Advertisment

ଆଜି ଦିନ ୧୧ଟାରେ ପରୀକ୍ଷା ପେ’ ଚର୍ଚ୍ଚା, ମୋଦିଙ୍କଠୁ ଟିପ୍ସ ନେବେ ୩୮ ଲକ୍ଷ ଛାତ୍ରଛାତ୍ରୀ

ଚଳିତ ବର୍ଷ ପ୍ରାୟ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପଞ୍ଜିକୃତ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ ଦୁଇଗୁଣ ଅଧିକ।

author-image
Niharika Rout
Image

Image

ବହୁ ପ୍ରତିକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରେ ଆୟୋଜିତ ହେବ । ଏହି ଅବସରରେ ଛାତ୍ରୀଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ କରିବେ ପ୍ରଧାନମନ୍ତ୍ରି ମୋଦି। ଆଜି ପୂର୍ବାହ୍ନ ୧୧ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ।

Advertisment

। ଚଳିତ ବର୍ଷ ପ୍ରାୟ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପଞ୍ଜିକୃତ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ ଦୁଇଗୁଣ ଅଧିକ। ସେଥିମଧ୍ୟରୁ ୧୬ ଲକ୍ଷ ପଞ୍ଜିକରଣ କେବଳ ବିଭିନ୍ନ ରାଜ୍ୟ ବୋର୍ଡରୁ ଆସିଛି। ଏହାବାଦ ଚଳିତ ବର୍ଷ ୧୫୫ ଦେଶର ଛାତ୍ରଛାତ୍ରୀଙ୍କ ନାମ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଛି। ଆଜି କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମରେ ପ୍ରାୟ ୨ ହଜାର ଛାତ୍ର ଉପସ୍ଥିତ ରହିବେ। ଅନ୍ୟ ପ୍ରାର୍ଥୀମାନେ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ପରିକ୍ଷା ପେ ଚର୍ଚ୍ଚା ଏହାର ଏକ ନିଆରା କାର୍ଯ୍ୟକ୍ରମ, ଯାହା ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ ଆୟୋଜିତ ହୋଇଥାଏ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଶିଶୁ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ।

Advertisment

ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରି ତାଙ୍କ ମାନସିକ ଚାପକୁ କମ୍‌ କରିବାକୁ ଆଜି ଉଦ୍ୟମ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଶିକ୍ଷା ମନ୍ତ୍ରଣାଳୟର ଟ୍ୱିଟର, ଫେସବୁକ୍ ଏବଂ ୟୁ ଟ୍ୟୁବରେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସିଧା ପ୍ରସାରଣ ହେବ। ଶିକ୍ଷା ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍, education.gov.inରେ ଲାଇଭ୍ ପ୍ରସାରଣ ପାଇଁ ଲିଙ୍କ୍ ଅଛି । ପରୀକ୍ଷା ପେ ଚର୍ଚ୍ଚା (ପିପିସି 2023) ପ୍ରତିଯୋଗିତାର ବିଜେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପିଏମ ମୋଦିଙ୍କ ଏହି ପଦକ୍ଷେପ ପିଲାମାନଙ୍କ ମଧ୍ୟରେ ପରୀକ୍ଷା ଚାପ ହ୍ରାସ କରିବାରେ ସହାୟକ ହେଉଛି। ପରୀକ୍ଷା ପେ ଚର୍ଚ୍ଚା (ପିପିସି) ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଚଳିତ ବର୍ଷ ପିପିସି ପାଇଁ ପ୍ରାୟ ୩୮.୮୦ ଲକ୍ଷ ପଞ୍ଜିକରଣ ହୋଇଛି ଯାହା ଗତ ବର୍ଷର ପଞ୍ଜିକରଣର ଦୁଇଗୁଣରୁ ଅଧିକ । ତେଣୁ ଏଥିରେ ଏକ ବିରାଟ ପରିବର୍ତ୍ତନ ଅନୁଭୂତ ହୋଇଛି ବୋଲି ସେ କହିଛନ୍ତି।

 ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚଳିତ ବର୍ଷ ପରିକ୍ଷା ପେ ଚର୍ଚ୍ଚାରେ ଆଲୋଚନା ନିମନ୍ତେ ୨୦ ଲକ୍ଷରୁ ଅଧିକ ପ୍ରଶ୍ନ ଆସିଛି, ଯାହା NCERT ଦ୍ୱାରା ସର୍ଟଲିଷ୍ଟ କରାଯାଇଛି । ପ୍ରଶ୍ନଗୁଡିକ ଚାପ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ତଥା ପାରିବାରିକ ଚାପ ସହ ଜଡିତ ।

ଆଜିର ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ କଳା ଉତ୍ସବ ପ୍ରତିଯୋଗିତାର ୮୦ ବିଜେତା ଏବଂ ସମଗ୍ର ଦେଶର ୧୦୨ ଛାତ୍ର ଏବଂ ଶିକ୍ଷକ ବିଶେଷ ଅତିଥି ଭାବେ ଯୋଗ ଦେବେ।

Narendra Modi