Advertisment

ତବଲା ବଜାଉ ବଜାଉ ଷ୍ଟେଜରେ ଟଳି ପଡ଼ିଲେ ବାଦକ

ହଠାତ୍‌ ସେ ଷ୍ଟେଜରେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Niharika Rout
pandit-dinesh-mishra

pandit-dinesh-mishra

ତବଲା ବଜାଉ ବଜାଉ ଷ୍ଟେଜରେ ଟଳି ପଡ଼ିଲେ ବାଦକ । ଦର୍ଶକଙ୍କ ଆଗରେ ଆଖି ବୁଜିଦେଲେ ପ୍ରସିଦ୍ଧ ତବଲା ବାଦକ ଦିନେଶ ପ୍ରସାଦ । ଗତକାଲି ୟୁପିର ରାଜଧାନୀ ଲକ୍ଷ୍ନୌରେ ସତନକଦା ଫେଷ୍ଟିଭାଲ ଆୟୋଜିତ ହେଉଥିବା ବେଳେ ତବଲା ବଜାଇ ଦର୍ଶକଙ୍କ ମନ ମୋହୁଥିଲେ ଦିନେଶ ପ୍ରସାଦ ।

Advertisment

ମାତ୍ର ହଠାତ୍‌ ସେ ଷ୍ଟେଜରେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଥୁରା ନିବାସୀ ଦିନେଶଙ୍କୁ ମୃତ୍ୟୁ ବେଳକୁ ୬୮ ବର୍ଷ ହୋଇଥିଲା। ସେ ନିଜ ପରିବାର ସହ ଦେବପୁରପାରାରେ ରହୁଥିଲେ।

ଦିନେଶ ମିଶ୍ରାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ତୁରନ୍ତ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ଆଜି ଆଲମବାଗସ୍ଥିତ ଶ୍ମଶାନ ଘାଟରେ ହେବ ବୋଲି ଜଣାଯାଇଛି। ଏସ୍‌ଏନ୍‌ଏ ସମ୍ମାନରେ ସମ୍ମାନିତ ଦିନେଶ ମିଶ୍ରା ଜଣେ ଉଚ୍ଚକୋଟିର ଢୋଲକ ବାଦକ ମଧ୍ୟ ଥିଲେ।

Advertisment
Heart Attack On Stage