Advertisment

ପବଜୀ ଖେଳୁ ଖେଳୁ ପ୍ରେମ: ୪ ପିଲାଙ୍କୁ ଧରି ଭାରତରେ ପଶିଲେ ପାକିସ୍ତାନୀ ମହିଳା, ଖୋଜୁଛି ପୁଲିସ୍‌

ପବଜୀ ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଗଲେ ପାକିସ୍ତାନୀ ମହିଳା। ଆଉ ଶେଷରେ ତାଙ୍କ ସହ ବାକି ଜୀବନ କାଟିବାର ନିଷ୍ପତ୍ତି ନେଇ ନିଜ ୪ ଛୁଆଙ୍କୁ ଧରି ସୀମା ପାର୍‌ ହୋଇ ଭାରତ ପଳାଇ ଆସିଲେ।

Lovers

Lovers

Advertisment

ପବଜୀ ଖେଳୁ ଖେଳୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଗଲେ ପାକିସ୍ତାନୀ ମହିଳା। ଆଉ ଶେଷରେ ତାଙ୍କ ସହ ବାକି ଜୀବନ କାଟିବାର ନିଷ୍ପତ୍ତି ନେଇ ନିଜ ୪ ଛୁଆଙ୍କୁ ଧରି ସୀମା ପାର୍‌ ହୋଇ ଭାରତ ପଳାଇ ଆସିଲେ। ଉଭୟ ପ୍ରେମୀ ଯୁଗଳ ଘର ଭଡ଼ା ନେଇ ମାସେରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ପୁଲିସ୍‌ ଏବେ ସେମାନଙ୍କୁ ଖୋଜୁଛି।

Advertisment

ପବଜୀ ଖେଳୁ ଖେଳୁ ଦିଲ୍ଲୀର ଗ୍ରେଟର ନୋଏଡାର ଯୁବକ ସଚିନଙ୍କର ପାକିସ୍ତାନୀ ମହିଳା ସୀମାଙ୍କ ସହ ଅନଲାଇନ୍‌ରେ ଭେଟ ହୋଇଥିଲା। ଏହାପରେ ଧୀରେ ଧୀରେ ଉଭୟ ପରସ୍ପର ପ୍ରେମରେ ପଡ଼ିଗଲେ। ପାକିସ୍ତାନର କରାଚୀ ସହରର ସୀମା ବିବାହିତା ହୋଇଥିବା ବେଳେ ୪ ଛୁଆଙ୍କ ମା’ । ଏହାସତ୍ତ୍ୱେ ସେ ସଚିନଙ୍କ ପ୍ରେମରେ ପାଗଳ ହୋଇ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ।

ଏକ ଧାନମଣ୍ଡିରେ କାମ କରୁଥିବା ସଚିନଙ୍କୁ ନିଜ ଜୀବନସାଥୀ କରିବାକୁ ମହିଳାଜଣକ ଗତ ମେ’ ୧୩ ତାରିଖରେ ନିଜ ୪ ପିଲାଙ୍କ ସହ ଘର ଛାଡ଼ିଥିଲେ।

Advertisment

ଏହାପରେ ନେପାଳ ରାସ୍ତା ଦେଇ ସେ ଭାରତରେ ପ୍ରବେଶ କରିଥିବା ଜଣାଯାଇଛି। ଇତି ମଧ୍ୟରେ ସଚିନ ଏକ ଭଡ଼ା ଘର ଠିକ୍‌ କରି ନିଜ ପତ୍ନୀ ଓ ପିଲାଙ୍କ ସହ ଖୁବ୍‌ ଶୀଘ୍ର ରହିବାକୁ ଆସିବେ ବୋଲି କହିଥିଲେ।

ଭୟ ସଚିନ, ସୀମା ଓ ପିଲାମାନେ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଉକ୍ତ ଭଡ଼ା ଘରେ ରହିଥିଲେ। ସେଠାକୁ ସଚିନଙ୍କ ପରିବାର ଲୋକେ ବି ଆସୁଥିଲେ । ତେଣୁ କେହି ପଡ଼ୋଶୀ ସେମାନଙ୍କୁ ସନ୍ଦେହ କରି ନ ଥିଲେ।

ତେବେ ଜଣେ ପାକିସ୍ତାନୀ ମହିଳା ଭାରତରେ ପ୍ରବେଶ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ପୁଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ସୀମା ଓ ସଚିନ ପିଲାମାନଙ୍କ ସହ ଶନିବାର ସକାଳୁ ଉକ୍ତ ଭଡ଼ା ଘର ଛାଡ଼ି କେଉଁଆଡେ ପଳାଇଛନ୍ତି। ପୁଲିସ୍‌ ଉଭୟଙ୍କ ସନ୍ଧାନ ଚଳାଇଥିବା ବେଳେ ସେମାନେ ମଥୁରାରେ ଥିବା ଜଣାଯାଇଛି। ପୁଲିସ୍‌ ମଥୁରାର ବିଭିନ୍ନ ହୋଟେଲ ଯାଞ୍ଚ କରୁଥିବା ଜଣାଯାଇଛି।

ସୀମା ପାକିସ୍ତାନରୁ ଆସିଥିବା ଶୁଣି ପଡ଼ୋଶୀ ଚକିତ ହୋଇ ଯାଇଥିବା ବେଳେ ପୁଅ ସହ କିଛି ସମ୍ପର୍କ ନାହିଁ ବୋଲି ସଚିନଙ୍କ ପରିବାର ଲୋକେ କହିଛନ୍ତି।

ଏହି ଘଟଣାକଚୁ ନେଇ ଗ୍ରେଟର ନୋଏଡା ଏସପି କହିଛନ୍ତି, ପାକିସ୍ତାନକୁ ଭାରତରେ ପ୍ରବେଶ କରିଥିବା ମହିଳାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଖୁବ୍‌ ଶୀଘ୍ର ଉଭୟ ପ୍ରେମୀ ଯୁଗଳଙ୍କୁ ଗିରଫ କରାଯିବ ।

Pakistan Delhi Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe