Advertisment

କୋଲକତା ପୁଲିସ୍‌ ବିରୋଧରେ ହାଇକୋର୍ଟ ଗଲେ ପରେଶ ରାୱଲ

ଏକ ନିର୍ବାଚନ ରାଲିରେ ବଙ୍ଗୀୟମାନଙ୍କୁ ଅସମ୍ମାନ କରିବା ପରି ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ପରେଶ ରାୱଲଙ୍କ ବିରୋଧରେ କୋଲକତା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Paresh Rawal

Paresh Rawal

କୋଲକତା ପୁଲିସ୍‌ ବିରୋଧରେ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡର ଭେଟରାନ ଅଭିନେତା ପରେଶ ରାୱଲ । ଏକ ନିର୍ବାଚନ ରାଲିରେ ବଙ୍ଗୀୟମାନଙ୍କୁ ଅସମ୍ମାନ କରିବା ପରି ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ପରେଶ ରାୱଲଙ୍କ ବିରୋଧରେ କୋଲକତା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା।

Advertisment

ଏପରିକି ଏହି ମାମଲାରେ ହାଜର ହେବା ନିମନ୍ତେ କୋଲକତା ପୁଲିସ୍‌ର ସମନ ସତ୍ତ୍ୱେ ରାୱଲ ହାଜର ହୋଇ ନ ଥିଲେ। ବରଂ ଏଥିନିମନ୍ତେ ସେ ଅଧିକ ସମୟ ମାଗିଥିଲେ। ଏବେ ସେ କୋଲକତା ପୁଲିସ୍‌ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକତା ହାଇକୋର୍ଟ ଜଷ୍ଟିସ୍‌ ରାଜ ଶେଖର ମନ୍ଥା ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ଗତ ବର୍ଷ ଗୁଜରାଟ ନିର୍ବାଚନ ପୂର୍ବରୁ ଭଲସାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ ରାୱଲ। ଏହି ସମୟରେ ସେ କହିଥିଲେ ଯେ “ଗ୍ୟାସ ଦର ଅଧିକ ରହିଛି। କିନ୍ତୁ ଦାମ ନିଶ୍ଚିତ ଭାବେ ହ୍ରାସ ପାଇବ। ଲୋକମାନେ ନିଯୁକ୍ତି ମଧ୍ୟ ପାଇବେ। କିନ୍ତୁ ଦିଲ୍ଲୀ ଭଳି ଆପଣମାନଙ୍କ ଚାରି ପାଖରେ ଯଦି ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ରହିବେ, ତା’ହେଲେ ଆପଣମାନେ କ’ଣ କରିବେ?

Advertisment

ଗ୍ୟାସ ସିଲଣ୍ଡର ନେଇ ଆପଣ କ’ଣ କରିବେ? କ’ଣ ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବେ? ଗୁଜରାଟ ଲୋକ ମହଙ୍ଗା ମାଡ଼କୁ ସହ୍ୟ କରିପାରିବେ। କିନ୍ତୁ ସେମାନେ ଯେଉଁ ଭଳି ବାକଯୁଦ୍ଧ କରୁଛନ୍ତି, ତା’କୁ କେବେ ହେଲେ ସହି ପାରିବେ ନାହିଁ। ସେମାନଙ୍କ ମଧ୍ୟରେ ଥିବା କେହି ଜଣେ ତାଙ୍କ ମୁହଁରେ ଡାଇପର ମାଡ଼ି ଦେବା ଦରକାର।”

ପରେଶଙ୍କ ଏହି ମନ୍ତବ୍ୟକୁ ନେଇ ସମଗ୍ର ଦେଶରେ ପ୍ରବଳ ହଙ୍ଗାମା ହୋଇଥିଲା। ଏପରିକି ତାଙ୍କୁ ବିଭିନ୍ନ ମହଲରେ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏହି ବିବାଦ କ୍ରମଶଃ ଘନୀଭୂତ ହେବାରୁ ଅଭିନେତାଜଣକ କ୍ଷମା ମଧ୍ୟ ମାଗିଥିଲେ। ସେପଟେ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ପରେଶ ରାୱଲଙ୍କ ବିରୋଓରେ ସାଂସଦ ମହମ୍ମଦ ସଲିମ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ କହିଥିଲେ, ପରେଶ ଜାଣିଶୁଣି ଶତ୍ରୁତାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପରେ ତ୍ରୁଣମୂଳ କଂଗ୍ରେସ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଜଣାଇଥିଲା। ଏହି ବିବାଦ ପରେଶଙ୍କ ପିଛା ଛାଡ଼ୁନି।

Paresh Rawal