Advertisment

ପୁଣେ ପୋର୍ସେ ଦୁର୍ଘଟଣା: ଘରୋଇ ଡ୍ରାଇଭର ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରାଯାଉଛି

ଟଙ୍କା ଦେଇ ଦୋଷ ମୁଣ୍ଡାଇବାକୁ ଘରୋଇ ଡ୍ରାଇଭରକୁ ବାଧ୍ୟ କରାଯାଉଥିବା ପୁଣେ ପୁଲିସ କମିଶନର ଅମିତେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅଦ୍ୟତନ ହୋଇଛି
Pune Police commissioner Amitesh Kumar

Pune Police commissioner Amitesh Kumar

Advertisment

ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ଅଭିଯୁକ୍ତ ନାବାଳକ ଦୋଷକୁ ଘୋଡାଇ ଡ୍ରାଇଭର ମୁଣ୍ଡରେ ଲଦି ଦେବାକୁ ଚେଷ୍ଟା କରୁଛନ୍ତି ପରିବାର ଲୋକେ। ଟଙ୍କା ଦେଇ ଦୋଷ ମୁଣ୍ଡାଇବାକୁ ଘରୋଇ ଡ୍ରାଇଭରକୁ ବାଧ୍ୟ କରାଯାଉଥିବା ପୁଣେ ପୁଲିସ କମିଶନର ଅମିତେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ପୁଲିସ କମିଶନର କହିଛନ୍ତି, ଅଭିଯୁକ୍ତର ପରିବାର ଲୋକେ ସେ ଗାଡି ଚଳାଉନଥିଲେ, ଅନ୍ୟ କେହି ଚଳାଉଥିଲେ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପୁଲିସ ତଦନ୍ତ କରୁଥିବାରୁ ସେମାନେ ଏପରି କରିପାରିବେ ନାହିଁ।

ଏହି ଘଟଣାରେ ପୁଅ ନୁହେଁ ଡ୍ରାଇଭର ଗାଡ଼ି ଚଳାଉଥିବା ନାବାଳକଙ୍କ ପରିବାର ଲୋକ ଦାବି କରିବାର କିଛି ସମୟ ପରେ ପୁଲିସ କମିଶନର ଏପରି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ପ୍ରକାଶ ଥାଉକି, "ମେ 18 (ଶନିବାର) ବିଳମ୍ବିତ ରାତିରେ ପୁଣେର କଲ୍ୟାଣୀ ନଗର ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଏକ ପୋର୍ସେ କାର୍ ଧକ୍କାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଠିଯାଇ ଅନ୍ୟ ଏକ କାର୍ ଉପରେ କଚାଡ଼ି ହୋଇ ପଡିଥିଲେ।"

ଏହି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ହେଉଛନ୍ତି ଜଣେ ବିଲ୍ଡରଙ୍କ 17 ବର୍ଷୀୟ ପୁଅ। ତାଙ୍କୁ ପୁଲିସ ଗିରଫ କରିବାର 15 ଘଣ୍ଟା ପରେ ଏକ ତଳ କୋର୍ଟରୁ ବେଲ୍ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏକାଧିକ ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଦୁର୍ଘଟଣା ପୂର୍ବରୁ ପବରେ ମଦ ପିଉଥିବା ଦେଖିବାକୁ ମିଳିଥିଲା।

ଏହାପରେ ନାବାଳକଙ୍କୁ କାର୍ ଚଲାଇବାକୁ ଦେବା ଏବଂ ପବରେ ମଦ ଦେବା ଅଭିଯୋଗରେ ତାଙ୍କ ବାପା ଏବଂ ପବ୍ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୁଲିସ। ଏଥିସହ ନାବାଳକଙ୍କୁ ମଧ୍ୟ ବାଳ ସୁଧାର ଗୃହକୁ ପଠାଯାଇଛି। ଏହି ମାମଲା ବର୍ତ୍ତମାନ ବିଚାରାଧୀନ ଥିବା ବେଳେ ନାବାଳକ ଗାଡ଼ି ଚଳାଉନଥିଲେ ତାଙ୍କ ଡ୍ରାଇଭିଂ କରୁଥିଲେ ବୋଲି ପରିବାର ଲୋକ ଦାବି କରିଥିଲେ, ଯାହା ମିଛି ବୋଲି ପୁଲିସ କହିଛି।  

ପୁଣେ ପୁଲିସ ମୁଖ୍ୟ କହିଛନ୍ତି, "ସିସିଟିଭି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଅଭିଯୁକ୍ତ ନାବାଳକ ଘରୁ ବାହାରିବା ବେଳେ ନିଜେ ହିଁ କାର୍ ଡ୍ରାଇଭିଂ କରି ଯାଇଥିଲେ। ଯେଉଁମାନେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ଆମେ ସେମାନଙ୍କ ବିରୁଦ୍ଧରେ ଧାରା 201(ପ୍ରମାଣ ନଷ୍ଟ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।"

Pune Accident Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe