Advertisment

ମୋଦିଙ୍କ ନେତୃତ୍ୱ ବିନା ସମ୍ଭବ ନଥିଲା ରାମ ମନ୍ଦିର: ଅମିତ ଶାହ

ରାମ ମନ୍ଦିର ଐତିହାସିକ ନିର୍ମାଣ ଏବଂ ରାମଲଲାର ପ୍ରାଣ ପ୍ରତିଷ୍ଠା ଉପରେ ଲକୋସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ଏଭଳି କିଛି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Amit Shah

Amit Shah

Advertisment

ଜାନୁଆରୀ ୨୨ ଥିଲା ସାରା ଦେଶ ପାଇଁ ଏକ ଐତିହାସିକ ଦିନ। ୧୦ ହଜାର ବର୍ଷ ଯାଏଁ ଏହି ଦିନଟି ଇତିହାସରେ ସୁବର୍ଣ୍ଣ ଅକ୍ଷରେ ଲିଖିତ ରହିବ। ଏହି ଦିନ ଏକ ଲମ୍ବା ସଂଘର୍ଷର ବିଜୟ ହୋଇଛି। ଏହି ଦିନ ହିଁ ସମସ୍ତ ରାମ ଭକ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇଥିଲା। ଯେଉଁମାନେ ରାମ ବିନା ଭାରତକୁ କଳ୍ପନା କରନ୍ତି ସେମାନେ ଭାରତ କ’ଣ ଜାଣନ୍ତି ନାହିଁ। ରାମ ମନ୍ଦିର ଐତିହାସିକ ନିର୍ମାଣ ଏବଂ ରାମଲଲାର ପ୍ରାଣ ପ୍ରତିଷ୍ଠା ଉପରେ ଲକୋସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ଏଭଳି କିଛି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Advertisment

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନା ନେତୃତ୍ୱ ରାମ ମନ୍ଦିର ନିର୍ମାଣ ସମ୍ଭବ ନଥିଲା। ୧୫୨୮ରୁ ଆରମ୍ଭ ହୋଇଥିବା ଏକ ଆନ୍ଦୋଳନ ଶେଷରେ ଜାନୁଆରୀ ୨୨ ତାରିଖରେ ସମାପ୍ତ ହୋଇଛି। ୧୫୨୮ ପରଠାରୁ ପ୍ରତ୍ୟେକ ପିଢ଼ି ଏହି ଆନ୍ଦୋଳନର ପ୍ରତ୍ୟେକ ରୂପ ଦେଖିଛନ୍ତି। ଏହି ପ୍ରୟାସ ଦୀର୍ଘଦିନ ଧରି ଅଟକି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏହି ସ୍ୱପ୍ନ ପୂରଣ ହୋଇଛି। ଆମେ କେବଳ ପ୍ରତିଶ୍ରୁତି ଦେଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଆଜି ଦେଶ ତା'ର ପ୍ରମାଣ ପାଇଛି।

ରାମ କୌଣସି ବ୍ୟକ୍ତି ନୁହନ୍ତି ସେ କୋଟି କୋଟି ଲୋଙ୍କ ଆଦର୍ଶ। ରାମ ରାଜ୍ୟ କୌଣସି ଗୋଟିଏ ଧର୍ମର ନୁହେଁ। ରାମଙ୍କ ରାଜ୍ୟ କିପରି ହେବା ଉଚିତ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ରାମ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅଛନ୍ତି। ରାମ କେବଳ ଆମର ନୁହେଁ, ରାମ ଆମ ସମସ୍ତଙ୍କର ଅଟନ୍ତି ବୋଲି କହିଛନ୍ତି ଶାହ।

Advertisment

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ୧୧ ଦିନ ଉପବାସ ରଖିଥିଲେ। ସାଧୁ ସନ୍ଥଙ୍କ ପରାମର୍ଶରେ ସେ ଏହି ଉପବାସ କରିଥିଲେ, ଯାହା ସମଗ୍ର ବିଶ୍ୱ ପାଇଁ ଉଦାହରଣ। ଏହି ୧୧ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ମନ୍ଦିର ପରିଦର୍ଶନ କରିଥିଲେ। ଯେତେବେଳେ ସମର୍ପଣର ସମୟ ଆସିଲା, ପ୍ରଧାନମନ୍ତ୍ରୀ ମୋଦି କୌଣସି ରାଜନୈତିକ ସ୍ଲୋଗାନ ଦେଇନ ଥିଲେ। ବରଂ ରାମ ଭଜନ ମାଧ୍ୟମରେ ଦେଶରେ ଏକ ଭକ୍ତି ଆନ୍ଦୋଳନ ସୃଷ୍ଟି କରିଥିଲେ ବୋଲି ଲୋକସଭାରେ କହିଛନ୍ତି ଅମିତ ଶାହ।

PM Modi Ram Mandir Amit Shah Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe