Advertisment

ପାକ୍‌ର ସୀମା ହାଇଦରଙ୍କୁ ଯୋଜନାବଦ୍ଧ ଭାବେ ଭାରତୀୟ ମେକଅପ୍‌ ଦିଆଯାଇଥିଲା!

ସଚିନ ମୀନାଙ୍କୁ ଭଲ ପାଇ ତାଙ୍କ ସହ ଏକାଠି ରହିବାକୁ ଭାରତ ଆସିଥିବା ସୀମା ଏବେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ ଓ ପୁଲିସ୍‌ ଦ୍ୱାରା ଜେରା ହେବାରେ ଲାଗିଛନ୍ତି।

seema

seema

Advertisment

ନିଜର ପ୍ରେମିକ ସଚିନ ମୀନାଙ୍କ ସହ ଏକାଠି ରହିବା ପାଇଁ ଭାରତରେ ଗୁପ୍ତ ଭାବେ ନିଜର ୪ ପିଲାଙ୍କ ସହ ପ୍ରବେଶ କରିଥିବା ସୀମା ହାଇଦରଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କର ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ରହିଥିବା ସନ୍ଦେହ ବଢ଼ିବାରେ ଲାଗିଛି।

Advertisment

କାରଣ ସୀମା ହାଇଦରଙ୍କ ଦାଦା ଓ ଭାଇ ପାକିସ୍ତାନ ଆର୍ମିରେ କାମ କରନ୍ତି। ସେହିପରି ସେ ଭଲ ଇଂରାଜୀ କହିବା ସହ ବିଭିନ୍ନ ଭାଷା ଉପରେ ମଧ୍ୟ ତାଙ୍କର ଦକ୍ଷତା ଥିବା ଜଣାପଡ଼ିଛି। ଏହି ତଥ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଏବେ ଆଉ ଏକ ସୂଚନା ଦେଇଛି। ସୀମା ହାଇଦର ପାକିସ୍ତାନୀ ହୋଇଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ତାଙ୍କୁ ଭାରତୀୟଙ୍କ ଭଳି ମେକ୍‌ଅପ୍‌ ଦିଆଯାଇଥିଲା।

ସଚିନ ମୀନାଙ୍କୁ ଭଲ ପାଇ ତାଙ୍କ ସହ ଏକାଠି ରହିବାକୁ ଭାରତ ଆସିଥିବା ସୀମା ଏବେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ ଓ ପୁଲିସ୍‌ ଦ୍ୱାରା ଜେରା ହେବାରେ ଲାଗିଛନ୍ତି। ଏଟିଏସ ଓ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କର ସମ୍ଭାବ୍ୟ ଆଇଏସ୍‌ଆଇ ଲିଙ୍କର ଖୋଳତାଡ଼ କରୁଛି।

Advertisment

ସୀମା ହାଇଦର ଭାରତ ସୀରମାରେ ପ୍ରବେଶ କରିବା ପାଇଁ ଗ୍ରାମୀଣ ଭାରତୀୟ ମହିଳାଙ୍କ ବେଶ ଧାରଣ କରିଥିଲେ। ଏଥିପାଇଁ ସେ ମେକଅପ୍‌ ଉପରେ ଅଭିଜ୍ଞତା ରଖିଥିବା ଲୋକଙ୍କ ସହାୟତା ନେଇଥିଲା। ସେ ବେଶ ସତର୍କତାର ସହ ଭାରତୀୟ ବେଶ ଧାରଣ କରିଥିଲେ। ଏପରି କି ନିଜର ପିଲାମାନଙ୍କୁ ମଧ୍ୟ ଭାରତୀୟ ପୋଷାକ ପିନ୍ଧାଇଥିଲେ।

ସୁରକ୍ଷାକର୍ମୀଙ୍କୁ ମାତ ଦେବା ପାଇଁ ସେ ଏପରି ଯୋଜନା କରିଥିଲେ। ଘରୋଇ ସହାୟକ ଓ ଗ୍ରାମାଞ୍ଚଳରେ କାମଦାମ କରୁଥିବା ମହିଳାଙ୍କ ବେଶ ଧାରଣ କରି ସୀମା ହାଇଦର ଭାରତ-ନେପାଳ ସୀମା ଅତିକ୍ରମ କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ନିଜର ବେଶବୁଷା ବ୍ୟତୀତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସୀମା ହାଇଦରଙ୍କ ପାଖରେ ବିଭିନ୍ନ ଭାଷା ଉପରେ ଦକ୍ଷତା ରହିଛି। ନେପାଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନେ ସାଧାରଣତଃ ବିଭିନ୍ନ ଭାଷା ଉପରେ ଦକ୍ଷତା ରଖିଥାଆନ୍ତି। ସେମାନଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦିଆଯାଏ।

ଭାରତରେ ବେଆଇନ କାମ କରିବାକୁ ମହିଳାମାନଙ୍କୁ ନେପାଳରୁ ପଠାଯାଏ। ସେମାନଙ୍କୁ ମଧ୍ୟ ଭାଷା ଜ୍ଞାନର ତାଲିମ ଦିଆଯାଇ ଥାଏ। ସୀମାଙ୍କ ପା‌ଖରେ ସେ ସବୁ ଲକ୍ଷଣ ରହିଥିବାରୁ ଏଟିଏସ ଓ ଗୁଇନ୍ଦା ବିଭାଗ ତାଙ୍କର ଆଇଏସଆଇ ଲିଙ୍କ ଠାବ କରିବାକୁ ଉଦ୍ୟମ କରୁଛି।

ମେ’ ୧୩ରେ ସୀମା ଗୋଟିଏ ବସ୍‌ ଯୋଗେ ନେପାଳରୁ ଭାରତକୁ ଆସିଥିଲେ। ତେବେ ଜୁଲାଇ ୪ରେ ସୀମା ଓ ସଚିନଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୭ରେ ସେମାନଙ୍କୁ ଜାମିନ ମିଳିଥିଲା। ସେବେଠାରୁ ସୀମା, ସଚିନ ଓ ତାଙ୍କର ୪ ପିଲା ଗ୍ରେଟର ନୋଏଡାର ଗୋଟିଏ ଘରେ ରହୁଛନ୍ତି। କିଛି ଦିନ ତଳେ ପୁଲିସ୍‌ ସେମାନଙ୍କୁ ପୁଣି ଉଠାଇ ନେଇ ଜେରା ଆରମ୍ଭ କରିଛି।

ଏହି ଜେରା ବେଳେ ସୀମାଙ୍କ ଭାଇ ପାକିସ୍ତାନ ଆର୍ମିରେ କାମ କରୁଥିବା ଜଣାପଡ଼ିଛି। ସେହିପରି ପାକିସ୍ତାନରେ ଥିବା ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ମଧ୍ୟ ଏକଥାକୁ ନିଶ୍ଚିତ କରିଛନ୍ତି। ସୀମାଙ୍କ ଭାଇ ଆସିଫ ଓ ଦାଦା ଗୁଲାମ ଆକବର ଏବେ ବି ପାକିସ୍ତାନ ଆର୍ମିରେ ଅଛନ୍ତି। ଏବେ ସୀମାଙ୍କ ଭାଇ କରାଚିରେ କାମ କରୁଥିବା ଗୁଲାମ କହିଛନ୍ତି।

Pakistan India Nepal Seema Haider
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe