ନୂଆ ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ; ଶ୍ରେଷ୍ଠ ଭାରତ ସଙ୍କଳ୍ପ ପାଇଁ ଆହ୍ୱାନ ଦେଲେ

ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ନୂଆ ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ।

  • Published: Wednesday, 31 January 2024
  • , Updated: 31 January 2024, 12:37 PM IST

ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ।  ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ।  ସଂସଦରେ ଆସନ୍ତାକାଲି କାମଚଳା ବଜେଟ୍ ଉପସ୍ଥାପିତ ହେବ ।

ଏହା ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଯାହା କହିଛନ୍ତି ତାହାକୁ ଚୁମ୍ବକରେ ପଢ଼ନ୍ତୁ ।

*ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ

*ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ

*ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି

*୭୦ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ହୋଇଛି

*ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି

*ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର

*ଐତିହାସିକ ଜି-୨୦ ସମ୍ମିଳନୀ ଆଯୋଜନ କରିଛି

*ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଶହେ ପଦକ ଜିତିଛି ଭାରତ

*ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି  

*ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି

*୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି

*୨୫ କୋଟି ଦେଶବାସୀ ଦାରିଦ୍ର୍ୟରୁ ବାହାରିଛନ୍ତି

*୧ କୋଟି ୪୦ ଲକ୍ଷ ଲୋକ GST ଦେଉଛନ୍ତି

*୮ କୋଟି ଲୋକ ITR ଦାଖଲ କରୁଛନ୍ତି- ରାଷ୍ଟ୍ରପତି

*ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ

*ପୂର୍ବ ତୁଳନାରେ FDI ଦୁଇ ଗୁଣା ହୋଇଛି

*ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ

*ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର

*ଆଜି ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ବ୍ୟବସ୍ଥା କାମ କରୁଛି

*ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି

*ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଲଗାତାର ସୁଧାର

*MSMEର ପରିଭାଷା ବିସ୍ତାରିତ, ୫ ଲକ୍ଷ କୋଟିର ଗ୍ୟାରେଣ୍ଟି

*ଡିଜିଟାଲ୍ ଇଣ୍ଡିଆ ଭାରତର ବଡ଼ ଉପଲବ୍ଧି

*ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି

*ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି

*ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି

*୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି

*୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି

*୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି

*ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର

*୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି

*କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି

*ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି

*ଯୁବକ, ନାରୀ, ଚାଷୀ, ଗରିବ ବିକଶିତ ଭାରତର ୪ଟି ସ୍ତମ୍ଭ

*ଉଜ୍ଜ୍ବଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି

*୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି

* ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି

*୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି

*୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି

* ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି

*ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି 

* ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି

* ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି

*MSP ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି

* MSP ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି

*ହଜାରେ ଆଦିବାସୀ ଗାଁକୁ ପ୍ରଥମ କରି ବିଜୁଳି ଓ 4G ସଂଯୋଗ

* ଆଦିବାସୀଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ସଂଗ୍ରହାଳୟ ହୋଇଛି

* ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି

* ଫୁଟପାଥ ଲୋକଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ହୋଇଛି

* ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

* ସାରା ଦେଶରେ ନକ୍ସଲବାଦ କମିଛି 

* ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ

* ସୀମାନ୍ତ ଗାଁକୁ ଶେଷ ନୁହେଁ, ପ୍ରଥମ ଗାଁ ଭାବେ ଦେଖୁଛୁ

* ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବାସୀଙ୍କ ଆସ୍ଥା ବଢ଼ିଛି

* ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତ ଗତିରେ ଆଗେଇଛି

* ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ

* ଜମ୍ମୁ କଶ୍ମୀରରେ ଶାନ୍ତି ଫେରିଛି 

* ମେକ୍‌ ଇନ୍ ଇଣ୍ଡିଆ ଗ୍ଲୋବାଲ୍ ବ୍ରାଣ୍ଡ୍ ପାଲଟିଛି

*ଦେଶରେ ବିଦ୍ୟୁତଚାଳିତ ଗାଡ଼ି ନିର୍ମାଣ ହେଉଛି

*୧୦ ବର୍ଷରେ ୧୧ ନୂଆ ସୋଲାର ପାର୍କ ନିର୍ମାଣ ହୋଇଛି

*ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି

*ଖୁବଶୀଘ୍ର ଗଗନଯାନ ମହାକାଶକୁ ଯିବ

* ଡିଜିଟାଲ ଇଣ୍ଡିଆ ଜରିଆରେ ବହୁସଂଖ୍ୟକ ଯୁବକଙ୍କୁ ନିଯୁକ୍ତି ମିଳିବ

* କୃଷି, ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ AIକୁ କାର୍ଯ୍ୟରେ ଲଗାଯିବ

