Advertisment

ମଣିପୁର ଲଜ୍ଜା: ସଂସଦରେ ଅଚଳାବସ୍ଥା, ଅଲୋଚନା ପାଇଁ ବିରୋଧୀଙ୍କ ଦାବି

ମଣିପୁର ଲଜ୍ଜାକୁ ନେଇ ସଡ଼କରୁ ସଂସଦ ଯାଏଁ ଝଡ଼ ଥମିବାର ନାଁ ନେଉନାହିଁ।

ଅଦ୍ୟତନ ହୋଇଛି
Rajya Sabha proceedings were adjourned

Rajya Sabha proceedings were adjourned

Advertisment

ମଣିପୁର ଲଜ୍ଜାକୁ ନେଇ ସଡ଼କରୁ ସଂସଦ ଯାଏଁ ଝଡ଼ ଥମିବାର ନାଁ ନେଉନାହିଁ। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ଆଜି ଏହି ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

Advertisment

ବିରୋଧୀ ସରକାରଙ୍କୁ ଘେରି ଆଲୋଚନା ପାଇଁ ଦାବି କରିଛନ୍ତି। ସରକାର ବି ଆଲୋଚନା ପାଇଁ ରାଜି ଥିବା କହିଛନ୍ତି। ହେଲେ କେଉଁ ରୁଲ ଅନୁଯାୟୀ ଆଲୋଚନା ହେବ ହେବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ଦେଖାଦେଇଛି। ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ  ଇମ୍ଫାଲରୁ ଦିଲ୍ଲୀ ଯାଏଁ ଜୋର ଧରିଲାଣି ଉଚ୍ଚସ୍ତରୀୟ ତଦନ୍ତ ଦାବି।

ଲୋକସଭାରେ ପ୍ରଶ୍ନ କାଳରେ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସଙ୍ଗରେ ଜବାବ ରଖିଥିଲେ। ହେଲେ ବିରୋଧୀ ସଦସ୍ୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ହୋହଲ୍ଲା ଜାରି ରଖିଥିଲେ। ଏପରିକି କିଛି ସଦସ୍ୟ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ।  ଫଳରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିବାକୁ ପଡିଥିଲା।  ସେହିଭଳି ରାଜ୍ୟସଭାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା, ଗୃଉହ ଏକାଧିକବାର ମୁଲତବୀ ରହିଥିଲା। 

Advertisment

ସାରା ଦେଶକୁ ସ୍ତବଧ କରିଥିବା ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ଦାବି କରୁଛନ୍ତି ବିରୋଧୀ, ସରକାର ବି କହିଛନ୍ତି ଆଲୋଚନା ପାଇଁ ସେମାନେ ପ୍ରସ୍ତୁତ। ହେଲେ କେଉଁ ଆଧାରରେ ଆଲୋଚନା ହେବ, ତାକୁ ନେଇ ଦେଖାଦେଇଛି ମତପାର୍ଥ୍ୟକ।

ବିରୋଧୀଙ୍କ ଦାବି ହେଲା, ଗୃହର ସମସ୍ତ କାର୍ଯ୍ୟକୁ ଦିନକ ପାଇଁ ବାତିଲ କରାଯାଉ ଏବଂ ମଣିପୁର ପ୍ରସଙ୍ଗରେ ରୁଲ୍ ୨୬୭ ରେ ଆଲୋଚନା କରାଯାଉ। ଏହି ରୁଲ୍ ଅନୁସାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଗୃହର ଅଧ୍ୟକ୍ଷଙ୍କ ଅନୁମତିରେ ବାତିଲ କରିପାରିବେ। ଫଳରେ ମଣିପୁର ପ୍ରସଙ୍ଗରେ ଅଧିକ ଆଲୋଚନା ହୋଇପାରିବ। ତେଣୁ ଏହି ରୁଲ୍ ଅନୁସାରେ ଆଲୋଚନା ପାଇଁ ବିରୋଧୀ ଦଳର ଅନେକ ସାଂସଦ ନୋଟିସ୍ ଦେଇଛନ୍ତି।

ଅପରପକ୍ଷରେ ସରକାରଙ୍କ ଯୁକ୍ତି ହେଉଛି ମଣିପୁର ପ୍ରସଙ୍ଗରେ ଗୃହରେ ରୁଲ୍ ୧୭୬ ଅନୁସାରେ ଆଲୋଚନା ହେଉ । ଏହି ରୁଲ ଅନୁଯାୟୀ ମାତ୍ର ଅଢ଼େଇ ଘଣ୍ଟା ଯାଏ ଆଲୋଚନା ହୋଇପାରିବ। କୌଣସି ବିଧିବଦ୍ଧ ମୋସନ ବା ଭୋଟିଂ କରାଯାଇପାରିବ ନାହିଁ । ତେଣୁ ଏହି ରୁଲ୍ ଅନୁସାରେ ଅଳ୍ପ ସମୟ ଆଲୋଚନା କରିବାକୁ ଚାହୁଁଛନ୍ତି ସରକାର।

ମଣିପୁର ଘଟଣାରେ ୪ ଜଣ ଅଭିଯୁକ୍ତ ଏଯାଏଁ ଗିରଫ ହୋଇଥିବାବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଜୋର ଧରିଛି ଦାବିା  ଏ ଭିତରେ ମୁଖ୍ୟ ଅଭିଯୁକ୍ତର ଘରକୁ ଲୋକେ ଜାଳି ଦେଇଛନ୍ତି।  ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମିଳିବା ପରେ ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ମହିଳା ଏକତ୍ର ହୋଇ ଥୌବାଲ୍  ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍  ଗ୍ରାମରେ ମୁଖ୍ୟ ଅଭିଯୁକ୍ତ ହୁଇରେମ୍  ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।

Parliament Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe