Munir
ଭାରତର କାଉଣ୍ଟର ଆଟାକରେ ଛିନଛତ୍ର ପାକିସ୍ତାନ। ଲାହୋର ଠାରୁ ଆରମ୍ଭ କରି କରାଚି ଓ ଇସଲାମାବାଦ ଭାରତର ପ୍ରଚଣ୍ଡ ହମଲାରେ ଥରର। ଭାରତର ଘନଘନ ମିସାଇଲ ଓ ଡ୍ରୋନ ମାଡ଼ରେ ପାକିସ୍ତା ବ୍ଲାକଆଉଟ୍। ଭାରତର ଆକ୍ରମଣ ଭୟରେ ପୂରା ପାକିସ୍ତାନ ଅନ୍ଧାର। ଭାରତର ଆକ୍ରମଣରେ କରାଚି ବନ୍ଦର ଛିନଛତ୍ର ହୋଇଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଘର ଠାରୁ ୨୦ କିମି ଦୂରରେ ବିସ୍ଫୋରଣ ହୋଇଛି। ଭାରତର ଏପରି ଗର୍ଜନ ଶୁଣି ଗାତରେ ପସିଲେଣି ପାକିସ୍ତାନର ଦୁଇ ମୁଷା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ଏବେ ଅଜ୍ଞାତବାସରେ।
ପାକିସ୍ତାନ ନାଗରିକ ତାଙ୍କ ଠିକଣା ଖୋଜି ପାଉ ନାହାନ୍ତି । ଶୁଣିବାକୁ ମିଳୁଛି ରାତିରେ ଲୁଚି ଲୁଚି ଜୀବନ ବିକଳରେ ଶରିଫ୍ ଦୁବାଇ ପଳାଇଲେଣି । ଏପଟେ ଚର୍ଚ୍ଚା ହେଉଛି ଘରେ ବସି ଫଁ ଫଁ ହେଉଥିବା ମୁନୀରକୁ ଗିରଫ କରି ଦେଇଛନ୍ତି ପାକିସ୍ତାନୀ ସେନା। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଦିନେ ଯାହା ହୁକୁମ୍ ରେ ଚାଲୁଥିଲା ପାକିସ୍ତାନ, ସେ ଏବେ ବନ୍ଦୀ । ଭାରତର ସୁଦର୍ଶନ ଚକ୍ରରେ ଛାର ଖାର୍ ହୋଇ ଯାଇଛି ପାକିସ୍ତାନ। ଶିର ଛେଦନ ହୋଇଛି ପାକ୍ ସେନାପତିଙ୍କ ପଦ। ଏବେ ତାଙ୍କ ସ୍ଥାନରେ ଜେନେରାଲ ସାହିର ଶାମଶଦ ମିରଜା ସେନାର କମାଣ୍ଡ ଧରିବେ ବୋଲି ଚର୍ଚ୍ଚା ହେଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଖୁସି ବନାଉଥିବା ମୁନିର ଆଜି କଇଁ କଇଁ ହୋଇ କାନ୍ଦୁଛି।
ଆତଙ୍କୀ ଆଡ୍ଡାରେ ଭାରତର ଆକ୍ରମଣ ପରେ ଛାତି ପଟାଇ କାନ୍ଧୁଥିବା ମୁନିର ଆଜି ନିଜେ ବନ୍ଦୀ ହୋଇ ଆଖିରୁ ଲୁହ ଝରାଉଛି। କଶ୍ମୀରରେ ପୁଞ୍ଚ ଓ ରଜୌରୀରେ ଗୁଳି ଫୁଟାଇ କିଛି ନୀରିହ ଭାରତୀୟଙ୍କୁ ମାରି ନିଜ ବୀରତ୍ୱ ଦେଖାଉଥିବା ମୁନୀର ଭାରତୀୟ ସେନାର ପ୍ରତି ଆକ୍ରମଣ ଦେଖି ଭୟରେ ଥର ହର ହୋଇ ଯାଇଛି।
ଚାଇନାରୁ ଭେଜାଲ୍ ଏୟାର ଡିଫେନସ୍ ରାଡାର୍ ଆଣି ଲଗାଇଥିଲା ପାକିସ୍ତାନ। ଏହାକୁ ଗୋଟିଏ ଷ୍ଟ୍ରାଇକରେ ଧ୍ୱଂସ କରିଦେଇଛି ଭାରତୀୟ ସେନା। ଆଉ ତା ପରେ ଗୁରୁବାର ରାତିରେ ଯାହା ଦେଖାଇଲା ଭାରତ, ତାକୁ ଦେଖି ପୁରା ବିଶ୍ୱ ସ୍ତବ୍ଧ। ପାକିସ୍ତାନୀ ସେନାର ଭୁଲ ପଦକ୍ଷେପର କୁପରିଣତି ଏବେ ଭୋଗୁଛି ପୂରା ଦେଶ।
ଗୁରୁବାର ରାତି ପ୍ରାୟ ୮.୩୦ରେ ଜମ୍ମୁ ଠାରୁ ଆରମ୍ଭ କରି ପଞ୍ଜାବ ଓ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ମିସାଇଲ ମାଡ଼ କରିଥିଲା। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ କାଉଣ୍ଟର କରିଥିବା ବେଳେ ଶ୍ରୀନଗର ଠାରୁ ଆରମ୍ଭ କରି ଜୈସଲମେର ଯାଏ ହାଇଲଆଲର୍ଟ ଜାରି କରାଯାଇଥିଲା।
ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଥିଲା। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଥିଲା। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିବା ଜଣାପଡ଼ିଛି। ମିସାଇଲକୁ ଭାରତୀୟ ସେନା ନଷ୍ଟ କରିଦେଇଥିଲେ ହେଁ କିଛି ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।
ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ହେଲେ ଏଠାରେ ଭାରତୀୟ ସେନା ଗୁଳି କରି ପାକିସ୍ତାନ ଡ୍ରୋନ ଗୁଡ଼ିକୁ ଖସାଇ ଦେଇଛନ୍ତି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ଗୋଟିଏ ଡ୍ରୋନ ପଡ଼ିଥିବା ଖବର ମିଳିଛି।
ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଛି। ଏହାକୁ ମାତ ଦେବା ପାଇଁ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। କିଛି ସ୍ଥାନରେ ବ୍ଲାକଆଉଟ କରାଯାଇଛି। ବ୍ଲାକଆଉଟ ଯୋଗୁ ପୂରା ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଛି। ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଥିବାରୁ କିଛି ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପାକିସ୍ତାନର ଡ୍ରୋନ, ମିସାଇଲ ଓ ଯୁଦ୍ଧ ବିମାନକୁ ମାତ ଦେବା ପାଇଁ ଭାରତ ପକ୍ଷରୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। ଜମ୍ମୁ-କଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଏହି ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଛି। S-400, L-70, ZSU-23 ଓ ସିଲ୍କା ଦ୍ୱାରା ପାକିସ୍ତାନ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ମଧ୍ୟ ନଷ୍ଟ କରାଯାଉଛି।
ସ୍ଥିତିକୁ ଦେଖି ଶ୍ରୀନଗର ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଠାରେ ଡ୍ରୋନ ଆଟାକ୍ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବିମାନ ବନ୍ଦର ପାଖପାଖି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ କଶ୍ମୀରର ଉରି ଓ ବାରମୁଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି। ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ସେନା ପ୍ରତିଷ୍ଠାନର ଆଲୁଅ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି।
ରାଜସ୍ଥାନର ବିକାନେର୍ ଓ ଜୈସଲମେର ସହର ବ୍ଲାକ୍ ଆଉଟ୍ କରାଯିବା ସହ ସହରର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପଞ୍ଜାବର ଅମୃତସର, ମୋହାଲି, ଚଣ୍ଡିଗଡ଼ ଓ ଜଳନ୍ଧର ସହର ବି ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍ ହୋଇଛି। ପାକିସ୍ତାନର ଡ୍ରୋନ୍ ଆଟାକ ପରେ ବ୍ଲାକ୍ ଆଉଟ୍ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Munir_1746765541.jpg)