Advertisment

ସୀମା ହାଇଦରଙ୍କୁ ସମନ ପଠାଇଲେ ପ୍ରଥମ ସ୍ୱାମୀ

ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ନେବା ପାଇଁ ନଏଡା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

author-image
Madhupriya Mistry
seema-Haider

seema-Haider

ପାକିସ୍ତାନରୁ ଭାରତ ଆସି ରହୁଥିବା ସୀମା ହାଇଦରଙ୍କ ବଢ଼ିଲା ଅଡୁଆ। ନିଜ ପ୍ରେମୀ ସହ ରହିବା ପାଇଁ ୨୦୨୩ରେ ୪ ପିଲାଙ୍କ ସହ ଭାରତ ଅସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ସମନ ପଠାଇଲେ ତାଙ୍କ ପ୍ରଥମ ସ୍ୱାମୀ। ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ଆଣିବା ପାଇଁ ସେ ନଏଡା କୋର୍ଟରେ ଗୁହାରି କରିଛନ୍ତି।

Advertisment

କରାଚିରେ ରହୁଥିବା ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ନେବା ପାଇଁ ଜଣେ ଭାରତୀୟ ଓକିଲଙ୍କ ସହାୟତା ଲୋଡିଛନ୍ତି। ତାଙ୍କ ସହାୟତାରେ ସେ ନଏଡା ଫ୍ୟାମିଲି କୋର୍ଟରେ ପିଲାଙ୍କ କଷ୍ଟଡି ପାଇବା ପାଇଁ ଆବେଦନ କରିଛନ୍ତି। ଏଥିସହ ସୀମା ଓ ସଚିନ ମୀନାଙ୍କ ବିବାହକୁ ମଧ୍ୟ ସେ ଏହି କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆବେଦନ ଆଧାରରେ କୋର୍ଟ ଏବେ ସୀମା ଓ ତାଙ୍କୁ ବିବାହ କରାଇଥିବା ପଣ୍ଡିତଙ୍କୁ ସମନ କରିଥିବା ଜଣାପଡିଛି।

କେବଳ ସେତିକି ନୁହେଁ ଗୁଲାମ ହାଇଦର ନିଜ ଆବେଦନରେ ପିଲାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସୀମା ନିଜ ପ୍ରଥମ ସ୍ୱାମୀ ଗୁଲାମଙ୍କୁ ଛାଡପତ୍ର ନ ଦେଇ ସଚିନଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବିବାହ ବୈଧ ନୁହେଁ ବୋଲି ଗୁଲାମଙ୍କ ଓକିଲ ମୋମିନ ମଲ୍ଲିକ କୋର୍ଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି କୋର୍ଟ ସୀମାଙ୍କୁ ସମନ ପଠାଇ ମେ' ୧୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ମୁତାବକ, ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜୀ ଖେଳୁ ଖେଳୁ ସଚିନ ମୀନାଙ୍କ ପ୍ରେମରେ ପଡିଯାଇଥିଳେ ସୀମା। ଏହାପରେ ମେ' ୨୦୨୩ରେ ସିନ୍ଧ ଅଞ୍ଚଳର ଜ୍ୟାକକୋବାବାଦରେ ରହୁଥିବା ସୀମା ହାଇଦର ନିଜର ୪ ପିଲାଙ୍କ ସହ ଗୁପ୍ତ ରୂପେ ନେପାଳ ରାସ୍ତା ଦେଇ ଭାରତକୁ ଆସିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ସଚିତ ସାଉଦି ଆରବରେ କାମ କରୁଥିଲେ। ସେ ଗୁପ୍ତ ରୂପେ ଭାରତ ଆସିବା ପରେ ରବୁପୂରାରେ ଏକ ଭଡା ଘରେ ରହୁଥିଲେ। ଏହାପରେ ସଚିନଙ୍କ ସହ ହିନ୍ଦୁ ରତିନୀତିରେ ସେ ବିବାହ କରିଥିବା କୁହାଯାଉଛି। ଗତବର୍ଷ ଜୁଲାଇ ୪ ତାରିଖରେ ପୁଲିସ ସୀମା ଓ ସଚିନଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ଏକ ସ୍ଥାନୀୟ ଅଦାଲତରୁ ଉଭୟଙ୍କୁ ଜାମିନ ମିଳି ଯାଇଥିଲା।

Pak Woman Seema Haider Seema Haider Seema Haider Summoned Pakistan