* ମୋ ସରକାର କାଳରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି

* ନାମଲେଖାରେ ଆଦିବାସୀ, ଓବିସିଙ୍କ ସଂଖ୍ୟା ବଢ଼ିଛି

* ୧୦ ବର୍ଷରେ ୧୬ ଏମ୍‌ସ, ୩୫୦ ମେଡିକାଲ କଲେଜ ହୋଇଛି

* MBBS ନାମଲେଖା ସିଟ୍ ସଂଖ୍ୟା ଦୁଇ ଗୁଣା ହୋଇଛି

* ନର୍ଥ ଇଷ୍ଟରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି

* ତୀର୍ଥ ଓ ଐତିହାସିକ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି

* ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୫ ଦିନରେ ୧୩ ଲକ୍ଷ ଶ୍ରଦ୍ଧାଳୁ ଯାଇଛନ୍ତି 

* ବିଗତ ଋତୁରେ କାଶୀକୁ ୮.୫ କୋଟି, ମହାକାଳୀ ୫ କୋଟି ଦର୍ଶନ

*କ୍ରୀଡ଼ା କ୍ଷେତ୍ରରେ ଭାରତର ସାମର୍ଥ୍ୟ ବଖାଣିଲେ ରାଷ୍ଟ୍ରପତି

* କୋଭିଡରେ ଭାରତ ବିଶ୍ୱ ମିତ୍ରର ଭୂମିକା ତୁଲାଇଛି

* G-20 ଅଧ୍ୟକ୍ଷତା ଏହାର ଉଦହାରଣ 

* ଦେଶବ୍ୟାପୀ ଏହାର ଆୟୋଜନର ପ୍ରଶଂସା ସାଉଁଟିଛି 

* ଏଥିସହ ଦିଲ୍ଲୀ ଘୋଷଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି

* ପ୍ରଥମ କରି ଆଫ୍ରିକୀୟ ରାଷ୍ଟ୍ର ସଂଘକୁ ସାମିଲ୍ କରାଯାଇଛି 

* ଆତଙ୍କବାଦ ବିରୋଧରେ ଭାରତର ଅଭିଯାନକୁ ସମସ୍ତଙ୍କ ତାରିଫ୍

* ବିଶ୍ୱର ଯେକୌଣସି ସଙ୍କଟ ଦୂର ପାଇଁ ଭାରତ ଅଗ୍ରସର

* ଯୋଗ, ପ୍ରାଣାୟାମକୁ ସାରା ବିଶ୍ୱରେ ପହଞ୍ଚାଇଛି ଭାରତ 

* UNର ୧୩୫ ରାଷ୍ଟ୍ର ମିଳିତ ଭାବେ ଯୋଗ କରିଛନ୍ତି

*  ଦଶନ୍ଧିର ପ୍ରତୀକ୍ଷା ପରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ

* ଏହା କୋଟି କୋଟି ଭାରତୀୟଙ୍କ ଆସ୍ଥା

* ରାମ ମନ୍ଦିର ସ୍ୱପ୍ନ ବାସ୍ତବ ରୂପ ନେଇଛି

* ଆସ୍ଥାର ଉତ୍ସବ ପୂରା ଉତ୍ସାହର ସହ ପାଳନ ହେଲା 

* ଜାନୁଆରୀ ୨୨ ଏକ ଐତିହାସିକ ଦିନ ହୋଇ ରହିବ

* ପ୍ରାଣ ପ୍ରତିଷ୍ଠା ପରେ ୫ ଦିନରେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ରାମ ମନ୍ଦିର ଯାଇଛନ୍ତି

 

Related story