Advertisment

ନିର୍ବାଚନ ପରବର୍ତ୍ତୀ  ହିଂସା, ତଦନ୍ତ କରୁଥିବା ସଂସଦୀୟ ଟିମ୍ ଉପରେ ଆକ୍ରମଣ

ବିଜେପି ସମର୍ଥିତ କିଛି ଲୋକ ସେମାନଙ୍କ ଉପରେ ଆକ୍ରମଣ କରି ତିନିଟି ଗାଡି ନଷ୍ଟ କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
Parliamentary Team Attack

Parliamentary Team Attack

ବିଜେପି ଶାସିିତ ତ୍ରିପୁରାରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ରାଜନୈତିକ ହିଂସା। ଦୁଇ ଦିନିଆ ଗସ୍ତରେ ଆସି ଏହି ହିଂସାର ତଦନ୍ତ କରିବାକୁ ଆସିଥିବା ସଂସଦୀୟ ଟିମ୍ ଉପରେ ଶୁକ୍ରବାର ଆକ୍ରମଣ ହୋଇଛି। 

Advertisment

ଗତକାଲି ସନ୍ଧ୍ୟାରେ ବିସାଲଗଡର ନେହଲଚନ୍ଦ୍ର ନାଗର ବଜାରରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣ ଯୋଗୁଁ ସଂସଦୀୟ ଦଳ ଆଜି ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ବୋଲି ସିପିଆଇ (ଏମ୍) ତ୍ରିପୁରା ରାଜ୍ୟ ସଚିବ ତଥା ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଚୌଧୁରୀ କହିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ସଂସଦୀୟ ଦଳର ସଦସ୍ୟମାନେ ଯେତେବେଳେ ସିପାହିଜାଲା ଜିଲ୍ଲାର ହିଂସା ପ୍ରଭାବିତ ଅଞ୍ଚଳ ବିଶାଲଗଡକୁ ଯାଇଥିଲେ, ସେତେବେଳେ ଶାସକ ବିଜେପି ସମର୍ଥିତ କିଛି ଲୋକ ସେମାନଙ୍କ ଉପରେ ଆକ୍ରମଣ କରି ତିନିଟି ଗାଡି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତେବେ ସାଂସଦ, କଂଗ୍ରେସ ନେତା ଏବଂ ସିପିଆଇ (ଏମ୍) ନେତାମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ବାହାରି ଆସି ବଡ଼ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ବୋଲି ସିପିଆଇ (ଏମ୍) ଏକ ବିବୃତ୍ତିରେ କହିଛି।

Advertisment

ବିଜେପି କର୍ମୀମାନେ ପଶ୍ଚିମ ତ୍ରିପୁରାର ମୋହନପୁରରେ ସଂସଦୀୟ ଦଳ ଗସ୍ତରେ ମଧ୍ୟ ବାଧା ସୃଷ୍ଟି କରିଥିଲେ। ସେପଟେ ପୁଲିସ କହିଛି ଯେ, ସ୍ଥାନୀୟ ବିଧାୟକ ଓ ନେତାଙ୍କ ସହ ସଂସଦଙ୍କୁ ବିଶାଳଗଡର ନେହଲ ଚନ୍ଦ୍ର ନଗରରେ ଅନିର୍ଦ୍ଧାରିତ ଗସ୍ତ ବେଳେ ନାରାବାଜୀ ଓ ସ୍ଲୋଗାନର ସାମ୍ନା କରିବାକୁ ପଡିଥିଲା।

ଆକ୍ରମଣ ବେଳେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଥିଲେ। କୌଣସି ବ୍ୟକ୍ତି ଏଥିରେ ଆହତ ହୋଇନାହାନ୍ତି। କେବଳ ୨ରୁ ୩ ଟି ବାହାନ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯିବା ସହ ଚଢ଼ାଉ ଜାରି ରହିଥିବା ପୁଲିସ କହିଛି। 

Tripura Poll Violence