Advertisment

ବେଆଇନ ଭାବେ ୮ ବର୍ଷ ହେଲା ଭାରତରେ ରହୁଥିବା ପାକିସ୍ତାନ ଯୁବକ ଗିରଫ

୨୦୧୫ ମସିହାରୁ ଅନସାରୀ ଚୁଦାମନ ତାଲିମର ଭବାନୀ ପେଠ ନିକଟରେ ରହି ଆସୁଥିଲେ। ସେ ବେଧଡ଼କ ଭାବେ ଭାରତରେ ରହୁଥିଲେ ମଧ୍ୟ କେହି ବି ଏ ବିଷୟରେ ନ ଜାଣିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Pakistani

Pakistani

Advertisment

ଦୀର୍ଘ ୮ ବର୍ଷ ହେଲା ବେଆଇନ ଭାବେ ଭାରତରେ ରହୁଥିବା ଜଣେ ପାକିସ୍ତାନ ଯୁବକଙ୍କୁ ଶେଷରେ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ଆଜି ଉକ୍ତ ପାକିସ୍ତାନ ଯୁବକଙ୍କୁ ପୁଣେ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ୨୨ ବର୍ଷୀୟ ମହମ୍ମଦ ଅମନ ଅନସାରୀ। ତାଙ୍କୁ ପୁରୁଣା ପୁଣେର ଖାଡକା ଅଞ୍ଚଳକୁ ଗିରଫ କରାଯାଇଛି।

Advertisment

୨୦୧୫ ମସିହାରୁ ଅନସାରୀ ଚୁଦାମନ ତାଲିମର ଭବାନୀ ପେଠ ନିକଟରେ ରହି ଆସୁଥିଲେ। ସେ ବେଧଡ଼କ ଭାବେ ଭାରତରେ ରହୁଥିଲେ ମଧ୍ୟ କେହି ବି ଏ ବିଷୟରେ ନ ଜାଣିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ପୁଲିସ ଅନସାରୀଙ୍କ ନିକଟରୁ ଗୋଟିଏ ନକଲି ପାସପୋର୍ଟ ଜବତ କରିଛି। ଏହି ନକଲି ପାସପୋର୍ଟ ଜରିଆରେ ସେ ଦୁବାଇ ମଧ୍ୟ ଯାଇଥିଲେ।

ସେଠାରୁ ଫେରିବା ପରେ ପୁଣି ଭାରତରେ ରହିଥିଲେ। ଏତେ ସବୁ ଘଟଣା ପରେ ମଧ୍ୟ ପୁଲିସ୍‌ ଆଜି ଯାଏ ଅନସାରୀ ପାକିସ୍ତାନୀ ବୋଲି ଜାଣିବାକୁ ସକ୍ଷମ ହୋଇ ନଥିଲା। ସେହିପରି ସେ କ’ଣ ପାଇଁ ଦୁବାଇ ଯାଇଥିଲେ? କେମିତି ଭାରତକୁ ୨୦୧୫ରେ ଆସିଲେ? କେଉଁ ଉଦ୍ଦେଶ୍ୟରେ ଏଠାରେ ରହୁଥିଲେ, ସେକଥା ଜଣାପଡ଼ିନି।

Advertisment

ଅନସାରୀଙ୍କୁ ପୁଲିସ୍‌ ଆଇପିସିର ଧାରା ୪୨୦, ୪୬୮ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଛି। ଏବେ ତାଙ୍କୁ ଅଧିକ ଜେରା କରାଯାଉଛି।

Pakistan Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe