Advertisment

ପାକିସ୍ତାନ ଡ୍ରୋନରେ ଆସୁଥିଲା ୨ ପ୍ୟାକେଟ୍‌ ହେରୋଇନ୍‌; ଖସାଇ ଦେଲେ ଯବାନ

ଅମୃତସର ଜିଲ୍ଲାର ଧାନୋଏ କାଲାନ ନିକଟରେ ଗତ ରାତିରେ ଏକ ଡ୍ରୋନ ଉଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ବିଏସ୍‌ଏଫ ଯବାନ ତୁରନ୍ତ ତାହାକୁ ଗୁଳି କରି ଖସାଇ ଦେଇଥିଲେ।

drone

drone

Advertisment

ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ୍‌କୁ ଗୁଳି କରି ଖସାଇଲା BSF । ଉକ୍ତ ଡ୍ରୋନରେ ୨ ପ୍ୟାକେଟ୍‌ ହେରୋଇନ୍‌ ଭାରତ ଆସୁଥିବା ସୂଚନା ମିଳିଛି। ଏହାପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆଯାଇଛି।

Advertisment

ଅମୃତସର ଜିଲ୍ଲାର ଧାନୋଏ କାଲାନ ନିକଟରେ ଗତ ରାତିରେ ଏକ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ବିଏସ୍‌ଏଫ ଯବାନ ତୁରନ୍ତ ତାହାକୁ ଗୁଳି କରି ଖସାଇ ଦେଇଥିଲେ। ଏହାପରେ ଯାହା ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଉକ୍ତ ଡ୍ରୋନ୍‌ରୁ ୨ ପ୍ୟାକେଟ୍‌ ହେରୋଇନ୍‌ ମିଳିଥିବା ସୂଚନା ଦେଇଛନ୍ତି ସେନା କମାଣ୍ଡାଣ୍ଟ ଅଜୟ କୁମାର ମିଶ୍ର ।

ଡ୍ରୋନଟି ଭାରତୀୟ ବାୟୁସୀମା ଅତିକ୍ରମ କରି ପଞ୍ଜାବକୁ ପଶି ଆସିଥିବା ବେଳେ ତାହାକୁ ଠାବ କରି ଜବତ କରାଯାଇଛି ବୋଲି ବିଏସଏଫ ପଞ୍ଜାବ ଅଧିକାରୀ କହିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ଚତୁର୍ଥ ଥର ପାଇଁ ଏପରି ଏକ ଡ୍ରୋନକୁ ଜବତ କରାଯାଇଛି। ଏହାପୂର୍ବରୁ ଅମୃତସରରେ ହିଁ ୨ଟି ଡ୍ରୋନ ଠାବ କରାଯାଇ ତାହାକୁ ଖସାଇ ଦିଆଯାଇଥିଲା ।

Advertisment

ଡ୍ରୋନ ମାଧ୍ୟମରେ ପାକିସ୍ତାନ ଅନାୟସରେ ନିଶା ଦ୍ରବ୍ୟ ସାଙ୍ଗକୁ ଅନ୍ୟାନ ବିସ୍ଫୋରକ ସାମଗ୍ରୀ ଭାରତକୁ ପଠାଉଥିବା ଅନୁମାନ କରାଯାଉଛି। ତେବେ ଏହା ଭାରତର କେଉଁଠିକୁ ଯାଉଥିଲା, ଉଭୟ ପକ୍ଷର ସମ୍ପର୍କ କ’ଣ ତାହାର ତଦନ୍ତ ଆରମ୍ଭ ହୋଇଛି। ଏଥିସହ ଭାରତୀୟ ବାୟୁ ସୀମାରେ ଯେପରି କୌଣସି ଡ୍ରୋନ ପ୍ରବେଶ ନ କରା ତାହା ଉପରେ ତୀକ୍ଷଣ ନଜର ରଖାଯାଇଛି।

Drone Attack Punjab Pakistan BSF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe