Advertisment

କାହିଁକି ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ?

ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି। ୨୦୧୯ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ ଦୁଇ ଭାଗ କରିବା ପରେ ପାକିସ୍ତାନ ସହ ତିକ୍ତତା ଆହୁରି ବଢ଼ି ଯାଇଛି।

PM Modi

PM Modi

Advertisment

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ସନ୍ଧ୍ୟାରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ହେଁ ସହଯୋଗୀଙ୍କ ସହ ମିଶି ମୋଦି ସରକାର ଗଠନ କରିବେ। 

Advertisment

ଶପଥ ପାଠ ଉତ୍ସବକୁ ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି। ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ବିଭିନ୍ନ ଦେଶ ପକ୍ଷରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ମଧ୍ୟ ଲାଗିଛି।

କିନ୍ତୁ ପାକିସ୍ତାନ ଏଯାଏ ମୋଦିଙ୍କୁ ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇ ନାହିଁ। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଗୋଟିଏ ବଡ଼ ବୟାନ ସାମ୍ନାକୁ ଆସିଛି।

Advertisment

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳର ମୁଖପାତ୍ର ମମତାଜ ଜହରା ବଲୋଚଙ୍କୁ କ’ଣ ଦେଶ ପକ୍ଷରୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣା ଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ମମତାଜ କହିଛନ୍ତି, “ସେମାନଙ୍କର(ଭାରତ) ନିର୍ବାଚନ ପ୍ରକ୍ରିୟା ଉପରେ ଆମର ମତାମତା ଦେବା ଠିକ ନୁହେଁ। ନିଜର ପ୍ରତିନିଧିଙ୍କୁ ବାଛିବା ପାଇଁ ଅଧିକାର କେବଳ ଭାରତୀୟଙ୍କର ରହିଛି।

ଭାରତରେ ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟା ଚାଲିଛି। କେହି ବି ଭାରତର ପ୍ରଧାନମନ୍ତ୍ରୀ ଭାବେ ଏଯାଏ ଶପଥ ନେଇ ନାହାନ୍ତି। ତେଣୁ ଏବେଠାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଠିକ ହେବନି।”

ସାପ୍ତାହିକ ପ୍ରେସ କନଫରେନ୍ସରେ ମମତା ଆହୁରି କହିଛନ୍ତି, “ପାକିସ୍ତାନ ସବୁବେଳେ ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ସହ ଉତ୍ତମ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛି।

ପାକିସ୍ତାନ ସବୁବେଳେ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହେଁ। ଆମେ ସବୁବେଳେ ଜମ୍ମୁ-କଶ୍ମୀର ସମେତ ଅନ୍ୟ ମୁଖ୍ୟ ବିବାଦୀୟ ପ୍ରସଙ୍ଗ ଗୁଡ଼ିକର ସାମାଧାନ ଆଲୋଚନା ଦ୍ୱାରା କରିବା ପାଇଁ ନିୟମିତ ପ୍ରୟାସ କରି ଚାଲିଛୁ।”

ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି। ୨୦୧୯ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ ଦୁଇ ଭାଗ କରିବା ପରେ ପାକିସ୍ତାନ ସହ ତିକ୍ତତା ଆହୁରି ବଢ଼ି ଯାଇଛି। ତେବେ ପାକିସ୍ତାନର ଆଶା ଯେ ଭାରତ ଆଗକୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କୌଣସି ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ।

Pakistan PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe