/odisha-reporter/media/post_attachments/uploadimage/library/16_9/16_9_0/indigo_1747986811.jpg)
indigo
ପାକିସ୍ତାନ କେବେ ହେଲେ ବିଶ୍ୱାସ ଯୋଗ୍ୟ ନୁହେଁ। ମାନବିକତା ବୋଲି ପାକିସ୍ତାନ ପାଖରେ କିଛି ନାହିଁ। ନିଜର ସ୍ୱାର୍ଥ ପାଇଁ ଆତଙ୍କୀସ୍ତାନ ପାକିସ୍ତାନ କିଛି ବି କରିପାରେ। ନିଷ୍ଠୁର ଓ ଅମାନବୀୟର ସବୁ ସୀମା ପାର କରି ଯାଇଛି ପାକିସ୍ତାନ। ଯେତେ ଯାହା କହିଲେ ବି ପାକିସ୍ତାନ ନିଜ ପ୍ରକୃତ ବଦଳାଇବ ନାହିଁ। ଶତ୍ରୁ ସବୁବେଳେ ଶତ୍ରୁ। ଏକଥା ପାକିସ୍ତାନ ପ୍ରମାଣିତ କରି ଦେଇଛି।
ଭାରତର ସବୁବେଳେ କ୍ଷତି ଚାହୁଁଥିବା ପାକିସ୍ତାନ ସାଧାରଣ ଲୋକଙ୍କ ଜୀବନକୁ ବି ଖାତିର କରେ ନାହିଁ। ପାକିସ୍ତାନ ସହ ଭାରତର ରାଜନୀତିକ ଓ କୂଟନୀତିକ ଶତ୍ରୁତା ରହିଛି। ଏଥିପାଇଁ ପାକିସ୍ତାନ ପଡ଼ୋଶୀ ଭାରତର ସାଧାରଣ ଲୋକଙ୍କ ଜୀବନକୁ ବି ଖାତିର କରେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ବୁଧବାର ଦେଖାଯାଇଛି। ୨୨୭ ଜଣ ଭାରତୀୟଙ୍କ ଜୀବନ ବିପଦରେ ଥିଲେ ହେଁ ପାକିସ୍ତାନ ଏହାକୁ ଆଦୌ ଖାତି କରି ନାହିଁ। ସହଯୋଗ କରିବା ବଦଳରେ ପାକିସ୍ତାନ ଏତେ ସଂଖ୍ୟକ ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛି।
ବୁଧବାର ଦିନ ସଂଧ୍ୟା ବେଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ଇଣ୍ଡିଗୋ ବିମାନ। ଏଥିରେ ୨୨୭ ଜଣ ଯାତ୍ରୀ ଥିଲେ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ କୁଆପଥର ମାଡ଼ ହୋଇଥିଲା। ପାଗ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଏପରି ସ୍ଥିତିରେ ବିମାନ ଚଳାଇବା ଆଦୌ ସମ୍ଭବ ନଥିଲା। ଖରାପ ପାଗ ଯୋଗୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଓ ଅଘଟଣରୁ ବର୍ତ୍ତିବାକୁ ଇଣ୍ଡିଗୋ ବିମାନର ପାଇଲଟ ପାକିସ୍ତାନ ଏୟାରସ୍ପେସ୍ ବ୍ୟହାର କରିବାକୁ ଚାହିଁଥିଲେ।
ଭାରତ ପାଇଁ ପାକିସ୍ତାନ ଆକାଶ ପଥକୁ ବନ୍ଦ କରିଥିଲେ ହେଁ ଲୋକଙ୍କ ଜୀବନ ବାଜିରେ ଲାଗିଥିବାରୁ ପାଇଲଟ୍ ଲାହୋର ଏଟିସି ସହ ଯୋଗାଯୋଗ କରିଥିଲେ। ବିମାନ ଖରାପ ପାଣିପାଗ ଯୋଗୁ ଜୋରରେ ହଲୁଥିବାରୁ ସେ କିଛି ସମୟ ପାଇଁ ପାକିସ୍ତାନ ଆକାଶ ପଥକୁ ବ୍ୟବହାର କରିବାକୁ ଚାହୁଁଥିବା ଅନୁମତି ମାଗିଥିଲେ।
ହେଲେ ପାକିସ୍ତାନ ନିଷ୍ଠୁରତାର ସବୁ ସୀମା ପାର କରି ଯାଇଥିଲା। ପାଇଲଟଙ୍କ ଅନୁରୋଧ ଓ ୨୨୭ ଜଣଙ୍କ ଜୀବନ ବାଜିରେ ଲାଗିଥିଲେ ହେଁ ଲାହୋର ଏଟିସି ଇଣ୍ଡିଗୋ ବିମାନକୁ ପାକିସ୍ତାନର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେଇ ନଥିଲା। ପାକିସ୍ତାନର ଏପରି ନିଷ୍ଠୁରତା ଆଚରଣ ପରେ ପାଇଲଟ ଅଦମ୍ୟ ସାହସ ଦେଖାଇଥିଲେ। ଖରାପ ପାଗ ଓ କୁଆ ପଥର ମାଡ଼ ମଧ୍ୟରେ ପାଇଲଟ ଏୟାର ବସ୍ ଏ୩୨୧ର ପାଇଲଟ ଶ୍ରୀନଗର ଏଟିସିକୁ ଏମର୍ଜେନ୍ସି ଜାରି କରିବାକୁ କହିଥିଲେ।
ଏହାପରେ ବହୁତ ସଂଘର୍ଷ କରି ବିମାନକୁ ଶ୍ରୀନଗରରେ ଅବତରଣ କରାଇଥିଲେ। ବିମାନରେ ସାଧାରଣ ଯାତ୍ରୀଙ୍କ ସହ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର କିଛି ସାଂସଦ ମଧ୍ୟ ରହିଥିଲେ। ପାଗ ଏତେ ଖରାପ ଥିଲା ଯେ ବିମାନର ସାମ୍ନା ପଟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଶ୍ରୀନଗରରେ ଲ୍ୟାଣ୍ଡ କରିବାକୁ ସକ୍ଷମ ହୋଇଛନ୍ତି।
ବିମାନଟି କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ଶ୍ରୀନଗରରେ ହିଁ ରହିଛି। ପାଇଲଟ ନିଜର ସାହସ ଦେଖାଇ ବିମାନକୁ ସୁରକ୍ଷିତ ଅବତରଣ କରିଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
