/odisha-reporter/media/media_files/2026/01/21/terrorist-2026-01-21-17-47-44.jpg)
ସୁରକ୍ଷାକର୍ମୀ
ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ(Republic Day) ପୂର୍ବରୁ କିମ୍ବା ସେହି ଦିନ ଭାରତରେ ବଡ଼ଧରଣର ହମଲା ପାଇଁ ଯୋଜନା। ଯୋଜନାବଦ୍ଧ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ଆତଙ୍କବାଦୀଙ୍କ ସହ ଆକ୍ରମଣ ପାଇଁ ହାତ ମିଳାଇଛନ୍ତି ପଞ୍ଜାବୀ ଗ୍ୟାଙ୍ଗଷ୍ଟର। ଆକ୍ରମଣର କୋଡ ନାଁ ରଖାଯାଇଛି ୨୬-୨୬। ଗୁଇନ୍ଦା ବିଭାଗ ଏପରି ସୂଚନା ଦେବା ପରେ ସାଧାରଣତନ୍ତ୍ର ପାଇଁ ପ୍ରସ୍ତୁତ ହେଉଥିବା ଦିଲ୍ଲୀରେ ଜାରି କରାଯାଇଛି ହାଇଆଲର୍ଟ।
ଗୁଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିର, ଜମ୍ମୁରେ ଥିବା ରଘୁନାଥ ମନ୍ଦିର ଓ ଦିଲ୍ଲୀରେ ଥିବା ଆଉ କିଛି ମନ୍ଦିରରେ ଉପରେ ମଧ୍ୟ ଆକ୍ରମଣ(Terrorist Attack ) କରିପାରନ୍ତି। ଆକ୍ରମଣ ପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁ ପ୍ରକାରର ମସୁଧା କରିଛି।
ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ପଞ୍ଜାବ ଭିତ୍ତିକ ଗ୍ୟାଙ୍ଗଷ୍ଟରାରଙ୍କ ଜରିଆରେ ଆଇଏସଆଇ ଏପରି ହମଲା କରିବାକୁ ଲକ୍ଷ୍ୟ ରଖିଛି। ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କୀ କାର ବିସ୍ଫୋରଣ ପଛରେ ଜୈଶ ରହିଥିଲା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏବେ ସାଧାରଣତନ୍ତ୍ର ଦିବସ ପୂର୍ବରୁ କିମ୍ବା ଜାନୁଆରୀ ୨୬ ଦିନ ହିଁ ଜୈଶ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାଧାରଣତନ୍ତ୍ର ଦିବସ ସେଲିବ୍ରେସନ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ୱାଣ୍ଟେଡ ଲୋକଙ୍କ ପୋଷ୍ଟରକୁ ଦିଲ୍ଲୀ ଓ ଏନସିଆରରେ ମାରିଛନ୍ତି। ବିଶେଷ କରି ବସ ଓ ଟ୍ରେନର ଆଗମନ ଓ ପ୍ରସ୍ଥାନ ସ୍ଥାନରେ ପୋଷ୍ଟର ମରାଯାଇଛି।
ଏମାନଙ୍କ ମଧ୍ୟରେ ଦିଲ୍ଲୀର ଚୌହାନ ବାଙ୍ଗେରର ମହମ୍ମଦ ରେହାନ ରହିଛି। ୨୦୧୬ରେ ଅଲକାଏଦା ଟେରର ମଡ୍ୟୁଲର ପର୍ଦ୍ଦାଫାସ ଉତ୍ତର ପ୍ରଦେଶର ସମ୍ବଲରେ ହେବା ପରଠାରୁ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି। ୱାଣ୍ଟେଡ ତାଲିକାରେ ମହମ୍ମଦ ଉମର, ଅବୁ ସୁଫିୟାନ, ମହମ୍ମଦ ଶାହିଦ ଫୈଜଲ, ସୟିଦ ଅର୍ଶିୟା ଓ ଶର୍ଜିଲ ଅଖତର ପ୍ରମୁଖ ରହିଛନ୍ତି।
ପ୍ରୋଟକଲ ଅନୁସାରେ ପୂର୍ବରୁ ହିଁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୁରକ୍ଷାକର୍ମୀମାନେ ଆଲର୍ଟରେ ରହିଥିଲେ। ଏବେ ଗୁଇନ୍ଦା ବିଭାଗ ଆକ୍ରମଣ ଯୋଜନା ସମ୍ପର୍କରେ କହିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ନିକଟରେ ଫାଲକନ ସ୍କ୍ୱାଡ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଥିଲା। ଏହି ସ୍କ୍ୱାଡ ହେଉଛି କଶ୍ମୀର ଭିତ୍ତିକ ରେଜିଷ୍ଟାନ୍ସ ପ୍ରଣ୍ଟର ଗୋଟିଏ ଚ୍ଛାୟା ଆତଙ୍କବାଦୀ ସଂଗଠନ। ନିଜେ ରେଜିଷ୍ଟାନ୍ସ ଫ୍ରଣ୍ଟ ହେଉଛି ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ଗୋଟିଏ ଅଂଶ।
୨୦୧୯ରେ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ରେଜିଷ୍ଟାନ୍ସ ଫ୍ରଣ୍ଟ ଗଠନ ହୋଇଥିଲା। ଗତ ବର୍ଷ ଏପ୍ରିଲ ୨୨ ପହଲଗାମ ନରସଂହାର ପଛରେ ରେଜିଷ୍ଟାନ୍ସ ଫ୍ରଣ୍ଟ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
