Advertisment

ପପୁଙ୍କ ଓପନ୍‌ ଚ୍ୟାଲେଞ୍ଜ: ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି

ପପୁ ଯାଦବ କହିଛନ୍ତି ଯେ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ପରି ଏଭଳି ଛୋଟିଆ ମୋଟିଆ ଅପରାଧୀଙ୍କ ସମ୍ପୂର୍ଣ୍ଣ ନେଟୱର୍କକୁ ମାଟିରେ ମିଶାଇ ଦେବେ।

Lawrance Bishnoi and papu Yadav

Lawrance Bishnoi and papu Yadav

Advertisment

'ମାଟିରେ ମିଶାଇ ଦେବି ଅପରାଧର ସାମ୍ରାଜ୍ୟ। ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବି।' ଏଭଳି ଓପନ୍‌ ଚ୍ୟଲେଞ୍ଜ ଦେଇଛନ୍ତି ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ।

Advertisment

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସିନ୍ଦେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଏତେ ବଡ ନେତାଙ୍କୁ ଯଦି ହତ୍ୟା କରାଯାଇପାରୁଛି ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଏହାରି ଭିତରେ ବିହାରର ସ୍ୱାଧୀନ ସାଂସଦ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଇଛନ୍ତି ଓପନ୍‌ ଚ୍ୟାଲେଞ୍ଜ।

ପପୁ ଯାଦବ କହିଛନ୍ତି ଯେ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ପରି ଏଭଳି ଛୋଟିଆ ମୋଟିଆ ଅପରାଧୀଙ୍କ ସମ୍ପୂର୍ଣ୍ଣ ନେଟୱର୍କକୁ ମାଟିରେ ମିଶାଇ ଦେବେ। ପୂର୍ଣ୍ଣିୟା ସାଂସଦ ନିଜର ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ପୋଷ୍ଟରେ ରାଗି ଯାଇ ବିବାଦୟୀ ଶବ୍ଦର ପ୍ରୟୋଗ ମଧ୍ୟ କରିଛନ୍ତି।

Advertisment

ସେ ଲେଖିଛନ୍ତି, ଏହା ଦେଶ ନା…ଆଉ କିଛି। ଜଣେ ଅପରାଧୀ ଜେଲରେ ବସି ଲୋକଙ୍କୁ ଚ୍ୟାଲେଞ୍ଜ କରୁଛି, ଲୋକଙ୍କୁ ହତ୍ୟା କରୁଛି, କିନ୍ତୁ ସମସ୍ତେ ମୂକ ଦର୍ଶକ ପାଲଟିଛନ୍ତି। ଲରେନ୍ସ ବିଷ୍ଣୋଇ ମୁସେୱାଲାଙ୍କୁ ହତ୍ୟା କରିଥିଲା। ସେ କର୍ଣ୍ଣି ସେନା ମୁଖ୍ୟଙ୍କୁ ବି ହତ୍ୟା କରିଛି। ଆଉ ଏବେ ଜଣେ ଶିଳ୍ପପତି ତଥା ରାଜନେତାଙ୍କୁ ହତ୍ୟା କରିଛି।

ଏହାପୂର୍ବରୁ ପପୁ ଯାଦବ ଯେଉଁ ପୋଷ୍ଟ କରିଥିଲେ ସେଥିରେ ସେ ବାବା ସିଦ୍ଦିକିଙ୍କୁ ବିହାରର ପୁଅ ବୋଲି ବର୍ଣ୍ଣନା କରିଥିଲେ। ବାସ୍ତବରେ ବାବା ସିଦ୍ଦିକି ବିହାରର ଥିଲେ ଏବଂ ପରେ ମୁମ୍ବାଇ ଯାଇ ନିଜର ରାଜନୀତି ଆରମ୍ଭ କରିଥିଲେ। ବିହାରର ପୁଅ ବାବା ସିଦ୍ଦିକିଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ। ଯଦି ବିଜେପି ମିଳିତ ସରକାର ତାଙ୍କ ଦଳର ଏପରି ପ୍ରଭାବଶାଳୀ ନେତାମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ସହିତ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

Papu Yadav Lawrence Bishnoi Gang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe