Advertisment

ସଂସଦରେ ସ୍ମୋକ ଆଟାକ୍‌ ଘଟଣା: ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ ।

author-image
Niharika Rout
Lalit Jha

Lalit Jha

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ ।

Advertisment

ଦିଲ୍ଲୀ ପୁଲିସ୍‌ର ତନାଘନା ପରେ ଲଳିତ ଝା ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲଳିତଙ୍କୁ ଗିରଫ କରିଛି ପୁଲିସ୍ । ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି।

ସଂସଦ ଭିତରେ ଗ୍ୟାସ୍‌ ସ୍ପ୍ରେ ଘଟଣା ପରଠୁ ଫେରାର୍ ଥିଲେ ଲଳିତ ଝା । ତାଙ୍କୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ତାଙ୍କ ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି।

Advertisment

ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲେ । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲେ ।

ପାର୍ଲାମେଣ୍ଟ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ପଶ୍ଚିମବଙ୍ଗ ବାସିନ୍ଦା ହୋଇଥିବାରୁ ତାଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗରେ ବି ଚାଲିଥିଲା ଛାନଭିନ୍ । ହାଲିସହର ବାସିନ୍ଦା ନୀଳାକ୍ଷ ଆଇଚ ସହ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ଫୋନରେ କଥା ହେବା ସହିତ, ବାରାକପୁର ପୁଲିସ କମିଶନରେଟର ଗୁଇନ୍ଦା ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ ।

କୁହାଯାଉଛି ଯେ, କଲେଜ ଛାତ୍ର ନୀଳାକ୍ଷ କୋଲକାତା ସେଣ୍ଟ୍ରାଲ ଆଭେନ୍ୟୁରେ ଚଳିତ ବର୍ଷ ଏପ୍ରିଲରେ ଲଳିତ ଝାଙ୍କ ଭେଟିଥିଲେ । ବୁଧବାର ଲଳିତ ନୀଳାକ୍ଷଙ୍କ ହ୍ୱାଟସଆପକୁ ପାର୍ଲାମେଣ୍ଟରେ ଧୂଆଁ ଛାଡ଼ିବାର ଏକ ଭିଡିଓ ପଠାଇବା ସହିତ ଜୟ ହିନ୍ଦ ବୋଲି ଲେଖିଥିଲେ ।

Lok Sabha Session Parliament Parliament Security Breach