Advertisment

ଭୟଙ୍କର ବିସ୍ଫୋରଣ ଶବ୍ଦ ପରେ ଗାଁ ଛାଡ଼ିଥିବା ଲୋକେ ଘରକୁ ଫେରିଲେ

ପ୍ରଶାସନ ପକ୍ଷରୁ ୮୫ଟି ପରିବାରର ୨୮୭ ଜଣଙ୍କୁ ଗାଁରୁ ଉଦ୍ଧାର କରି ସ୍ଥାନୀୟ ସ୍କୁଲ ବିଲଡିଂରେ ରଖାଯାଇଥିଲା।

Kerala

Kerala

Advertisment

ହଠାତ ଭୟଙ୍କର ବିସ୍ଫୋରଣ ଶବ୍ଦ ସହ ମାଟି ଥରିବା ଯୋଗୁ ଗାଁ ଛାଡ଼ିଥିବା ୨୮୦ରୁ ଅଧିକ ଲୋକ ଆଜି ସକାଳୁ ପୁଣି ସେମାନଙ୍କ ଘରକୁ ଫେରିଛନ୍ତି। କେରଳର ଅନାକାଲ୍ଲୁ ଅଞ୍ଚଳରେ ଗତକାଲି ରାତିରେ ହଠାତ ଲୋକମାନେ ବଡ଼ଧରଣର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।

Advertisment

ଏହାପରେ ମାଟି ମଧ୍ୟ ଥରୁଥିବା ସେମାନେ ଅନୁଭବ କରିଥିଲେ। ଏହାକୁ ଦେଖି ଗୋଟିଏ ଗାଁର ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ଏଥିପାଇଁ ମଙ୍ଗଳବାର ରାତିରେ ହିଁ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ୮୫ଟି ପରିବାରର ୨୮୭ ଜଣଙ୍କୁ ଗାଁରୁ ଉଦ୍ଧାର କରି ସ୍ଥାନୀୟ ସ୍କୁଲ ବିଲଡିଂରେ ରଖିଥିଲା।

ଲୋକଙ୍କ କହିବା କଥା ଯେ ସେମାନେ ମଙ୍ଗଳବାର ରାତି ପ୍ରାୟ ୯.୧୫ରେ ପ୍ରଥମେ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ଏହାପରେ ପୁଣି ୧୦.୧୫ ଓ ୧୦.୪୫ରେ ବିସ୍ଫୋରଣ ହେବା ସହ ମାଟି ଥରୁଥିବା ଅନୁଭବ କରିଥିଲେ। ୨ କିମି ପରିଧି ମଧ୍ୟରେ ବିସ୍ଫୋରଣ ଶବ୍ଦ ଶୁଣା ଯିବାରୁ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ।

Advertisment

ଏହାର ଖବର ପ୍ରଚାର ହେବା କ୍ଷଣି ପୁଲିସ୍‌, ରେଭିନ୍ୟୁ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧି ତୁରନ୍ତ ଗାଁରେ ପହଞ୍ଚିଥିଲେ। ସେମାନେ ଅଘଟଣ ଆଶଙ୍କାରେ ୮୫ଟି ପରିବାରର ୨୮୭ ଜଣଙ୍କୁ ଉକ୍ତ ଅଞ୍ଚଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।

ବୁଧବାର ସକାଳେ ସ୍ଥିତିରେ ସୁଧାର ଆସିବାରୁ ଗାଁ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି। ତେବେ କ’ଣ ପାଇଁ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା, ସେବିଷୟରେ ପୁଲିସ୍‌ କିଛି ବି କହିନାହିଁ।

Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe