Advertisment

ଭାରତର ଆକ୍ରମଣ ଭୟରେ ଥରୁଛି ପାକିସ୍ତାନ! ପୁଣି କଲା ମିସାଇଲ୍‌ ପରୀକ୍ଷଣ

ଭାରତ ପକ୍ଷରୁ କୂଟନୀତିକ, ଡିଜିଟାଲ ଓ ୱାଟର ଷ୍ଟ୍ରାଇକ ପରେ ପାକିସ୍ତାନକୁ ଆର୍ଥିକ ଝଟକା ଦେବାକୁ ଯୋଜନା ଚାଲିଛି।

Missile Test

Missile Test

Advertisment

ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ଲାଗିଛି। ପାକିସ୍ତାନକୁ ଚାରି ପଟୁ ଘେରାବନ୍ଦୀ କରିବା ପରେ ଭାରତ ପକ୍ଷରୁ ସମ୍ଭବତଃ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଭାରତ ବେଶ ଯୋଜନାବଦ୍ଧ ଭାବେ ଗୋଟି ଚାଳନା କରୁଥିବା ବେଳେ ପାକିସ୍ତାନ ଭୟରେ ଥରିବାରେ ଲାଗିଛି।

Advertisment

ଭାରତ ପକ୍ଷରୁ କୂଟନୀତିକ, ଡିଜିଟାଲ ଓ ୱାଟର ଷ୍ଟ୍ରାଇକ ପରେ ପାକିସ୍ତାନକୁ ଆର୍ଥିକ ଝଟକା ଦେବାକୁ ଯୋଜନା ଚାଲିଛି। ପାକିସ୍ତାନକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ମିଳିଥିବା ପାଣ୍ଠି ଉପରେ ରୋକ ଲଗାଇବାକୁ ଭାରତ ଉଦ୍ୟମ କରୁଛି। ଏହାକୁ ଦେଖି ପାକିସ୍ତାନ କେବଳ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ତେଣୁ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ପାକିସ୍ତାନ ସେନା ଓ ସରକାର ଭାରତକୁ ନାଲି ଆଖି ଦେଖାଉଛି।

ପ୍ରକୃତରେ ଭୟରେ ଥରୁଥିବା ପାକିସ୍ତାନ ଏବେ ଗୋଟିଏ ପରେ ଗୋଟିଏ ଦୂରାଗାମୀ ମିସାଇଏ ପରୀକ୍ଷଣ କରି ଭାରତକୁ ଚ୍ୟାଲେଞ୍ଜ କରିବାକୁ ସକ୍ଷମ ବୋଲି ବାହାସ୍ଫୋଟ ମାରୁଛି। ପହଲଗାମ ହମଲାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସାମିଲ ଥିବାରୁ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରିଛି। ଏଥିପାଇଁ ଇସଲାମାବାଦ କେତେବେଳେ ଭାରତକୁ ରୋକିବା ପାଇଁ ଚାଇନାର ଶରଣ ପଶୁଛି ତ ଆଉ କେତେବେଳେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ଅନୁରୋଧ କରୁଛି।

Advertisment

ଏସବୁରେ ବିଫଳ ହୋଇଥିବା ପାକିସ୍ତାନ ଏବେ ଦୂରଗାମୀ ମିସାଇଲ ପରୀକ୍ଷଣ କରିଥିବା ଦାବି କରିଛି। ଏପରି କରି ପାକିସ୍ତାନ ପକ୍ଷରୁ ଭରତକୁ ଡରାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ନୂଆଦିଲ୍ଲୀର ନୀରବତା ପୂରା ପାକିସ୍ତାନରେ ହଲଚଲ ସୃଷ୍ଟି କରିଛି।

ପାକିସ୍ତାନର ୨୪ନ୍ୟୁଜ ଏଚ୍‌ଡିର ରିପୋର୍ଟ ଅନୁସାରେ, ଭାରତ ସହ ସୀମା ପାର ବିବାଦ ହ୍ରାସ ପାଇ ନଥିବା ଇସଲାମାବାଦ ଅନୁଭବ କରୁଛି। ଏଥିପାଇଁ ପାକିସ୍ତାନ ପକ୍ଷରୁ ସୋମବାର ସ୍ଥଳ ପଥରୁ ସ୍ଥଳ ପଥକୁ ଟାର୍ଗେଟ କରିପାରୁଥିବା ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ଏହାପୂର୍ବରୁ ଶନିବାର ପାକିସ୍ତାନ ଅବ୍ଦାଲୀ ମିସାଇଲର ସଫଳ ପରୀକ୍ଷଣ କରିଥିଲା।

ପାକିସ୍ତାନର ସେନାର ମିଡିଆ ୱିଙ୍ଗ ଆଇଏସପିଆର ଗୋଟିଏ ବିବୃତିରେ କହିଛି ଯେ ପାକିସ୍ତାନରେ ଚାଲିଥିବା ସାମରିକ ଅଭ୍ୟାସ ବେଳେ ୧୨୦ ଦୂରକୁ ଟାର୍ଗେଟ କରିପାରୁ ଥିବା ଫତହ ସିରିଜର ମିସଲାଇର ସଫଳ ପରୀକ୍ଷଣ ଶେଷ ହୋଇଛି। ଏହି ପରୀକ୍ଷଣ ସୈନିକଙ୍କ ଅପରେସନାଲ ତତ୍ପରତାକୁ ପ୍ରଦର୍ଶିତ କରୁଛି ଏପରି ପରୀକ୍ଷଣ ପାକିସ୍ତାନ ସେନାକୁ ଆହୁରି ମଜବୁତ କରିବ ବୋଲି ବିବୃତିରେ କୁହାଯାଇଛି।

ଶନିବାର ପାକିସ୍ତାନ ସେନା ପକ୍ଷରୁ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଟାର୍ଗେଟ କରିପାରୁଥିବା ମିସାଇଲର ପରୀକ୍ଷଣ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୪୫୦ କିମି ବୋଲି ସେନା କହିଛି। କିନ୍ତୁ ଏଥିରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ତିକ୍ତତା ମଧ୍ୟରେ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ସେନା ବାହିନୀର ପୂର୍ଣ୍ଣ ତତ୍ପରତାରେ ସେ ବେଶ ସନ୍ତୁଷ୍ଟ। ପାକିସ୍ତାନର ସୁରକ୍ଷା ଏବେ ଶକ୍ତିଶାଳୀ ଲୋକଙ୍କ ହାତରେ ରହିଥିବା ଦୂରଗାମୀ ମିସାଇଲ ପରୀକ୍ଷଣର ସଫଳତାରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

ଏପ୍ରିଲ ୨୨ ପହଲଗାମ ଆକ୍ରମଣର କିଛି ଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହାପରେ ସେ ସେନାକୁ ନିଜ ଇଚ୍ଛା ଅନୁସାରେ ପହଲଗାମ ହମଲାର ବଦଲା ନେବାକୁ ଅନୁମତି ଦେଇଥିଲେ। ଭାରତୀୟ ସେନାକୁ ଗ୍ରୀନ ସିଗ୍ନାଲ ମିଳିବା ପରେ ପାକିସ୍ତାନ ଛାତି ଧଡ଼ଧଡ଼ ହେବାରେ ଲାଗିଛି।

କାଳେ ଭାରତୀୟ ସେନା ଆକ୍ରମଣ କରିବ, ସେହି ଭୟରେ ପାକିସ୍ତାନ ପକ୍ଷରୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଇଛି। ସେମାନେ ଯୁଦ୍ଧାସ୍ତ୍ର ଓ ଅଧିକ ସଂଖ୍ୟକ ସେନା ମୁତୟନ ହୋଇଛନ୍ତି। ପାକିସ୍ତାନ ଯୁଦ୍ଧାଭ୍ୟାସ କରିବା ସହ ମିସାଇଲ ପରୀକ୍ଷଣ ମଧ୍ୟ ଆରମ୍ଭ କରିଦେଇଛି।

Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe