Advertisment

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ପହଲଗାମ ନରସଂହାର ପରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ।

Parliament

Parliament

Advertisment

ଉଭୟ ରାଜ୍ୟସଭା ଓ ଲୋକସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହେବ। ଏହା ଅଗଷ୍ଟ ୧୨ ଯାଏ ଚାଲିବ। ଏ ସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

Advertisment

ପହଲଗାମ ନରସଂହାର ପରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ। ଏହି ଦାବି ମଧ୍ୟରେ ସରକାର ସିଧାସଳଖ ମୌସୁମୀ ଅଧିବେଶନ ଆରମ୍ଭ ହେବାର ତାରିଖ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ରିଜିଜୁ କହିଛନ୍ତି, “ନିୟମ ଅନୁସାରେ ମୌସୁମୀ ଅଧିବେଶ ସମୟରେ ସବୁ ପ୍ରସଙ୍ଗରେ ଆଲୋଚନା ହେବ।”

ରିଜିଜୁଙ୍କ କହିବା କଥା ଯେ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାର ସମୟ ଦିନ ୧୧ଟା ରଖାଯାଇଛି। ଏଥିରେ କୌଣସି ପ୍ରକାରର କାଟଛାଣ୍ଟ କରାଯାଇନି। ୩ ମାସ ପରେ ସଂସଦର ଅଧିବେଶନ ବସିବ ଓ ସବୁ ପ୍ରସଙ୍ଗରେ ଆଲୋଚନେ ହେବ।

Advertisment

ଏହାପୂର୍ବରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ ଅଧିବେଶନ ବସିଥିଲା। ପ୍ରଥମେ ଜାନୁଆରୀ ୩୧ ଓ ପରେ ଏପ୍ରିଲ ୪ରେ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବଜେଟ ଅଧିବେଶନ ସମୟରେ ବିବାଦୀୟ ୱାକଫ ସଂଶୋଧନ ବିଲ ପାସ ହୋଇଥିଲା।

ବିଲ୍‌ ପାସ ହେବା ପରେ ୨୦୨୫ ଏପ୍ରିଲ ୮ରୁ ଏହାକୁ ବିଜ୍ଞପ୍ତି ଜାରି କରି ଦେଶରେ ଲାଗୁ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରୀତା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରୋକ ଲଗାଇ ଦେଇଛନ୍ତି।

Monsoon Session Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe