Advertisment

ସୀମା ଲଙ୍ଘିଲା ପାକିସ୍ତାନ, ମାଡ଼ କଲା ଗୁଳି

କିଛି ଅନୁପ୍ରବେଶକାରୀଙ୍କୁ ଭାରତକୁ ପଠାଇବା ଉଦ୍ଦେଶ୍ୟରେ ପାକିସ୍ତାନ ରେଞ୍ଜର୍ସ ଏପରି ଗୁଳିମାଡ଼ କରି ଥାଇ ପାରନ୍ତି।

Pakistan

Pakistan

Advertisment

ବେଶ କିଛି ମାସର ବ୍ୟବଧାନ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ପୁଞ୍ଚ ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଆଜି ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ କରାଯାଇଛି। ସୀମା ନିକଟସ୍ଥ ଭାରତୀୟ ପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନ ରେଞ୍ଜର୍ସ ଗୁଳି ଓ ମୋର୍ଟାର ମାଡ଼ କରିଛନ୍ତି।

Advertisment

ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ସୂଚନା ମିଳିପାରି ନାହିଁ। ଗୁଳି ବିନିମୟ ମାତ୍ର କିଛି ଘଣ୍ଟା ପାଇଁ ଚାଲିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, କିଛି ଅନୁପ୍ରବେଶକାରୀଙ୍କୁ ଭାରତକୁ ପଠାଇବା ଉଦ୍ଦେଶ୍ୟରେ ପାକିସ୍ତାନ ରେଞ୍ଜର୍ସ ଏପରି ଗୁଳିମାଡ଼ କରି ଥାଇ ପାରନ୍ତି। ଏଥିପାଇଁ ଭାରତ ପକ୍ଷରୁ ଏଲଓସିରେ ହାଇଆଲର୍ଟ ଜାରି କରାଯାଇଛି।

Advertisment

ପାକିସ୍ତାନ ଆତଙ୍କବାଦୀଙ୍କ ଯେକୌଣସି ପ୍ରକାରର ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ସେହିପରି ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି।

କଶ୍ମୀରରେ ଏବେ ଅମରନାଥ ଯାତ୍ରା ଚାଲିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ଭବତଃ ଏହି ଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନ ପକ୍ଷରୁ ଏପରି କରାଯାଉଥିବା ମଧ୍ୟ କୁହାଯାଉଛି।

Pakistan Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe