Advertisment

ଫେବ୍ରୁଆରୀ ୧ରେ କାମଚଳା ବଜେଟ୍‌

ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ।

ଅଦ୍ୟତନ ହୋଇଛି
Budget-2024

Budget-2024

Advertisment

ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେବ୍ରୁଆରୀ ୧ ତାରିଖରେ ଆଗତ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ।

Advertisment

ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ୯ ଫେବ୍ରୁଆରୀ ଯାଏଁ ଏହି ଆଧିବେଶ ଚାଲିବ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏହି ମଧ୍ୟବର୍ତ୍ତୀ ବଜେଟରେ ଅନେକ ବଡ଼ ଘୋଷଣା ହୋଇପାରେ। ମହିଳା ଏବଂ କୃଷକଙ୍କ ସହ ଜଡିତ ବଡ ଘୋଷଣା କରିପାରନ୍ତି ସରକାର। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷକମାନଙ୍କୁ ଦିଆଯାଇଥିବା କିସାନ୍ ସାମନ୍ ନିଧି ଦ୍ୱିଗୁଣିତ କରିବାକୁ ସରକାର ଏକ ପ୍ରସ୍ତାବ ଆଣିପାରନ୍ତି।

Advertisment

ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୪ ତାରିଖଣେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ଏହି ଅଧିବେଶନକୁ ନିର୍ଦ୍ଧାରିତ ସମୟର ଦିନକୁ ପୂର୍ବରୁ ସମାପ୍ତ କରିବାକୁ ପଡିଥିଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଯୋଗୁ ବାଚସ୍ପତି ଅନେକ ବିରୋଧୀ ଦଳର ସାଂଦଦଙ୍କୁ ନିଲମ୍ବିତ କରିଥିଲେ। ଏହି ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହି ସମୟରେ ସରକାର ଅପରାଧ ଏବଂ ନ୍ୟାୟ ସହ ଜଡିତ ନୂତନ ବିଲ୍ ପାରିତ କରିଥିଲେ।

Budget 2024 Parliament Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe