିନନ୍ଦନଙ୍କୁ କାବୁ କରିଥିବା ପାକ୍‌ ସେନାଧିକାରୀ

ଟିଟିପି ସହ ପାକିସ୍ତାନ ସେନାର ଚାଲିଥିବା ସଂଘର୍ଷରେ ଆବ୍ବାସ ପ୍ରାଣ ହରାଇଛନ୍ତି। ତାଙ୍କ ସହ ଆଉ ଜଣେ ପାକ ଅଧିକାରୀଙ୍କ ମଧ୍ୟ ତାଲିବାନ ଗୁଳିରେ ଜୀବନ ହରାଇଛନ୍ତି।

author-image
Hemant Lenka
Pakistan

Pakistan

ପ୍ରାଣ ହରାଇଛନ୍ତି ପାକିସ୍ତାନର ବରିଷ୍ଠ ଅଧିକାରୀ ମେଜର ମୋଇଜ ଆବ୍ବାସ ଶାହ। ୨୦୧୯ ଭାରତ-ପାକିସ୍ତାନ ତିକ୍ତତା ବେଳେ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ସହ ସେ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ। ଏହି ସମୟରେ ତାଙ୍କୁ ଯେଉଁ ପାକିସ୍ତାନ ସେନାଧିକାରୀ କାବୁ କରିଥିଲେ, ସେ ହେଉଛନ୍ତି ମେଜର ଆବ୍ବାସ।

Advertisment

ଏବେ ଖାୟବର ପାଖତୁନଖ୍ୱାରେ ତେହରୀକ-ଇ-ତାଲିବାନ ବା ଟିଟିପି ସହ ପାକିସ୍ତାନ ସେନାର ଚାଲିଥିବା ସଂଘର୍ଷରେ ଆବ୍ବାସ ପ୍ରାଣ ହରାଇଛନ୍ତି। ତାଙ୍କ ସହ ଆଉ ଜଣେ ପାକ ଅଧିକାରୀଙ୍କ ମଧ୍ୟ ତାଲିବାନ ଗୁଳିରେ ଜୀବନ ହରାଇଛନ୍ତି।

ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ୱାଜିରସ୍ତାନ ଜିଲ୍ଲାରେ ଗୁଇନ୍ଦା ତଥ୍ୟ ଆଧାରରେ ହୋଇଥିବା ଅପରେସନରେ ୧୧ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅପରେସନରେ ୨ ଜଣ ସୁରକ୍ଷା ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆବ୍ବାସ ବୋଲି ପାକିସ୍ତାନ ସେନା ନିଶ୍ଚିତ କରିଛି।

Advertisment

ମେଜର ମୋଇଜ ଆବ୍ବାସ ଶାହ କିଏ?

ଆବ୍ବାସ ଚକୱାଲର ପାକିସ୍ତାନ ଆର୍ମି ଅଫିସର। ୨୦୧୯ରେ ସେ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ କାବୁ କରି ଚର୍ଚ୍ଚାକୁ ଆସିଥିଲେ। ସେ ପାକିସ୍ତାନ ସ୍ପେଶାଲ ସର୍ଭିସ ଗ୍ରୁପର ସଦସ୍ୟ। ଏହା ପାକିସ୍ତାନର ବିରଳ କମାଣ୍ଡୋ ୟୁନିଟ ଭାବେ ଜଣାଶୁଣା। ଅତ୍ୟନ୍ତ ବିପଦପୂର୍ଣ୍ଣ ମିଶନରେ ସ୍ପେଶାଲ ସର୍ଭିସ ଗ୍ରୁପର ସଦସ୍ୟମାନେ ସାମିଲ ହୁଅନ୍ତି। ୱାଜିରସ୍ତାନରେ ଚାଲିଥିବା ଆତଙ୍କବାଦ ନିରୋଧ ଅପରେସନର ନେତୃତ୍ୱ ଆବ୍ବାସ ନେଉଥିଲେ। ଏହି ସମୟରେ ହୋଇଥିବା ଗୁଳି ବିନିମୟରେ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନ ସେନା କହିଛି।

କେମିତି ଧରାପଡ଼ିଥିଲେ ଅଭିନନ୍ଦନ?

ପୁଲୱାମା ହମଲାର ବଦଲା ନେବାକୁ ଭାରତୀୟ ବାୟୁ ସେନା ବାଲାକୋଟରେ ଥିବା ଆତଙ୍କବାଦୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଜବାବରେ ପାକିସ୍ତାନ ସେନା ଭାରତୀୟ ସେନାର ବେସ୍‌କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନର ପ୍ରାୟ ୨୪ଟି ଯୁଦ୍ଧ ବିମାନ ଆକ୍ରମଣ କରିବାକୁ ଭାରତ ଆଡ଼କୁ ଆସିଥିଲେ। ଏହାକୁ ଦେଖି ଭାରତୀୟ ବାୟୁ ସେନା ମଧ୍ୟ କାଉଣ୍ଟର ଆଟାକ କରିଥିଲା। ଫଳରେ ଆକାଶ ପଥରେ ଦୁଇ ଦେଶ ମଧ୍ୟରେ ବେଶ କିଛି ସମୟ ପାଇଁ ଆକ୍ରମଣ ଓ ପ୍ରତି ଆକ୍ରମଣ ଦେଖିବାକୁ ମିଳିଥିଲା।

ଏହି ଲଢ଼େଇ ବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଶ୍ରୀନଗର ଭିତ୍ତିକ ୫୧ ସ୍କ୍ୱାର୍ଡନର ଅଂଶବିଶେଷ ଥିଲେ। ସେ ମଧ୍ୟ ଏହି ଲଢ଼େଇରେ ସାମିଲ ହୋଇଥିଲେ। ମିଗ ୨୧ ବିମାନ ଜରିଆରେ ଅଭିନନ୍ଦନ ପାକିସ୍ତାନ ଯୁଦ୍ଧ ବିମାନକୁ କଡ଼ା ଜବାବ ଦେବା ସହ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏହି ଅପରେସନ ବେଳେ ପାକିସ୍ତାନ ଯୁଦ୍ଧ ବିମାନର ଗୁଳି ଅଭିନନ୍ଦନଙ୍କ ବିମାନରେ ମାଡ଼ ହୋଇଥିଲା। ସେ ଜୀବନ ବଞ୍ଚାଇବାକୁ ଯାଇ ବିମାନରୁ ଡେଇଁ ପଡ଼ିଥିଲେ। ହେଲେ ଭାରତ ବଦଳରେ ସେ ପାକିସ୍ତାନରେ ଖସିଥିଲେ।

ପାକିସ୍ତାନ ସେନା ତାଙ୍କୁ କାବୁ କରି ନେଇଥିଲା। ପାକିସ୍ତାନ ପ୍ରଥମେ ତାଙ୍କୁ ଛାଡ଼ିବାକୁ ରାଜି ହୋଇ ନଥିଲା। କିନ୍ତୁ ଭାରତର ନାଲି ଆଖିରେ ଡରି ପାକିସ୍ତାନ ଭୟରେ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିଲା। ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାମ କରୁଥିଲେ। ପାକିସ୍ତାନ ଶାନ୍ତି ଚାହୁଁଥିବା କଥା କହି ସେ ଅଭିନନ୍ଦନଙ୍କୁ ଛଡ଼ା ଯାଉଥିବା କହିଥିଲେ।

ପାକିସ୍ତାନ କାବୁ କରିବାର ୫୮ ଘଣ୍ଟା ପରେ ଅଭିନନ୍ଦନ ଭାରତ ଫେରିଥିଲେ। ୨୦୧୯ ମସିହା ଫେବୃଆରୀ ୨୮ରେ ଅଟ୍ଟାରି-ୱାଘା ସୀମା ଦେଇ ସେ ଭାରତରେ ପହଞ୍ଚିଥିଲେ।

Pakistan Abhinandan