Advertisment

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ

ଶିଖ ରୀତିନୀତି ଓ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରକାଶ ସିଂହ ବାଦଲଙ୍କ ପୁଅ ତଥା ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମୁଖାଗ୍ନି ଦେଇ ବାପାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି।

Parkash Singh Badal

Parkash Singh Badal

Advertisment

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଆଜି ତାଙ୍କ ପୈତୃକ ଗାଁ ମୁକ୍ତସର ଜିଲ୍ଲାରେ ଅନ୍ତିମ ବିଦାୟ ଦିଆଯାଇଛି। ହଜାର ହଜାର ଲୋକ ଓ ବିଭିନ୍ନ ଦଳର ନେତାଙ୍କ ଉପସ୍ଥିତିରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଅକାଳୀ ଦଳର ବରିଷ୍ଠ ନେତା ତଥା ୫ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂହ ବାଦଲ।

Advertisment

ଶିଖ ରୀତିନୀତି ଓ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରକାଶ ସିଂହ ବାଦଲଙ୍କ ପୁଅ ତଥା ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମୁଖାଗ୍ନି ଦେଇ ବାପାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି।

ଆଜି ବାଦଲଙ୍କ ପାର୍ଥିବ ଶରୀରକୁ ତାଙ୍କ ପୈତୃକ ବାସଭବନରୁ ପ୍ରାୟ ୧ କିମି ଦୂରରେ ଥିବା ଗୋଟିଏ ଖୋଲା ସ୍ଥାନକୁ ନିଆଯାଇଥିଲା। ଫୁଲରେ ସଜ୍ଜିତ ଗୋଟିଏ ଗାଡ଼ିରେ ପୁଅ ସୁଖବୀନ୍ଦର ଓ ପରିବାର ଲୋକ ଉପସ୍ଥିତ ରହି ବାଦଲଙ୍କ ପାର୍ଥିବ ଶରୀରକୁ ସେଠାକୁ ନେଇଥିଲେ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ବିଜେପି ମୁଖ୍ୟ ଜେପି ନଡ୍ଡା, ଏନସିପି ମୁଖ୍ୟ ଶରଦ ପାୱାର ଓ ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲାଙ୍କ ଭଳି ନେତା ବାଦଲଙ୍କ ଗାଁରେ ପହଞ୍ଚି ଶେଷଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ ବିଜେପି ନେତା ତରୁଣ ସି, ହରିଆଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌, ରାଜ୍ୟପାଳ ବନୱାରିଲାଲ ପୁରୋହିତ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦା ସିଂହ ହୁଡ୍ଡା, କଂଗ୍ରେସ ନେତା ଦୀପେନ୍ଦର ହୁଡ୍ଡା, ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା, ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଂ ଓ ପୂର୍ବତନ ମନ୍ତ୍ରୀ ସୁଖଜିନ୍ଦର ସିଂହ ପ୍ରମୁଖ ବାଦଲଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ରହିଥିଲେ। ଅନ୍ତିମ ଦର୍ଶନ ଓ ସଂସ୍କାର ବେଳେ ପ୍ରବଳ ଭିଡ଼ ଜମିଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ୍ଷ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଆଜି ସକାଳେ ବାଦଲଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ରଖାଯାଇଥିଲା। ଲୋକମାନେ ଧାଡ଼ିରେ ଆସି ନିଜ ପ୍ରିୟ ନେତାଙ୍କୁ ଶେଷଥର ପାଇଁ ଦେଖିଥିଲେ।

Punjab PRAKASH SINGH BADAL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe