Advertisment

ସଂସଦର ପୂର୍ବ ଅଧିବେଶନରେ ବି ଅନୁପ୍ରବେଶ ପାଇଁ ଚେଷ୍ଟା କରିଥିଲେ ଅଭିଯୁକ୍ତ!

ଚଳିତ ଶୀତ ଅଧିବେଶ ବେଳେ ସାଗର ଶର୍ମା ଭିଜଟର ପାସ୍‌ ହାସଲ କରିବାକୁ ସକ୍ଷମ ହୋଇଥିଲେ। ବିଜେପିର ମହୀଶୂର ସାଂସଦ ପ୍ରତାପ ସିହ୍ମାଙ୍କ ଅଫିସରୁ ତାଙ୍କ ନାଁରେ ପାସ୍‌ ଜାରି ହୋଇଥିଲା।

Smoke attack

Smoke attack

Advertisment

ସଂସଦରେ ବଡ଼ଧରଣର ସୁରକ୍ଷା ତ୍ରୁଟିକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବୁଧବାର ଦୁଇ ଜଣ ଯୁବକ ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ଚ୍ୟାମ୍ବର ମଧ୍ୟକୁ ଡେଇଁ ହଙ୍ଗାମା କରିଥିଲେ। ସାଗର ଶର୍ମା ଓ ମନୋରଞ୍ଜନ ଡି ଲୋକସଭା ଭିତରେ ନିଜର ଦାବି ଜଣାଇବା ସହ ଧୂଆଁ ମାଡ଼ କରିଥିଲେ।

Advertisment

ଏମାନଙ୍କର ଦୁଇ ସହଯୋଗୀ ନୀଲମ ଓ ଅମୋଲ ସଂସଦ ବାହାରେ ଧୂଆଁ ମାଡ଼ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୪ ଜଣଙ୍କ ସମେତ ମୋଟ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସେହିପରି ୬ଷ୍ଠ ଅଭିଯୁକ୍ତ ଫେରାର ରହିଛି।

ତେବେ ପୁଲିସ୍‌ର ଜେରା ବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୪ ଅଭିଯୁକ୍ତ ସଂସଦର ଗତ ଅଧିବେଶନରେ ମଧ୍ୟ ସୁରକ୍ଷା ବଳୟକୁ ଭେଦ କରି ଗୃହରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ।

Advertisment

୨୫ ବର୍ଷୀୟ ଦଳିତ ଯୁବକ ଅମୋଲ ସିନ୍ଦେଙ୍କୁ ଜେରା ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ସମସ୍ତ ଅଭିଯୁକ୍ତ ଗତ ଅଧିବେଶନ ବେଳେ ସଂସଦର ସୁରକ୍ଷାକୁ ଭେଦ କରି ହଙ୍ଗାମା କରିବାକୁ ଉଦ୍ୟମ କରିଥିଲେ। ସେମାନେ ଅନୁପ୍ରବେଶ ପାଇଁ ଯୋଜନା କରିଥିଲେ ହେଁ ଗତଥର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ବି ସଂସଦରେ ପ୍ରବେଶ ପାଇଁ ପାସ୍‌ ହାସଲ କରିପାରି ନଥିଲେ। ତେଣୁ ଶେଷ ମୁହୂର୍ତ୍ତରେ ଅନୁପ୍ରବେଶ ଯୋଜନାକୁ ବାତିଲ କରାଯାଇଥିଲା ବୋଲି ଅମୋଲ ଜେରା ବେଳେ ପୁଲିସ୍‌କୁ କହିଛନ୍ତି।

ଚଳିତ ଶୀତ ଅଧିବେଶ ବେଳେ ସାଗର ଶର୍ମା ଭିଜଟର ପାସ୍‌ ହାସଲ କରିବାକୁ ସକ୍ଷମ ହୋଇଥିଲେ। ବିଜେପିର ମହୀଶୂର ସାଂସଦ ପ୍ରତାପ ସିହ୍ମାଙ୍କ ଅଫିସରୁ ତାଙ୍କ ନାଁରେ ପାସ୍‌ ଜାରି ହୋଇଥିଲା।

ଏକଥା ଜଣାପଡ଼ିବା ପରେ ସାଂସଦ ପ୍ରତାପ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବୁଧବାର ଭେଟିଥିଲେ। ଏହି ସମୟରେ ସେ କହିଥିଲେ ଯେ ମହୀଶୂରର ମନୋରଞ୍ଜନଙ୍କ ବାପା ସଂସଦ ଭବନ ବୁଲି ଦେଖିବାକୁ ଚାହୁଁଥିବା ଅନୁରୋଧ କରି ପାସ୍‌ ମାଗିଥିଲେ। ବାସ୍‌ ଏହି ତଥ୍ୟ ଛଡ଼ା ତାଙ୍କ ପାଖରେ ଆଉ କୌଣସି ସୂଚନା ନଥିବା ସେ ବାଚସ୍ପତିଙ୍କୁ ଜଣାଇଥିଲେ।

୪ ଅଭିଯୁକ୍ତ ସୁରକ୍ଷା ବଳୟ ଭେଦ କରିଥିବା ବେଳେ ଏହା ପଛରେ ଲଳିତ ଝା ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଏହାବାଦ ଏହି ଗ୍ରୁପରେ ଥିବା ଭିକ୍କି ନାମକ ଜଣେ ଯୁବକଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ହେଲେ ଲଳିତଙ୍କୁ ଏଯାଏ ଧରି ପାରି ନାହିଁ।

Parliament Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe