Advertisment

ଉତ୍ତର ପ୍ରଦେଶରୁ ପାକିସ୍ତାନ ISI ଏଜେଣ୍ଟ ଗିରଫ

ଗିରଫ ବ୍ୟକ୍ତି ଜଣକ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Satyendra Siwal

Satyendra Siwal

ଉତ୍ତର ପ୍ରଦେଶର ମୀରଟରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ। ଗିରଫ ବ୍ୟକ୍ତି ଜଣକ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ।ଆଜି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (UP ATS) ତାଙ୍କୁ ମୀରଟରୁ ଗିରଫ କରିଛି। 

Advertisment

ସୂଚନା ଅନୁସାରେ, ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ। ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ 2021ରୁ କାର୍ଯ୍ୟ କରିଆସୁଥିଲେ। ସେ ସେଠାରେ ଭାରତର ସୁରକ୍ଷା ସହାୟକ (IBSA) ଭାବରେ କାର୍ଯ୍ୟ କରୁଥିଲେ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମସ୍କୋରେ ଥିବା ଭାରତୀୟ ଦୂତାବାସରେ କେହି ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଆତଙ୍କବାଦ ବିରୋଧୀ ସ୍କ୍ୱାଡ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ATS ଅଧିକାରୀମାନେ ତଦନ୍ତ ଜାରି ରଖିଥିଲା। ପଚରାଉଚରା ସମୟରେ ସତ୍ୟେନ୍ଦ୍ରଙ୍କ ପ୍ରତି ସନ୍ଦେହ ବଢିଥିଲା। ଶେଷରେ ଆଜି ମୀରଟରୁ ୟୁପି ଏଟିଏସ୍ ତାଙ୍କୁ ଗିରଫ କରିଛି।

Advertisment

ସତ୍ୟେନ୍ଦ୍ର ଭାରତୀୟ ସେନାର ଭିତିରି ଖବର ଜାଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଉଥିଲା। ପଚରାଉଚରା ସମୟରେ ଏକଥା ମାନିଛନ୍ତି ସତ୍ୟେନ୍ଦ୍ର। ସେ ମଧ୍ୟ ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାରର ଗୁରୁତ୍ୱପୂର୍ଣ୍ଣ ତଥା ଗୋପନୀୟ ତଥ୍ୟ ଆଇଏସଆଇ ସଦସ୍ୟଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏଟିଏସ୍ ଏହାର ଅଧିକ ତଦନ୍ତ କରୁଛି। 

ISI Agent Arrest ISI Indian Embassy In Moscow