Advertisment

ଟିମ ପଠାଇବା ପୂର୍ବରୁ ଭାରତ ଆସି ସ୍ଥିତି ପରଖିବେ ପାକିସ୍ତାନର ସୁରକ୍ଷା ପ୍ରତିନିଧି ଦଳ

କ୍ରିକେଟ ଟିମକୁ ପଠାଇବ ପୂର୍ବରୁ ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଏଠାକୁ ଆସିବେ। ସେମାନେ ପାକିସ୍ତାନ ମ୍ୟାଚ ଖେଳୁଥିବା ଭେନ୍ୟୁଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ।

Pakistan

Pakistan

Advertisment

ଆଇସିସି ବିଶ୍ୱକପ ପାଇଁ ଭାରତକୁ ପାକିସ୍ତାନ ଟିମ ପଠାଇବା ପୂର୍ବରୁ ନୂଆ ଭେଳିକି ଦେଖାଇଛି। କ୍ରିକେଟ ଟିମକୁ ପଠାଇବ ପୂର୍ବରୁ ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଏଠାକୁ ଆସିବେ। ସେମାନେ ପାକିସ୍ତାନ ମ୍ୟାଚ ଖେଳୁଥିବା ଭେନ୍ୟୁଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ। ଏହି ସୁରକ୍ଷା ପ୍ରତିନିଧି ଦଳ ରିପୋର୍ଟ ଦେବା ପରେ ହିଁ ପାକିସ୍ତାନ ସରକାର ନିଜର ଟିମକୁ ଭାରତ ପଠାଇବେ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବେ।

Advertisment

ଇଣ୍ଟର ପ୍ରୋଭିନସିଆଲ କୋର୍ଡିନେସନ(ସ୍ପୋର୍ଟସ) ମନ୍ତ୍ରଣାଳୟ କହିଛି ଯେ ଭାରତକୁ କେବେ ସୁରକ୍ଷା ପ୍ରତିନିଧିଙ୍କୁ ପଠାଯିବ ତା’ର ନିଷ୍ପତ୍ତି ବିଦେଶ ଓ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନେବେ। ଇଦି ଛୁଟି ପରେ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ସଭାପତି ପଦ ପାଇଁ ନିର୍ବାଚନ ହେବ।

ଏହାପରେ ସୁରକ୍ଷା ପ୍ରତିନିଧିଙ୍କ ଭାରତ ଗସ୍ତ ସମ୍ପର୍କ ନିଷ୍ପତ୍ତି ନିଆଯିବ। ସୁରକ୍ଷା ପ୍ରତିନିଧି ଦଳ ପିସିବିର କର୍ମକର୍ତ୍ତାଙ୍କ ସହ ପାକିସ୍ତାନର ବିଶ୍ୱକପ ଭେନ୍ୟୁଗୁଡ଼ିକର ପରିଦର୍ଶନ କରିବେ।

Advertisment

ବିଶ୍ୱକପରେ ଦଳ ପାଇଁ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ହୋଇଛି ଓ ସେମାନେ କେଉଁଠି ରହିବେ, ତା’ର ଟିକିନିକି ତଥ୍ୟ ସଂଗ୍ରହ କରିବେ। ପ୍ରତିନିଧି ଦଳ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଅହମଦାବାଦ ଗସ୍ତ କରିବେ। ଅହମଦାବାଦରେ ପାକିସ୍ତାନ ଅକ୍ଟୋବର ୧୫ରେ ଭାରତକୁ ଭେଟିବ।

ଭାରତକୁ ଯେକୌଣସି ଟୁର ପୂର୍ବରୁ ପିସିବି ସରକାରଙ୍କ ଅନୁମତି ଲୋଡ଼ିଥାଏ। ଏଥର ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାକିସ୍ତାନରୁ ଯିବାକୁ ଥିବା ପ୍ରତିନିଧି ଦଳ ଭାରତର ଅଧିକାରୀଙ୍କ ସହ କଥା ହେବେ। ପାକିସ୍ତାନର ଖେଳାଳି, ଅଫିସିଆଲ, ଫ୍ୟାନ୍ସ ଓ ମିଡିଆ ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି, ସେ ବିଷୟରେ ବୁଝିବେ।

ଯଦି ଧାର୍ଯ୍ୟ ଭେନ୍ୟୁରେ କୌଣସି ଅସୁବିଧା ରହିଥିବା ପ୍ରତିନିଧି ଦଳ ଅନୁଭବ କରିବେ, ତା’ହେଲେ ସେମାନେ ଦେବାକୁ ଥିବା ରିପୋର୍ଟରେ ସ୍ଥାନ ବଦଳାଇବାର ପରାମର୍ଶ ଦେଇପାରିବେ। ଉକ୍ତ ରିପୋର୍ଟକୁ ପିସିବି ନିଶ୍ଚିତ ଭାବେ ଆଇସିସି ଓ ବିସିସିଆଇକୁ ଦେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

୨୦୧୬ ଟି-୨୦ ବିଶ୍ୱକପ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଆସିଥିଲା। ସେତେବେଳେ ପାକିସ୍ତାନ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିଲେ।

Pakistan India ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe