Advertisment

ସଂସଦ ସୁରକ୍ଷାରେ ତ୍ରୁଟି ମାମଲା: ୭ଟି ସ୍ମୋକ୍‌ କେନ୍‌ ନେଇ ପହଞ୍ଚିଥିଲା ଅଭିଯୁକ୍ତ

ଅଭିଯୁକ୍ତ ଜଣକ ନିଜ ସହ ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗେ ୭ଟି ସ୍ମୋକ୍‌ କେନ୍‌ ଧରି ସଂସଦ ଭିତରେ ପ୍ରବେଶ କରିଥିଲା। ଏହି ସ୍ମୋକ୍‌ କେନ୍‌ ଜରିଆରେ ହିଁ ଲୋକସଭାରେ ହଳଦିଆ ଧୂଆଁ ବ୍ୟାପିଥିବା ପୁଲିସ ତଦନ୍ତରୁ ଜଣାପଡିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
parliament security lapse

parliament security lapse

ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମାମଲାରେ ଏକ ନୂଆ ଖୁଲାସା ହୋଇଛି। ସଂସଦରେ ବଡ଼ ଧରଣର ହମଲା କରିବା ଉଦ୍ଦେଶ୍ୟରେ ସ୍ମୋକ୍‌ କେନ୍‌ର ବ୍ୟବହାର ହୋଇଥିଲା। ତେବେ ଅଭିଯୁକ୍ତ ଜଣକ ନିଜ ସହ ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗେ ୭ଟି ସ୍ମୋକ୍‌ କେନ୍‌ ଧରି ସଂସଦ ଭିତରେ ପ୍ରବେଶ କରିଥିଲା। ଏହି ସ୍ମୋକ୍‌ କେନ୍‌ ଜରିଆରେ ହିଁ ଲୋକସଭାରେ ହଳଦିଆ ଧୂଆଁ ବ୍ୟାପିଥିବା ପୁଲିସ ତଦନ୍ତରୁ ଜଣାପଡିଛି।

Advertisment

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଗୁଗୁଲ ବ୍ୟବହାର କରି ସଂସଦ ଗୃହ ଆଖପାଖ ଅଞ୍ଚଳ ସର୍ଚ୍ଚ କରିଥିଲା। କେବଳ ସେତିକି ନୁହେଁ ସଂସଦର ସୁରକ୍ଷା ସମ୍ପର୍କରେ ପୁରୁଣା ଭିଡିଓକୁ ମଧ୍ୟ ସର୍ଚ୍ଚ କରିଥିଲା ଅଭିଯୁକ୍ତ। ପୁଲିସ ଠାରୁ ବର୍ତ୍ତିବା ପାଇଁ କିପରି ସେଫ୍‌ ଚାଟ୍ କରାଯାଏ ତାହା ମଧ୍ୟ ସର୍ଚ୍ଚ କରିଥଇଲା ଯେପରି ଧରା ନ ପଡିବେ ସେଥିପାଇଁ ସମସ୍ତ ଅଭିଯୁକ୍ତ ସିଗନାଲ୍ ଆପରେ ପରସ୍ପର ସହ କଥା ହେଉଥିଲେ।

ଏହି ପୂରା ମାମଲାରେ ଲଲିତ ଝା ନିଜକୁ ମାଷ୍ଟରମାଇଣ୍ଡ ବୋଲି କହୁଛି। ତା'ର ସବୁଠାରୁ ବଡ ଉଦ୍ଦେଶ୍ୟ ଥିଲା ଗଣମାଧ୍ୟମରେ ତାଙ୍କର ପ୍ରଭାବ ପ୍ରମାଣ କରିବା। ତେଣୁ ସେ ଶୀତ ଅଧିବେଶନ ଚାଲିଥିବା ବେଳେ ସଂସଦରେ ପ୍ରବେଶ କରିବାକୁ ଯୋଜନା କରିଥିଲା। ଏହା ପୂର୍ବରୁ ଶୁକ୍ରବାର ଦିଲ୍ଲୀ ପୁଲିସ ଏକ ସ୍ଥାନୀୟ କୋର୍ଟକୁ କହିଛି ଯେ ସଂସଦର ସୁରକ୍ଷା ତ୍ରୁଟି ଅଭିଯୋଗରେ ଗିରଫ ହୋଇଥିବା ଲଲିତ ଝା ପୂରା ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ। ସେ ଏବଂ ଅନ୍ୟ ଅଭିଯୁକ୍ତମାନେ ଦେଶରେ ଅରାଜକତା ବିସ୍ତାର କରିବାକୁ ଚାହୁଁଛନ୍ତି। ଏହା ଦ୍ୱାରା ସେମାନେ ସାରକାରଙ୍କୁ ନିଜ ଦାବି ପୂରଣ କରିବାକୁ ଚାପ ପକାଇ ପାରିବେ।

Advertisment

ଡିସେମ୍ବର ୧୩ରେ ଘଟିଥିବା ଘଟଣାର ସିନ୍‌ ରି-କ୍ରିଏସନ୍‌ କରିପାରେ ପୁଲିସ। ଏଥିପାଇଁ ସଂସଦରୁ ଅନୁମତି ମାଗିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ୨୦୦୧ ସଂସଦ ଆକ୍ରମଣର ବାର୍ଷିକ ଉତ୍ସବରେ ଏହି ଘଟଣା ଘଟିଥିଲା।​ ସଂସଦ ଭବନରେ ହଙ୍ଗାମା କରିବା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ଝାକୁ ଶୁକ୍ରବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ତାକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୁଲିସ। ଗୁରୁବାର ରାତିରେ ଦିଲ୍ଲୀରେ ଆତ୍ମସମର୍ପଣ କରିଥିଲା ପୂରା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ। ପୂରା ଘଟଣାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି ଲଳିତ ଝା।

Delhi Police Parliament Security Breach Lalit Jha