Advertisment

ପାକିସ୍ତାନର ଅଜବ ଯୁକ୍ତି, ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ବିଜେପି ଓ ଆରଏସଏସ୍‌କୁ ଦାୟୀ କଲା

ଦେଶରେ ଦେଖାଯାଇଥିବା ହିଂସା ପାଇଁ ପାକିସ୍ତାନ ପଡ଼ୋଶୀ ଭାରତକୁ ଦାୟୀ କରିଛି। ଭାରତରୁ ବିଜେପି ଓ ଆରଏସ୍‌ଏସ ପଠାଇଥିବା ଲୋକମାନେ ପାକିସ୍ତାନରେ ପୋଡ଼ାଜଳା ଏବଂ ହିଂସାକାଣ୍ଡ ଘଟାଇଉଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସ୍ୱତନ୍ତ୍ର ସହାୟକ ଅଟ୍ଟା ତରାର କହିଛନ୍ତି।

Pakistan

Pakistan

Advertisment

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇ ପଡ଼ିଛି ପାକିସ୍ତାନ। ପାକିସ୍ତାନରେ ଇମ୍ରାନଙ୍କ ଦଳ ପିଟିଆଇର କର୍ମୀମାନେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଛନ୍ତି। ତେବେ ଏପରି ପୋଡ଼ାଜଳା ଓ ହିଂସାତ୍ମକ ପରିସ୍ଥିତି ପାଇଁ ପାକିସ୍ତାନ ସରକାର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି।

Advertisment

ଦେଶରେ ଦେଖାଯାଇଥିବା ହିଂସା ପାଇଁ ପାକିସ୍ତାନ ପଡ଼ୋଶୀ ଭାରତକୁ ଦାୟୀ କରିଛି। ଭାରତରୁ ବିଜେପି ଓ ଆରଏସ୍‌ଏସ ପଠାଇଥିବା ଲୋକମାନେ ପାକିସ୍ତାନରେ ପୋଡ଼ାଜଳା ଏବଂ ହିଂସାକାଣ୍ଡ ଘଟାଇଉଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସ୍ୱତନ୍ତ୍ର ସହାୟକ ଅଟ୍ଟା ତରାର କହିଛନ୍ତି।

ଇମ୍ରାନ ଖାନଙ୍କ ସମର୍ଥକମାନେ ଆର୍ମି ମୁଖ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠାନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବା ବେଳେ ଆଜି ତରାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଦାବି କରିଛନ୍ତି ଯେ “ଯେଉଁମାନେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଛନ୍ତି, ସେମାନେ ବିଜେପି ଓ ଆରଏସ୍‌ଏସ୍‌ର ଲୋକ।

Advertisment

ସେମାନେ ଭାରତରୁ ଆସିଛନ୍ତି। ହିଂସାକାଣ୍ଡ ଘଟାଉଥିବା କିଛି ହାତ ଗଣତି ଲୋକ ବିଜେପି ଓ ଆରଏସ୍‌ଏସ୍‌ ସହ ଜଡ଼ିତ। ଗତକାଲିର ବିକ୍ଷୋଭ ଓ ପୋଡ଼ାଜଳା ପରେ ସେମାନେ ଉତ୍ସବ ମନାଇଛନ୍ତି। ବିଜେପି ଓ ଆରଏସ୍‌ଏସ୍‌ ଉତ୍ସବ ମନାଉଛନ୍ତି। ଭାରତରେ ଗତକାଲି ମିଠା ମଧ୍ୟ ବଣ୍ଟା ଯାଇଥିଲା। କାଲି ଯାହା ବି ହୋଇଛି, ସବୁ କିଛି ଆରଏସ୍‌ଏସର ନିର୍ଦ୍ଦେଶରେ ହୋଇଛି।”

ମଙ୍ଗଳବାର ଇମ୍ରାନ ଖାନ ଗୋଟିଏ ମାମଲାର ନିୟମିତ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ କୋର୍ଟ ପରିସରରୁ ତାଙ୍କୁ ପାକ୍‌ ରେଞ୍ଜର୍ସମାନେ ଅଜଣା ସ୍ଥାନକୁ ଗିରଫ କରି ନେଇ ଯାଇଥିଲେ।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe