Advertisment

Hides Nationality: ସରକାରୀ ଚାକିରି ପାଇଁ ନିଜର ପାକିସ୍ତାନୀ ପରିଚୟକୁ ଲୁଚାଇଥିଲେ ମହିଳା, ୩୦ ବର୍ଷ ପରେ ଜଣାପଡ଼ିଲା

ବିଭାଗ ପକ୍ଷରୁ କରାଯାଇଥିବା ଆଭ୍ୟନ୍ତରୀଣ ତଦନ୍ତ ବେଳେ ମାହିରେ ଅଖତର ଓରଫ ଫରଜାନ ଜାଲ ଦସ୍ତାବିଜ ଜରିଆରେ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ବିଭାଗ ପୁଲିସ୍‌ରେ ଅଭିଯୋଗ କରିଛି।

Pak

ଅଭିଯୁକ୍ତ ମହିଳା

Advertisment

ପାକିସ୍ତାନ(Pakistan)ର ନାଗରିକ। କିନ୍ତୁ ନିଜର ପାକିସ୍ତାନୀ ପରିଚୟକୁ ଲୁଚାଇ ରଖିଥିଲେ। କେବଳ ପାକିସ୍ତାନୀ ପରିଚୟକୁ ଲୁଚାଇ ନଥିଲେ, ବରଂ ସରକାରୀ ଚାକିରି ମଧ୍ୟ ପାଇଥିଲେ। ପାକିସ୍ତାନୀ ପରିଚୟକୁ ଲୁଚାଇ ଉତ୍ତର ପ୍ରଦେଶ(Uttar Pradesh)ର ମୌଳିକ ଶିକ୍ଷା ବିଭାଗରେ ଚାକିରି ପାଇଥିବା ମହିଳାଙ୍କ ସବୁ ଖେଳ ଶେଷ ହୋଇଛି। ସେ ପାକିସ୍ତାନୀ ପରିଚୟ ଲୁଚାଇ ସରକାରୀ ଚାକିରି କରିଥିବା ଜଣାପଡ଼ିବା ପରେ ପୁଲିସ୍‌ ମହିଳାଙ୍କ ବିରୋଧରେ କରିଛି ଏଫଆଇଆର। 

Advertisment

ପୁଲିସର କହିବା କଥା ଯେ ଅଜିମ ନଗର ପୁଲିସ୍‌ ଷ୍ଟେସନରେ ମୌଳିକ ଶିକ୍ଷା ବିଭାଗର ଅଭିଯୋଗକ୍ରମେ ମାମଲା କରାଯାଇଛି। ବିଭାଗ ପକ୍ଷରୁ କରାଯାଇଥିବା ଆଭ୍ୟନ୍ତରୀଣ ତଦନ୍ତ ବେଳେ ମାହିରେ ଅଖତର ଓରଫ ଫରଜାନ ଜାଲ ଦସ୍ତାବିଜ ଜରିଆରେ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ବିଭାଗ ପୁଲିସ୍‌ରେ ଅଭିଯୋଗ କରିଛି। 

ଅତିରିକ୍ତ ଏସ୍‌ପି ଅନୁରାଗ ସିଂହ କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ କୁମହାରିୟା ଗାଁରେ ଥିବା ଗୋଟିଏ ପ୍ରାଥମିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ଏବେ ଠକେଇ ଓ ଜାଲିଆତି ପାଇଁ ଭାରତୀୟ ନ୍ୟାୟ ସିଂହିତାର ଧାରା ୩୧୮(୪), ୩୬୬, ୩୩୮ ଓ ୩୦୪ ଦଫାରେ ମାମଲା ହୋଇଛି।

Advertisment

ଅଭିଯୁକ୍ତ ଜଣଙ୍କ ପାକିସ୍ତାନୀ ହୋଇଥିଲେ ହେଁ ଜାଲ ଆବାସିକ ପ୍ରମାଣପତ୍ର ଦାଖଲ କରି ସରକାରୀ ଶିକ୍ଷା ବିଭାଗରେ ଚାକିରି ହାତେଇବାକୁ ସକ୍ଷମ ହୋଇଥିଲେ। ମହିଳା ଜଣଙ୍କ ୧୯୭୯ରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଥିଲେ। ଏହାପରେ ସେ ପାକିସ୍ତାନୀ ନାଗରିକତା ହାସଲ କରିଥିଲେ। 

ବିବାହ ବିଚ୍ଛେଦ ପରେ ସେ ଭାରତକୁ ଫେରିଥିଲେ। ପାକିସ୍ତାନ ପାସପୋର୍ଟ ଜରିଆରେ ସେ ଭାରତକୁ ଆସିବା ସହ ୧୯୮୫ରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ସମୟରେ ସେ ନିଜକୁ ଭାରତୀୟ ନାଗରିକ ଭାବେ ଚିତ୍ରଣ କରି ମୌଳିକ ଶିକ୍ଷା ବିଭାଗରେ ଚାକିରି ପାଇଥିଲେ। 

ମହିଳା ଜଣଙ୍କ ପାକିସ୍ତାନୀ ନାଗରିକ ହୋଇଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ପ୍ରଥମେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ବିଭାଗର ରିପୋର୍ଟ ଆଧାରରେ ପୁଲିସ୍‌ ଏବେ ମାମଲା ରୁଜୁ କରିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ବେଳେ କୌଣସି ଗିରଫଦାରୀ ହୋଇ ନଥିବା ପୁଲିସ୍‌ ସ୍ପଷ୍ଟ କରିଛି। 

Uttar Pradesh Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe