Advertisment

ଦୁଷ୍କର୍ମରୁ ଜନ୍ମିତ ପିଲାକୁ ନେବା ପାଇଁ ଆବେଦନ କଲେ ଦୋଷୀ ସାବ୍ୟସ୍ତ ଯୁବକର ବାପା ମା’

ଏପରି ଏକ ଅଜବ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିଥିଲେ।

Supreme Court

Supreme Court

Advertisment

ସାମ୍ନାକୁ ଆସିଛି ଅଜବ ମାମଲା। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାପା ମା’ ଦୁଷ୍କର୍ମ ଘଟଣାରେ ଜନ୍ମିତ ପିଲାକୁ ନିଜ ହେପାଜତକୁ ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏପରି ଏକ ଅଜବ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିଥିଲେ। ନ୍ୟୁଜ ୱେବସାଇଟ ବାର୍‌ ଆଣ୍ଡ ବେଞ୍ଚ ପକ୍ଷରୁ ଘଟଣା ସମ୍ପର୍କରେ ଟ୍ୱିଟ କରାଯାଇଛି।

Advertisment

ସିଜେଆଇଙ୍କ ଖଣ୍ଡପୀଠରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଏହି ଖଣ୍ଡପୀଠରେ ଥିବା ଜଷ୍ଟିସ ପିଏସ ନରସୀମା ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ “ଆପଣ ଏଠାରେ କ’ଣ କହିବାକୁ ଚାହୁଁଛନ୍ତି?”

ସିଜେଆଇ ଚନ୍ଦ୍ରଚୂଡ଼ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ସେ କହିଥିଲେ, “ଆପଣଙ୍କ ପୁଅ ଦୁଷ୍କର୍ମ ପାଇଁ ଜେଲରେ ଓ ଆପଣ ଚାହୁଁଛନ୍ତି ଦୁଷ୍କର୍ମ ଘଟଣା ଜନ୍ମିତ ପିଲା ଆମେ ଆପଣଙ୍କ ହାତରେ ଟେକି ଦେବୁ? ମା’ ପାଖରେ ପିଲାଟି ନ ରହି କେଉଁଠି ରହିବ? ଆପଣ କେମିତି ଏହି ଆବେଦନରେ ପକ୍ଷଭୁକ୍ତ ହେବେ?”

Advertisment

ଆବେଦନକାରୀ ଓକିଲ କହିଥିଲେ ଯେ “ମିଲର୍ଡ ସବୁ କିଛି ପିଲାଟିର ସ୍ୱାର୍ଥ ପାଇଁ କରାଯାଉଛି?” ଏହାପରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ, “କୋର୍ଟକୁ ଏସବୁ କେଉଁ ଭଳି ଆବେଦନ ଆସୁଛି? ଏହି ମାମଲାରେ କେମିତି ଜଣେ ପକ୍ଷଭୁକ୍ତ ହେବେ?”

Supreme Court Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe