Advertisment

ଭାରତ-କାନାଡା କଳି ପଛରେ ପାକିସ୍ତାନର ହାତ!

ଆଇଏସଆଇ ନିଜାରକୁ ହତ୍ୟା କରିବା ପାଇଁ ଅପରାଧୀଙ୍କୁ ଭଡ଼ାରେ ଆଣିଥିଲା।

Nijjar

Nijjar

Advertisment

ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା। ଯୋଜନା ଅନୁସାରେ ଆଇଏସଆଇ ନିଜାରକୁ ହତ୍ୟା କରାଇଛି ବୋଲି ଜଣାପଡ଼ିଛି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଏସଆଇ ନିଜାରକୁ ହତ୍ୟା କରିବା ପାଇଁ ଅପରାଧୀଙ୍କୁ ଭଡ଼ାରେ ଆଣିଥିଲା। ବିଗତ ୨ ବର୍ଷ ମଧ୍ୟରେ କାନାଡାକୁ ଆସିଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବାକୁ ଆଇଏସଆଇ ନିଜାର ଉପରେ ଚାପ ପକାଉଥିଲା। କିନ୍ତୁ ନିଜାରର ପ୍ରୀତି ପୂର୍ବତନ ଖଲିସ୍ତାନୀ ନେତାଙ୍କ ପ୍ରତି ଥିଲା।

ଆଇଏସଆଇ କଥାକୁ ନିଜାର ଖାତିର କରୁ ନଥିଲା। ଏହି କାରଣରୁ ଆଇଏସଆଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯୋଜନା କରିଥିଲା। ଗୋଟିଏ ପଟେ ନିଜାରକୁ ହତ୍ୟା କରିବା ଓ ତା’ର ମୃତ୍ୟୁକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା। ଏହାକୁ ପୂରା କରିବା ପାଇଁ ଆଇଏସଆଇ ହିଁ ନିଜାରକୁ ହତ୍ୟା କରିଥିବା ଏହି ସୂତ୍ରରେ କୁହାଯାଇଛି।

Advertisment

ଏଥିରେ ଆହୁରି କୁହାଯାଇଛି ଯେ ନିଜାରର ହତ୍ୟା ପରେ ଏବେ ଆଇଏସଆଇ ତା’ ସ୍ଥାନରେ ଆଉ ଜଣକୁ ବସାଇବାକୁ ଚାହୁଁଛି। ଏଥିସହ ଖଲିସ୍ତାନୀ ସପକ୍ଷବାଦୀଙ୍କୁ କାନାଡାରେ ଏକାଠି କରିବାକୁ ପ୍ରସ୍ତୁତି ଚଳାଇଛି।

ଚଳିତ ବର୍ଷ ଜୁନ ମାସରେ ନିଜାରକୁ କାନାଡାର ବ୍ରିଟଶ କଲୋମ୍ବିଆରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

Canada Pakistan Hardeep Singh Nijjar India Khalistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe