Advertisment

ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ, ନିଜକୁ ଦାୟୀ କଲା ଟିଆର୍‌ଏଫ୍‌

ତୀର୍ଥ ଯାତ୍ରୀଙ୍କୁ ବୈଷ୍ଣୋଦେବୀ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

J&K bus terror attack

J&K; bus terror attack

Advertisment

ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ରବିବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ହମ୍‌ଲା ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ତଥା ଟିଆର୍‌ଏଫ୍‌ ଓ ଲସ୍କର-ଇ-ତୋଇବା ନିଜକୁ ଦାୟୀ କରିଛି।

Advertisment

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟିଆର୍‌ଏଫ୍‌ ଏହି ଆକ୍ରମଣ ପାଇଁ ନିଜୟକୁ ଦାୟୀ କରିବା ସହ କଡା ଚେତାବନୀ ଦେଇଛି। ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଆହୁରି ଆକ୍ରମଣ କରାଯିବ। ପର୍ଯ୍ୟଟକ ଏବଂ ପ୍ରବାସୀଙ୍କ ଉପରେ ଅଧିକ ଆକ୍ରମଣ କରିବାକୁ ଟିଆର୍‌ଏଫ୍‌ ଧମକ ଦେଇଛି।

ରବିବାର ତୀର୍ଥ ଯାତ୍ରୀଙ୍କୁ ବୈଷ୍ଣୋଦେବୀ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ଭାରସାମ୍ୟ ହରାଇ ବସ୍‌ଟି ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 

Advertisment

ଏହି ମାମଲାରେ ଏବେ ଏନ୍‌ଆଇଏ ଟିମ୍‌ ଘାଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ସେପଟେ ସୁରକ୍ଷାକର୍ମୀଙ୍କ ତରଫରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ। ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି। ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନେଇଛନ୍ତି ଯବାନ। ଜମ୍ମୁ କଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି।

ସେପଟେ ଆକ୍ରମଣ ପରେ ଅମିତ ଶାହ ଏହି ଆତଙ୍କୀ ହମ୍‌ଲାରେ ସାମିଲ ଲୋକଙ୍କୁ ଛଡା ଯିବ ନାହିଁ ବୋଲି କହିଛନ୍ତି। ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Jammu Kashmir Terrorist Attack TRF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe