Advertisment

ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ

ତାଙ୍କୁ ଏଠାରେ ପାକିସ୍ତାନ-ଆଫଗାନିସ୍ତାନ-ଇରାନ ଡେସ୍କ ଦାୟିତ୍ୱରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଜେପି ସଂହ ସ୍ୱାଗତ କରିଥିଲେ।

SCO

SCO

Advertisment

ଭାରତର ଗୋଆରେ ପହଞ୍ଚିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଏସ୍‌ସିଓର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ପ୍ରୋଟକଲ ଅନୁଯାୟୀ ନୂଆଦିଲ୍ଲୀ ପକ୍ଷରୁ ଏସ୍‌ସିଓର ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହିକ୍ରମରେ ବିଲାୱଲ ମଧ୍ୟ ଭାରତର ନିମନ୍ତ୍ରଣ ପରେ ଗୋଆରେ ପହଞ୍ଚିଛନ୍ତି।

Advertisment

ତାଙ୍କୁ ଏଠାରେ ପାକିସ୍ତାନ-ଆଫଗାନିସ୍ତାନ-ଇରାନ ଡେସ୍କ ଦାୟିତ୍ୱରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଜେପି ସଂହ ସ୍ୱାଗତ କରିଥିଲେ। ଏବେ ବିଲାୱଲ ଭୁଟ୍ଟ ୪ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ବୈଠକରେ ଯୋଗଦେବେ। ୨୦୧୧ ପରେ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରରେ ଆସିଛନ୍ତି। ବିଲାୱଲ ଭାରତ ଗସ୍ତରେ ଆସୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ ନଥିବାରୁ ଏହି ଆଲୋଚନା ଆଉ ହେବ ନାହିଁ।

ମେ’ ୫ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏସ୍‌ସିଓ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ବିଲାୱଲଙ୍କ ବ୍ୟତୀତ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଓ ଚାଇନାର କ୍ୱିନ ଗାଙ୍ଗ ମଧ୍ୟ ଯୋଗଦେବେ। ଏହି ବୈଠକ ଅବସରେ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। 

Advertisment

ହେଲେ ବିଲାୱଲଙ୍କ ସହ କୌଣସି ପ୍ରକାରର ଦ୍ୱିପାକ୍ଷିକ ବୈଠକ ହେବାର ପ୍ରସ୍ତାବ ନାହିଁ। ତେବେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାରର ସମ୍ଭାବନାକୁ ସଂପୂର୍ଣ୍ଣ ଭାବେ ଏଡ଼ାଯାଇ ନପାରେ। କିନ୍ତୁ ପାକିସ୍ତାନ ସହ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭବନା ନଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଭାରତ ଗସ୍ତରେ ଆସିବା ପୂର୍ବରୁ ବିଲାୱଲ କହିଥିଲେ ଯେ ସେ ପ୍ରତିପକ୍ଷ ଦେଶଗୁଡ଼ିକ ସହ ଗଠନମୂଳକ ଆଲୋଚନା ହେବ। ଏସ୍‌ସିଓ ଚାର୍ଟରକୁ ପାକିସ୍ତାନ ସବୁବେଳେ ଅନୁକରଣ କରିଛି। ଏଥିପାଇଁ ପାକିସ୍ତାନ ପ୍ରତିନିଧି ଦଳ ଭାରତର ଗୋଆ ଯାଉଛନ୍ତି। ମୋ ଗସ୍ତ ବେଳେ ଏସ୍‌ସିଓ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ମୁଁ ଆମର ବନ୍ଧୁତ୍ୱ ଦେଶଗୁଡ଼ିକ ସହ ଗଠନ ମୂଳକ ଆଲୋଚନାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।

ବୁଧବାର ଠାରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୋଆରେ ପହଞ୍ଚି ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷାର କରିଛନ୍ତି।

Pakistan SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe