Advertisment

ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କୀ ୟାସିନ ମଲ୍ଲିକଙ୍କ ପତ୍ନୀ, କରିଲେ ଅପିଲ୍‌

ରାହୁଲ ଗାନ୍ଧିଙ୍କ ନିକଟକୁ ଲେଖିଥିବା ଚିଠିରେ ୨୦୧୯ ମସିହାରୁ ବିଜେପି ସରକାର ୟାସିନ ମଲ୍ଲିକଙ୍କୁ ହଇରାଣ କରୁଥିବା ମୁଶାଲ ଅଭିଯୋଗ କରିଛନ୍ତି।

Rahul Gandhi, Yasin, Mushaal

Rahul Gandhi, Yasin, Mushaal

Advertisment

ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେଏଫଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ ଉଠାଇବାକୁ ଚିଠିରେ ମୁଶାଲ ଅନୁରୋଧ କରିଛନ୍ତି।

Advertisment

ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାରେ ତାଙ୍କ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ମୁଶାଲ ଦାବି କରିଛନ୍ତି। ଏଥିସହ ମିଥ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମାନବ ଅଧିକାର ତଥା ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହାୟକ ରହିସାରି ଥିବା ମୁଶାଲ ରାହୁଲ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ୩ ଦଶନ୍ଧି ପୁରୁଣା ଦେଶଦ୍ରୋହ ମାମଲାରେ ମଲିକଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ୟାସିନ ମଲ୍ଲିକ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଚାଲିଛି। ୨୦୧୭ର ୟାସିନଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବିରୋଧରେ ଏଜେନ୍ସି ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ଏହି ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଯଥା NIA ତାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛି। ୨୦୨୨ମସିହାରେ, ଏକ ନିମ୍ନ ଅଦାଲତ ୟାସିନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ମୁଶାଲ ନିଜ ଚିଠିରେ ଲେଖିଛନ୍ତି ଯେ ଜେଲରେ ଥିବା ଅମାନୁଷିକ ବ୍ୟବହାରକୁ ବିରୋଧ କରି ୟାସିନ ନଭେମ୍ବର ୨ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ଅଛନ୍ତି। ସିଏ ଅସ୍ତ୍ର ଛାଡି ଅହିଂସା ପଥ ଅନୁସରଣ କରିଛନ୍ତି। ଏହି ଅନଶନ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ। ଏହାଦ୍ୱାରା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। 

ମୁଶାଲ ରାହୁଲ ଗାନ୍ଧିଙ୍କ ନିକଟକୁ ଲେଖିଥିବା ଚିଠିରେ ୨୦୧୯ ମସିହାରୁ ବିଜେପି ସରକାର ୟାସିନ ମଲ୍ଲିକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ମଲ୍ଲିକଙ୍କୁ ୩୫ ବର୍ଷ ପୁରୁଣା ମାମଲାରେ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ ମକଦ୍ଦମା ଚାଲଛି। ବର୍ତ୍ତମାନ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଏନଆଇଏ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛି। ତେଣୁ ମୁଁ ଆପଣଙ୍କୁ(ରାହୁଲ ଗାନ୍ଧି) ଅନୁରୋଧ କରୁଛି ଯେ ସଂସଦରେ ଆପଣଙ୍କ ଉଚ୍ଚ ନୈତିକ ଏବଂ ରାଜନୈ ତିକ ପ୍ରଭାବ ବ୍ୟବହାର କରନ୍ତୁ। ୟାସିନ ମଲ୍ଲିକଙ୍କ ମାମଲା ଉପରେ ଆଲୋଚନା ଯାହା ଦ୍ୱାରା ଜାମ୍ମୁ କାଶ୍ମୀରରେ ଦେଖାଣିଆ ନୁହେଁ, ପ୍ରକୃତ ଶାନ୍ତି ଫେରିପାରିବ ବୋଳି କୁଶାଲ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

Rahul Gandhi Yasin Malik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe