Advertisment

ଆଜି ଆସିବ ସାଧାରଣ ବଜେଟ୍‌

ଲୋକସଭା ନିର୍ବାଚନ ଦେଶରେ ଆସନ୍ତା ବର୍ଷ ଏପ୍ରିଲ୍-ମେ’ରେ ଅନୁଷ୍ଠିତ ହେବ। ତେଣୁ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।

author-image
Niharika Rout
ଅଦ୍ୟତନ ହୋଇଛି
Budget

Budget

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଲୋକସଭା ନିର୍ବାଚନ ଦେଶରେ ଆସନ୍ତା ବର୍ଷ ଏପ୍ରିଲ୍-ମେ’ରେ ଅନୁଷ୍ଠିତ ହେବ। ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ ଏହି ବଜେଟ୍‌ରେ ସବୁ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରାଯିବ ବୋଲି ଆଶା କରାଯାଉଛି।

Advertisment

ଚଳିତ ବର୍ଷ ବଜେଟରେ ସରକାର ଆର୍ଥିକ ଦୃଢୀକରଣ ଯୋଜନା ଉପରେ ଜୋର୍‌ ଦେବା ସହ ଦୀର୍ଘ ମିଆଦି ଅଭିବୃଦ୍ଧି ଲାଗି ବଜେଟରେ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି।

ଚଳିତ ବର୍ଷର ବଜେଟ୍ ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୬ ପର୍ଯ୍ୟନ୍ତ ୨୭ଟି ବୈଠକ ଅନୁଷ୍ଠିତ ହେବ । । ଯେଉଁଥିରେ ବଜେଟ୍ କାଗଜପତ୍ର ଯାଞ୍ଚ ପାଇଁ ଏକ ମାସର ବିରତି ରହିବ। ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ ରେ ଶେଷ ହେବ । ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ରେ ଶେଷ ହେବ।

Advertisment

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୮ଟା୪୦ ମିନିଟ୍‌ଆ ନିଜ ବାସଭବନରୁ ବାହାରି ସକାଳ ୯ଟାରେ ନର୍ବ ବ୍ଲକରେ ପହଞ୍ଚିବେ। ସେଠାରେ କିଛି ସମୟ ରହିବେ ପରେ ସକାଳ ୯ଟା ୨୦ରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ। ସେଠାରୁ ବାହାରି ପୂର୍ବାହ୍ନ ୧୦ଟାରେ ସଂସଦରେ ପହଞ୍ଚିବେ । ୧୦ଟା୧୫ରେ କ୍ୟାବିନେଟ ବୈଠକ ବସିବ, ଯେଉଁଠାରେ ବଜେଟ୍‌କୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ପୂର୍ବାହ୍ନ ୧୧ଟାରେ ଲୋକସଭାରେ ସୀତାରମଣଙ୍କ ବଜେଟ୍‌ ଅଭିଭାଷଣ ଆରମ୍ଭ ହେବ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ମଙ୍ଗଳବାର ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ତା’ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ। ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ କୋଭିଡ ମହାମାରୀରୁ ଭାରତର ଆର୍ଥିକ ପନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି । ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତି ୬ % ପ୍ରତିଶତରୁ ୬.୮% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତ ଦୁଇଟି କେନ୍ଦ୍ରୀୟ ବଜେଟ୍ ପରି ଚଳିତ ବର୍ଷର ବଜେଟ୍ ମଧ୍ୟ ପେପରଲେସ୍‌ ଢଙ୍ଗରେ ଉପସ୍ଥାପିତ ହେବ।